ଥରକେ ଏତିକି ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିପାରିବେ ୟୁପିଆଇ ପେମେଣ୍ଟ

ମୁମ୍ବାଇ, ୮ା୮: ୟୁପିଆଇ ମାଧ୍ୟମରେ ଏଣିକି ଗୋଟିଏ ଥରରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ। ପୂର୍ବରୁ ଏହି ସୀମା ୧ ଲକ୍ଷ ଟଙ୍କା ଯାଏ ଥିଲା ବେଳେ ଏଥିରେ ବୃଦ୍ଧି କାରାଯାଇଛି। ଏନେଇ ଗୁରୁବାର ଆରବିଆଇର ମୁଦ୍ରା ନୀତି ବୈଠକ ପରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଏଥିସହିତ ଚେକ୍ କ୍ଲିୟରାନ୍ସ କିଛି ଘଣ୍ଟାରେ କରିବାକୁ ଅନୁମତି ଦେଇଛନ୍ତି। ବୈଠକ ସମୟରେ ପୁରୁଣା ଘର ଋଣ ଉପରେ ଅଧିକ ସୁଦ୍ଧା ଆଦାୟ ଉପରେ […] The post ଥରକେ ଏତିକି ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିପାରିବେ ୟୁପିଆଇ ପେମେଣ୍ଟ appeared first on Dharitri Odia News.

ଥରକେ ଏତିକି ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିପାରିବେ ୟୁପିଆଇ ପେମେଣ୍ଟ

ମୁମ୍ବାଇ, ୮ା୮: ୟୁପିଆଇ ମାଧ୍ୟମରେ ଏଣିକି ଗୋଟିଏ ଥରରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ। ପୂର୍ବରୁ ଏହି ସୀମା ୧ ଲକ୍ଷ ଟଙ୍କା ଯାଏ ଥିଲା ବେଳେ ଏଥିରେ ବୃଦ୍ଧି କାରାଯାଇଛି। ଏନେଇ ଗୁରୁବାର ଆରବିଆଇର ମୁଦ୍ରା ନୀତି ବୈଠକ ପରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଏଥିସହିତ ଚେକ୍ କ୍ଲିୟରାନ୍ସ କିଛି ଘଣ୍ଟାରେ କରିବାକୁ ଅନୁମତି ଦେଇଛନ୍ତି।

ବୈଠକ ସମୟରେ ପୁରୁଣା ଘର ଋଣ ଉପରେ ଅଧିକ ସୁଦ୍ଧା ଆଦାୟ ଉପରେ ବ୍ୟାଙ୍କ ଚିନ୍ତା ପ୍ରକଟ କରିଛନ୍ତି। ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମୁଦ୍ରା ନୀତି କମିଟି(ଏମପିସି) ବୈଠକରେ ରେପୋ ରେଟ୍(ସୁଧ ହାର) ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଥିବା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି।

ଶକ୍ତିକାନ୍ତ ଦାସ କହିଥିଲେ କି, ୬ ରୁ ୪ ସଦସ୍ୟ ରେପୋ ରେଟ୍ ଅପରିବର୍ତ୍ତିତ ରଖିବା ସପକ୍ଷରେ କହିଥିଲେ। ରେପୋ ରେଟ୍ ଘୋଷଣା କରିବା ସହିତ ସେ ବୈଶ୍ଵିକ ସଙ୍କଟ ସମ୍ପର୍କରେ ଚିନ୍ତା ପ୍ରକଟ କରିଥିଲେ।

ଏଥିରେ ଆର୍ଥିକ ବର୍ଷ ୨୫ରେ ଭାରତର ଅଭିବୃଦ୍ଧି ୭.୨ ପ୍ରତିଶତ ରହିବ ବୋଲି ଆରବିଆଇ ଏହାର ପୂର୍ବାନୁମାନ ଅପରିବର୍ତ୍ତିତ ରଖିଛି। ପ୍ରଥମ ତ୍ରୈମାସିକରେ ୭.୧ ଅଭିବୃଦ୍ଧି ହାର ରହିଥିଲା, ଯାହା ୭.୩% ପୂର୍ବାନୁମାନ କରାଯାଇଥିଲା। ସେହିଭଳି ଦ୍ୱିତୀୟ ତ୍ରୈମାସିକରେ ୭.୨% ଏବଂ ତୃତୀୟ ପାଇଁ ୭.୩% ଅଭିବୃଦ୍ଧି ପୂର୍ବାନୁମାନ କରାଯାଇଛି। ସେହିପରି ୨୬ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୭.୨% ରହିବ ବୋଇ ମଧ୍ୟ ଆକଳନ କାରାଯାଇଛି।

The post ଥରକେ ଏତିକି ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିପାରିବେ ୟୁପିଆଇ ପେମେଣ୍ଟ appeared first on Dharitri Odia News.