ଥମୁନି ଜଙ୍ଗଲ ନିଆଁ: ୫ ମୃତ, ୧୦୦୦ରୁ ଅଧିକ ହେକ୍ଟର ଜଙ୍ଗଲ ପୋଡ଼ି ପାଉଁଶ

ଡେରାଡୁନ୍‌,୬ା୫: ଉତ୍ତରାଖଣ୍ଡର ଜଙ୍ଗଲରେ ନିଆଁ ଲାଗିବା ଘଟଣା ବନ୍ଦ ହେଉନାହିଁ। ଆଲମୋରା ଏବଂ ବାଗେଶ୍ୱର ସମେତ ଅନେକ ଜିଲାରେ ଜଙ୍ଗଲ ଜଳୁଛି। ଏହି ପରିପ୍ରେକ୍ଷୀରେ, ଆଲମୋରା ଜିଲାର ଜଙ୍ଗଲରେ ନିଆଁ ଲାଗିବା ଘଟଣା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ୧୦ଟି ଜଙ୍ଗଲରେ ନିଆଁ ଲାଗିଥିବାର କୁହାଯାଉଛି। ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମୁଖ୍ୟ ଶାସନ ସଚିବ ରାଧା ରତୁରୀଙ୍କୁ ସମସ୍ତ ଜିଲା ମାଜିଷ୍ଟ୍ରେଟମାନଙ୍କୁ ଏକ ସପ୍ତାହ ନୋଟିସ ଦେଇ ଜଙ୍ଗଲ ଅଗ୍ନିକାଣ୍ଡର ନିୟମିତ ତଦାରଖ […] The post ଥମୁନି ଜଙ୍ଗଲ ନିଆଁ: ୫ ମୃତ, ୧୦୦୦ରୁ ଅଧିକ ହେକ୍ଟର ଜଙ୍ଗଲ ପୋଡ଼ି ପାଉଁଶ appeared first on Dharitri Odia News.

ଥମୁନି ଜଙ୍ଗଲ ନିଆଁ: ୫ ମୃତ, ୧୦୦୦ରୁ ଅଧିକ ହେକ୍ଟର ଜଙ୍ଗଲ ପୋଡ଼ି ପାଉଁଶ

ଡେରାଡୁନ୍‌,୬ା୫: ଉତ୍ତରାଖଣ୍ଡର ଜଙ୍ଗଲରେ ନିଆଁ ଲାଗିବା ଘଟଣା ବନ୍ଦ ହେଉନାହିଁ। ଆଲମୋରା ଏବଂ ବାଗେଶ୍ୱର ସମେତ ଅନେକ ଜିଲାରେ ଜଙ୍ଗଲ ଜଳୁଛି। ଏହି ପରିପ୍ରେକ୍ଷୀରେ, ଆଲମୋରା ଜିଲାର ଜଙ୍ଗଲରେ ନିଆଁ ଲାଗିବା ଘଟଣା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ୧୦ଟି ଜଙ୍ଗଲରେ ନିଆଁ ଲାଗିଥିବାର କୁହାଯାଉଛି। ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମୁଖ୍ୟ ଶାସନ ସଚିବ ରାଧା ରତୁରୀଙ୍କୁ ସମସ୍ତ ଜିଲା ମାଜିଷ୍ଟ୍ରେଟମାନଙ୍କୁ ଏକ ସପ୍ତାହ ନୋଟିସ ଦେଇ ଜଙ୍ଗଲ ଅଗ୍ନିକାଣ୍ଡର ନିୟମିତ ତଦାରଖ ପାଇଁ ନିର୍ଦ୍ଦେଶ ଦେବାକୁ କହିଛନ୍ତି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗତ ବର୍ଷ ନଭେମ୍ବର ୧ରୁ ଉତ୍ତରପ୍ରଦେଶର ଜଙ୍ଗଲରେ ସମୁଦାୟ ୯୧୦ ଥର ନିଆଁ ଲାଗିସାରିଲାଣି ଏବଂ ପ୍ରାୟ ୧୧୪୫ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଛି। କହିରଖୁଛୁ ଯେ, ଗତ ଶନିବାର ରାଜ୍ୟରେ ଜଙ୍ଗଲରେ ନିଆଁ ଲାଗିବା ଘଟଣା ସମ୍ପର୍କରେ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଙ୍ଗଲରେ ନିଆଁ ଲାଗି ଏପର୍ଯ୍ୟନ୍ତ ସମୁଦାୟ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ଜଙ୍ଗଲରୁ ଧୂଆଁ ବାହାରିବା ହେତୁ ଲୋକମାନେ ନିଃଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଗୁରୁବାର ସନ୍ଧ୍ୟାରେ ବାରହାଟ ଜଙ୍ଗଲରେ ବ୍ୟାପିଥିବା ନିଆଁ ରବିବାର ପର୍ଯ୍ୟନ୍ତ ଲିଭିପାରିନାହିଁ। ଜଙ୍ଗଲ ବିଭାଗର ତଥ୍ୟ ଅନୁଯାୟୀ, ଉତ୍ତରାଖଣ୍ଡ ଜଙ୍ଗଲ ବିଭାଗରେ ୧୯.୫ ହେକ୍ଟର ଜଙ୍ଗଲ ନିଆଁ ଲାଗି ପୋଡ଼ି ପାଉଁଶ ହୋଇଯାଇଛି।

The post ଥମୁନି ଜଙ୍ଗଲ ନିଆଁ: ୫ ମୃତ, ୧୦୦୦ରୁ ଅଧିକ ହେକ୍ଟର ଜଙ୍ଗଲ ପୋଡ଼ି ପାଉଁଶ appeared first on Dharitri Odia News.