ଥାନାରୁ ଚୋରି କରି ଥାନାବାବୁ ନିଲମ୍ବିତ

ସମ୍ବଲପୁର: କଫ ସିରପ ଚୋରି ଅଭିଯୋଗରେ ନିଲମ୍ବିତ ହେଲେ ପୋଲିସ ଏଏସଆଇ । ଥାନା ଭିତରୁ ଜବତ ହୋଇଥିବା ନିଷିଦ୍ଧ କଫ ସିରପ୍ ଚୋରି କରିବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନା ଏଏସଆଇ ବିଦ୍ୟୁତ ପଣ୍ଡା ନିଲମ୍ବିତ ହୋଇଛନ୍ତି। ତାଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଏସପି। ତାଙ୍କ ନିକଟରୁ ୨ ପେଟି କଫ ସିରପ ଜବତ ହୋଇଛି। ନୂତନ ଭାବେ ଏଏସଆଇକୁ ପଦୋନ୍ନତି ପାଇଥିଲେ ବିଦ୍ୟୁତ ପଣ୍ଡା । ସୂଚନାନୁସାରେ,ନିକଟରେ ଟାଉନ ପୋଲିସ ପକ୍ଷରୁ ପ୍ରାୟ ୧୫ […]

ଥାନାରୁ ଚୋରି କରି ଥାନାବାବୁ ନିଲମ୍ବିତ
ଥାନାରୁ ଚୋରି କରି ଥାନାବାବୁ ନିଲମ୍ବିତ

ସମ୍ବଲପୁର: କଫ ସିରପ ଚୋରି ଅଭିଯୋଗରେ ନିଲମ୍ବିତ ହେଲେ ପୋଲିସ ଏଏସଆଇ । ଥାନା ଭିତରୁ ଜବତ ହୋଇଥିବା ନିଷିଦ୍ଧ କଫ ସିରପ୍ ଚୋରି କରିବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନା ଏଏସଆଇ ବିଦ୍ୟୁତ ପଣ୍ଡା ନିଲମ୍ବିତ ହୋଇଛନ୍ତି। ତାଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଏସପି। ତାଙ୍କ ନିକଟରୁ ୨ ପେଟି କଫ ସିରପ ଜବତ ହୋଇଛି। ନୂତନ ଭାବେ ଏଏସଆଇକୁ ପଦୋନ୍ନତି ପାଇଥିଲେ ବିଦ୍ୟୁତ ପଣ୍ଡା ।

ସୂଚନାନୁସାରେ,ନିକଟରେ ଟାଉନ ପୋଲିସ ପକ୍ଷରୁ ପ୍ରାୟ ୧୫ ହଜାର ପେଟି ନିଷିଦ୍ଧ କଫ ସିରପ ଜବତ କରି ଥାନା ମାଲଖାନାରେ ରଖା ଯାଇଥିଲା । ତେବେ ଚଞ୍ଚକତା କରି ଏଥିରୁ ଦୁଇ ପେଟି କଫ ସିରପ୍ ଏଏସଆଇ ବିଦ୍ୟୁତ ପଣ୍ଡା ଅନ୍ୟତ୍ର ଲୁଚାଇ ରଖିଥିଲେ । ଏନେଇ ଅନ୍ୟ ଅଧିକାରୀ ମାନେ ଅଭିଯୋଗ ଆଣିବା ପରେ ସମ୍ବଲପୁର ଏସପି ତଦନ୍ତ କରି ଏଏସଆଇ ବିଦ୍ୟୁତ ପଣ୍ଡାକୁ ନିଲମ୍ବିତ କରିବା ସହ ଦୁଇ ପେଟି କଫ ସିରଫ ଜବତ କରିଛନ୍ତି ।