ଥାନା ଆଗରୁ ଝାମ୍ପିନେଲେ ମହିଳାଙ୍କ ସୁନା ଚେନ୍, ସିସିଟିଭି ଆଧାରରେ ପୋଲିସର ତଦନ୍ତ ଜାରି
ମୟୁରଭଞ୍ଜ : ଥାନା ସମ୍ମୁଖରୁ ସୁନା ଚେନ୍ ଲୁଟ୍ । ଦିନ ଦ୍ଵିପ୍ରହରରେ ବାରିପଦା ଟାଉନ ଥାନା ସମ୍ମୁଖରୁ ହୋଇଛି ଏହି ଲୁଟ । ଏକ ପଲସର ବାଇକ୍ ଯୋଗେ ଆସି ମହିଳାଙ୍କ ବେକରୁ ଝାମ୍ପିନେଲେ ୩୫ ରୁ ୪୦ ଗ୍ରାମର ସୁନା ଚେନ୍ । ଆଜି ଶ୍ୟାମ ବାବା କଳସ ଅଭାଯାତ୍ରାରେ ମହିଳା ଜଣଙ୍କ ଯୋଗ ଦେଇ ଅନ୍ୟ ମହିଳାଙ୍କ ସହ ନିଜ ଘରକୁ ଫେରୁଥିବା ସମୟରେ ଘଟିଛି ଅଘଟଣ । ଦିନ ୧୧ ଟା […] The post ଥାନା ଆଗରୁ ଝାମ୍ପିନେଲେ ମହିଳାଙ୍କ ସୁନା ଚେନ୍, ସିସିଟିଭି ଆଧାରରେ ପୋଲିସର ତଦନ୍ତ ଜାରି appeared first on KNews Odisha.

ମୟୁରଭଞ୍ଜ : ଥାନା ସମ୍ମୁଖରୁ ସୁନା ଚେନ୍ ଲୁଟ୍ । ଦିନ ଦ୍ଵିପ୍ରହରରେ ବାରିପଦା ଟାଉନ ଥାନା ସମ୍ମୁଖରୁ ହୋଇଛି ଏହି ଲୁଟ । ଏକ ପଲସର ବାଇକ୍ ଯୋଗେ ଆସି ମହିଳାଙ୍କ ବେକରୁ ଝାମ୍ପିନେଲେ ୩୫ ରୁ ୪୦ ଗ୍ରାମର ସୁନା ଚେନ୍ । ଆଜି ଶ୍ୟାମ ବାବା କଳସ ଅଭାଯାତ୍ରାରେ ମହିଳା ଜଣଙ୍କ ଯୋଗ ଦେଇ ଅନ୍ୟ ମହିଳାଙ୍କ ସହ ନିଜ ଘରକୁ ଫେରୁଥିବା ସମୟରେ ଘଟିଛି ଅଘଟଣ ।
ଦିନ ୧୧ ଟା ସମୟରେ ଘଟିଛି ଏହି ଘଟଣା। ମହିଳା ଜଣଙ୍କ ହେଉଛନ୍ତି ବାରିପଦା ଟାଉନ ଥାନା ଅନ୍ତର୍ଗତ ବଡ଼ବଜାର ଅଞ୍ଚଳର ପୁନମ ଖଣ୍ଡେଲ ୱାଲ । ଟାଉନ ଥାନାରେ ଏନେଇ ଲିଖିତ ଅଭିଯୋଗ ହେବାପରେ ଘଟଣାର ତଦନ୍ତ ଆରମ୍ଭ କରିଛି ବାରିପଦା ଟାଉନ ଥାନା ପୋଲିସ । ଆଜି ବାରିପଦା ସହରର ତିନିଟି ସ୍ଥାନରେ ଏଭଳି ଛିନତାଇ ହୋଇଥିବା ସୂଚନା ରହିଛି। ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଆଧାରରେ ଘଟଣାର ତନାଘନା ଆରମ୍ଭ କରିଛି ପୋଲିସ।
The post ଥାନା ଆଗରୁ ଝାମ୍ପିନେଲେ ମହିଳାଙ୍କ ସୁନା ଚେନ୍, ସିସିଟିଭି ଆଧାରରେ ପୋଲିସର ତଦନ୍ତ ଜାରି appeared first on KNews Odisha.