ଦକ୍ଷିଣକୋରିଆ ନୌସେନା ପାଟ୍ରୋଲିଂ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସମେତ ଥିଲେ ୪ ଜଣ

ପୋହାଙ୍ଗ ୨୯।୫:  ଦକ୍ଷିଣକୋରିଆ ନୌସେନାର ଏକ ପାଟ୍ରୋଲିଂ ବିମାନ ଗୁରୁବାର ଦୁର୍ଘଟଣାରେ ଧ୍ୱଂସ୍ତ ହୋଇଯାଇଛି। ନୌସେନା ବିମାନ ପି-୩ସି ପ୍ରଶିକ୍ଷଣ ଉଡାଣରେ ଥିବା ବେଳେ ଏହି ଅଘଟଣ ଘଟିଛି।  ଦେଶର ଦକ୍ଷିଣ-ପୂର୍ବ ଡୋଙ୍ଗହେମ୍ୟୋନ ପୋହାଙ୍ଗରେ ଏହି ଦୁର୍ଘଟଣା ଘଟିଛି। ଏହି ବିମାନରେ ପାଇଲଟଙ୍କ ସମେତ ୪ ଜଣ ଯାତ୍ରା କରୁଥିଲେ। ତେବେ ନୌସେନା ଅନୁସାରେ ଦୁର୍ଘଟଣା ଯୋଗୁ କେହି ହତାହତ ହୋଇଛନ୍ତି କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ନୌସେନା ବୟାନ ଅନୁସାରେ ବାୟୁସେନା ପି-୩ସି ବିମାନଟି ସ୍ଥାନୀୟ ସମୟ ମଧ୍ୟାହ୍ନ ୧.୪୩ ମିନିଟରେ ଦକ୍ଷିଣ-ପୂର୍ବ ସହର ପୋହାଙ୍ଗରୁ ଉଡାଣ କରିଥିଲା। ତେବେ ଅଚାନକ ଆକାଶରୁ ଖସି ଜଳି ଯାଇଛି। ନୌସେନା ପକ୍ଷରୁ କୁହାଯାଇଛି ଯେ ବିମାନରେ ଥିବା ୪ ଜଣଙ୍କ ସ୍ଥିତି ସମ୍ପର୍କରେ ଜଣା ପଡି ନଥିବା ବେଳେ ଦୁର୍ଘଟଣାର କାରଣ ଜାଣିବାକୁ ଉଦ୍ୟମ କରାଯାଉଛି। ପୋହାଙ୍ଗର ଏକ ଜରୁରିକାଳୀନ କାର୍ଯ୍ୟାଳୟ ଅନୁସାରେ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଥିଲା ଯେ ଆକାଶରୁ କିଛି ଅଜଣା ବସ୍ତୁ ଖସୁଛି। ତେବେ ପଡିବା ପରେ ଏହା ଯୁଦ୍ଧ ବିମାନ ବୋଲି ଜଣାପଡିଛି। ଜାହାଜ ଖସିପଡି ବିସ୍ଫୋରଣ ହୋଇଥିବା ବେଳେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଏହା ନୌସେନାର ପାଟ୍ରୋଲିଂ ବିମାନ ବୋଲି ପୋହାଙ୍ଗ ର ନାମବୁ ପୋଲିସ ଷ୍ଟେସନ ପୁଷ୍ଟି କରିଛି।  ହେଲେ ଏହି ଦୁର୍ଘଟଣାରେ  ମୃତାହତଙ୍କ ନେଇ କୌଣସି ସୂଚ

ଦକ୍ଷିଣକୋରିଆ ନୌସେନା ପାଟ୍ରୋଲିଂ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସମେତ ଥିଲେ ୪ ଜଣ

ପୋହାଙ୍ଗ ୨୯।୫:  ଦକ୍ଷିଣକୋରିଆ ନୌସେନାର ଏକ ପାଟ୍ରୋଲିଂ ବିମାନ ଗୁରୁବାର ଦୁର୍ଘଟଣାରେ ଧ୍ୱଂସ୍ତ ହୋଇଯାଇଛି। ନୌସେନା ବିମାନ ପି-୩ସି ପ୍ରଶିକ୍ଷଣ ଉଡାଣରେ ଥିବା ବେଳେ ଏହି ଅଘଟଣ ଘଟିଛି।  ଦେଶର ଦକ୍ଷିଣ-ପୂର୍ବ ଡୋଙ୍ଗହେମ୍ୟୋନ ପୋହାଙ୍ଗରେ ଏହି ଦୁର୍ଘଟଣା ଘଟିଛି। ଏହି ବିମାନରେ ପାଇଲଟଙ୍କ ସମେତ ୪ ଜଣ ଯାତ୍ରା କରୁଥିଲେ। ତେବେ ନୌସେନା ଅନୁସାରେ ଦୁର୍ଘଟଣା ଯୋଗୁ କେହି ହତାହତ ହୋଇଛନ୍ତି କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। 

ନୌସେନା ବୟାନ ଅନୁସାରେ ବାୟୁସେନା ପି-୩ସି ବିମାନଟି ସ୍ଥାନୀୟ ସମୟ ମଧ୍ୟାହ୍ନ ୧.୪୩ ମିନିଟରେ ଦକ୍ଷିଣ-ପୂର୍ବ ସହର ପୋହାଙ୍ଗରୁ ଉଡାଣ କରିଥିଲା। ତେବେ ଅଚାନକ ଆକାଶରୁ ଖସି ଜଳି ଯାଇଛି। ନୌସେନା ପକ୍ଷରୁ କୁହାଯାଇଛି ଯେ ବିମାନରେ ଥିବା ୪ ଜଣଙ୍କ ସ୍ଥିତି ସମ୍ପର୍କରେ ଜଣା ପଡି ନଥିବା ବେଳେ ଦୁର୍ଘଟଣାର କାରଣ ଜାଣିବାକୁ ଉଦ୍ୟମ କରାଯାଉଛି। ପୋହାଙ୍ଗର ଏକ ଜରୁରିକାଳୀନ କାର୍ଯ୍ୟାଳୟ ଅନୁସାରେ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଥିଲା ଯେ ଆକାଶରୁ କିଛି ଅଜଣା ବସ୍ତୁ ଖସୁଛି। ତେବେ ପଡିବା ପରେ ଏହା ଯୁଦ୍ଧ ବିମାନ ବୋଲି ଜଣାପଡିଛି। 

ଜାହାଜ ଖସିପଡି ବିସ୍ଫୋରଣ ହୋଇଥିବା ବେଳେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଏହା ନୌସେନାର ପାଟ୍ରୋଲିଂ ବିମାନ ବୋଲି ପୋହାଙ୍ଗ ର ନାମବୁ ପୋଲିସ ଷ୍ଟେସନ ପୁଷ୍ଟି କରିଛି।  ହେଲେ ଏହି ଦୁର୍ଘଟଣାରେ  ମୃତାହତଙ୍କ ନେଇ କୌଣସି ସୂଚନା ମିଳି ନାହିଁ। ମାମଲାର ତଦନ୍ତ ଜାରି ରହିଥିବା ବେଳେ ବିମାନର ୪ ଜଣ ଯାତ୍ରୀଙ୍କ ସନ୍ଧାନ ନିଆଯାଉଛି।