ତ୍ରିବେଦୀ ପାର୍କ ର କର୍ମଚାରୀ ବିଦ୍ୟୁତ ଆଘାତରେ ମୃତ୍ୟୁ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର ମଧ୍ୟ ଭାଗରେ ରହିଥିବା ତ୍ରିବେଦୀ ପାର୍କ ର କର୍ମଚାରୀ ଦିବାକର ବିନ୍ଧାଣି (୪୨) ଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସବୁଦିନ ପରି ଦିବାକର ଙ୍କ ସହ ୮ଜଣ ପାର୍କ କୁ ଆସି ନିଜ କାମ କରିଥାନ୍ତି ଓ ରାତି ୮ଟା ବେଳେ ପାର୍କ ବନ୍ଦ କରି ନିଜ ନିଜ ଘରକୁ ଫେରିଯାନ୍ତି କିନ୍ତୁ ସେ ବୁଧବାର ନିଜ ଘର ମହାସିଂ ନିକଟସ୍ତ ବଲମର ପଦର […] The post ତ୍ରିବେଦୀ ପାର୍କ ର କର୍ମଚାରୀ ବିଦ୍ୟୁତ ଆଘାତରେ ମୃତ୍ୟୁ appeared first on Odisha.News.

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର ମଧ୍ୟ ଭାଗରେ ରହିଥିବା ତ୍ରିବେଦୀ ପାର୍କ ର କର୍ମଚାରୀ ଦିବାକର ବିନ୍ଧାଣି (୪୨) ଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସବୁଦିନ ପରି ଦିବାକର ଙ୍କ ସହ ୮ଜଣ ପାର୍କ କୁ ଆସି ନିଜ କାମ କରିଥାନ୍ତି ଓ ରାତି ୮ଟା ବେଳେ ପାର୍କ ବନ୍ଦ କରି ନିଜ ନିଜ ଘରକୁ ଫେରିଯାନ୍ତି କିନ୍ତୁ ସେ ବୁଧବାର ନିଜ ଘର ମହାସିଂ ନିକଟସ୍ତ ବଲମର ପଦର ଘରକୁ ଫେରି ନଥିଲେ। ରାତିରେ ସ୍ୱାମୀ ଘରକୁ ଆସୁନଥିବା ରୁ ସକାଳୁ ସ୍ତ୍ରୀ ଆସି ପାର୍କ ରେ ସ୍ୱାମୀ ଙ୍କୁ ଖୋଜି ଥିଲା ସେହି ସମୟ ରେ ସ୍ୱାମୀ ଆମ୍ବ ଗଛ ନିକଟରେ ପଡିଥିଲା ସଙ୍ଗେ ସଙ୍ଗେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ଏହି ସମୟ ରେ ଡାକ୍ତର ଦିବାକର ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଘଟଣା ରେ କୌଣସି ମାମଲା ରୁଜୁ ହୋଇନଥିବାରୁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନାହିଁ l
The post ତ୍ରିବେଦୀ ପାର୍କ ର କର୍ମଚାରୀ ବିଦ୍ୟୁତ ଆଘାତରେ ମୃତ୍ୟୁ appeared first on Odisha.News.