ଦରମା ନ ମିଳିବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ, ବିଡିଓଙ୍କୁ ଦେଲେ ଦାବିପତ୍ର
ଭବାନୀପାଟଣା,୨୫ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ସିଆରପି,ଏମ୍ବିକେ, ବ୍ୟାଙ୍କମିତ୍ର, ପ୍ରାଣୀମିତ୍ର, କୃଷିମିତ୍ର ଓ ଏଲ୍ଏସ୍ପିଙ୍କୁ ଗତ ୬ ମାସ ହେଲା ଦରମା ମିଳିଥିବା ନ ଅଭିଯୋଗ ସାମ୍ନାକୁ ଆସିଛି। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ନେଇ ସେମାନେ ଉପରୋକ୍ତ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଶେଷରେ ସେମାନେ ବୁଧବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଏ ସମ୍ପର୍କରେ ଭବାନୀପାଟଣା ବିଡିଓ […] The post ଦରମା ନ ମିଳିବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ, ବିଡିଓଙ୍କୁ ଦେଲେ ଦାବିପତ୍ର appeared first on Dharitri Odia News.
ଭବାନୀପାଟଣା,୨୫ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ସିଆରପି,ଏମ୍ବିକେ, ବ୍ୟାଙ୍କମିତ୍ର, ପ୍ରାଣୀମିତ୍ର, କୃଷିମିତ୍ର ଓ ଏଲ୍ଏସ୍ପିଙ୍କୁ ଗତ ୬ ମାସ ହେଲା ଦରମା ମିଳିଥିବା ନ ଅଭିଯୋଗ ସାମ୍ନାକୁ ଆସିଛି। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ନେଇ ସେମାନେ ଉପରୋକ୍ତ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଶେଷରେ ସେମାନେ ବୁଧବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।
ଏ ସମ୍ପର୍କରେ ଭବାନୀପାଟଣା ବିଡିଓ ଚନ୍ଦନ ଭୋଇଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗତ ୬ ମାସ ହେଲା ସେମାନେ କାର୍ଯ୍ୟ କରି ମଧ୍ୟ ଦରମା ପାଉ ନ ଥିବାରୁ ସେମାନଙ୍କ ପରିବାର ଚଳିବା କଷ୍ଟକର ହୋଇପଡ଼ିଛି। ଏହାର ସମାଧାନ କରା ନ ଗଲେ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ମିଳିଛି। ଭବାନୀପାଟଣା ବ୍ଲକସ୍ତରୀୟ ପଞ୍ଚାୟତ ଫେଡେରେଶନ କର୍ମୀ ସଂଘର ସଭାନେତ୍ରୀ ଯମୁନା ନାଏକ, ଉପସଭାନେତ୍ରୀ ତପସ୍ବିନୀ ସାହୁ,ସଦସ୍ୟା ରୋଜି ବିଶାଲ,ସୌକି ବିଶ୍ୱାଳ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି।
The post ଦରମା ନ ମିଳିବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ, ବିଡିଓଙ୍କୁ ଦେଲେ ଦାବିପତ୍ର appeared first on Dharitri Odia News.