ଦଳକୁ ଫେରିଲେ ବୁମରା, ହେଲେ RCB ବିପକ୍ଷ ମ୍ୟାଚ୍ ଖେଳି ପାରିବେ କି ?

ମୁମ୍ବାଇ: ଯଶପ୍ରୀତ ବୁମରା ଦୀର୍ଘ ସମୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ଫେରିଛନ୍ତି। ମୁମ୍ବାଇ ଫ୍ରାଞ୍ଚାଇଜ ଖୋଦ୍ ରବିବାର ଏହାର ସୂଚନା ଦେଇଛି। ବର୍ଡର-ଗାଭାସ୍କର ଟ୍ରଫି ସମୟରେ ଲାଗିଥିବା ଆହତ କାରଣରୁ ବୁମରା ଏ ପର୍ଯ୍ୟନ୍ତ  ଆଇପିଏଲ୍ ୨୦୨୫ରେ ଗୋଟିଏ ବି ମ୍ୟାଚ୍ ଖେଳି ପାରି ନାହାନ୍ତି। ବୁମରାଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟି ସାରିଛି। ମାତ୍ର ଏବେ ମଧ୍ୟ ପ୍ରଶ୍ନ ରହିଛି ଯେ କଣ ସେ ଏପ୍ରିଲ ୭ ତାରିଖ ଆରସିବି ବିପକ୍ଷ ମ୍ୟାଚ୍ ଖେଳି ପାରିବେ ? ନା ପ୍ରଶଂସକଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିପାରେ।  ବୁମରା ଦଳକୁ ଫେରିଥିଲେ ହେଁ ଆରସିବି ବିପକ୍ଷ ମ୍ୟାଚ୍ ଖେଳିବା ନେଇ ଆଶଙ୍କା ରହିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ବୁମରାଙ୍କୁ ପେଶାଦାର କ୍ରିକେଟକୁ ଫେରିବା ପୂର୍ବରୁ ବୁମରାଙ୍କୁ ଦୁଇଟି ଅଭ୍ୟାସ୍ ମ୍ୟାଚ୍ ଖେଳିବାକୁ ପଡ଼ିବ। ବୁମରାଙ୍କ ମଇଦାନକୁ ଫେରିବା ଏହା ଉପରେ ନିର୍ଭର କରେ ଯେ, ବୁମରା ଅଭ୍ୟାସ୍ ମ୍ୟାଚ୍‌ରେ କେମିତି ପ୍ରଦର୍ଶନ କରୁଛନ୍ତି ଏବଂ ତାଙ୍କର ଫିଟନେସ୍ କେମିତି ରହୁଛି। ତେଣୁ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ପାରିନି ଯେ, ବୁମରା କେବେ ପଡ଼ିଆକୁ ଫେରିବେ ? କିନ୍ତୁ ଏପ୍ରିଲ ୧୩ ତାରିଖ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ବୁମରାଙ୍କ ଖେଳିବା ନିଶ୍ଚିତ ଲାଗୁଛି। ???????????????????? ???????? ???????????????? ????#MumbaiIndians #PlayLikeMumbai #TATAIPL pic.twitter.com/oXS

ଦଳକୁ ଫେରିଲେ ବୁମରା, ହେଲେ RCB ବିପକ୍ଷ ମ୍ୟାଚ୍ ଖେଳି ପାରିବେ କି ?

ମୁମ୍ବାଇ: ଯଶପ୍ରୀତ ବୁମରା ଦୀର୍ଘ ସମୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ଫେରିଛନ୍ତି। ମୁମ୍ବାଇ ଫ୍ରାଞ୍ଚାଇଜ ଖୋଦ୍ ରବିବାର ଏହାର ସୂଚନା ଦେଇଛି। ବର୍ଡର-ଗାଭାସ୍କର ଟ୍ରଫି ସମୟରେ ଲାଗିଥିବା ଆହତ କାରଣରୁ ବୁମରା ଏ ପର୍ଯ୍ୟନ୍ତ  ଆଇପିଏଲ୍ ୨୦୨୫ରେ ଗୋଟିଏ ବି ମ୍ୟାଚ୍ ଖେଳି ପାରି ନାହାନ୍ତି। ବୁମରାଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟି ସାରିଛି। ମାତ୍ର ଏବେ ମଧ୍ୟ ପ୍ରଶ୍ନ ରହିଛି ଯେ କଣ ସେ ଏପ୍ରିଲ ୭ ତାରିଖ ଆରସିବି ବିପକ୍ଷ ମ୍ୟାଚ୍ ଖେଳି ପାରିବେ ? ନା ପ୍ରଶଂସକଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିପାରେ।  

ବୁମରା ଦଳକୁ ଫେରିଥିଲେ ହେଁ ଆରସିବି ବିପକ୍ଷ ମ୍ୟାଚ୍ ଖେଳିବା ନେଇ ଆଶଙ୍କା ରହିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ବୁମରାଙ୍କୁ ପେଶାଦାର କ୍ରିକେଟକୁ ଫେରିବା ପୂର୍ବରୁ ବୁମରାଙ୍କୁ ଦୁଇଟି ଅଭ୍ୟାସ୍ ମ୍ୟାଚ୍ ଖେଳିବାକୁ ପଡ଼ିବ। ବୁମରାଙ୍କ ମଇଦାନକୁ ଫେରିବା ଏହା ଉପରେ ନିର୍ଭର କରେ ଯେ, ବୁମରା ଅଭ୍ୟାସ୍ ମ୍ୟାଚ୍‌ରେ କେମିତି ପ୍ରଦର୍ଶନ କରୁଛନ୍ତି ଏବଂ ତାଙ୍କର ଫିଟନେସ୍ କେମିତି ରହୁଛି। ତେଣୁ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ପାରିନି ଯେ, ବୁମରା କେବେ ପଡ଼ିଆକୁ ଫେରିବେ ? କିନ୍ତୁ ଏପ୍ରିଲ ୧୩ ତାରିଖ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ବୁମରାଙ୍କ ଖେଳିବା ନିଶ୍ଚିତ ଲାଗୁଛି। 



ମିଡିଆ ରିପୋର୍ଟ ଅନୁଯାୟୀ, ବୁମରା ମୁମ୍ବାଇ ଇଣ୍ଡିଆନ୍ସ ଭିତରେ ଏକ ଇଣ୍ଟ୍ରା ସ୍କ୍ଵାଡ୍ ମ୍ୟାଚ୍‌ରେ ଅଂଶଗ୍ରହଣ କରିଥିଲେ। ସେ ଆଜି ବି ଆଉ ଏକ ଅଭ୍ୟାସ୍ ମ୍ୟାଚ୍‌ରେ ଭାଗ ନେବେ। ଅନ୍ୟପଟେ ଆଣ୍ଠୁରେ ସାମାନ୍ୟ ଯନ୍ତ୍ରଣା କାରଣରୁ ରୋହିତ ଶର୍ମା ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷ ମ୍ୟାଚ୍ ଖେଳି ପାରି ନ ଥିଲେ। କିନ୍ତୁ ଆରସିବି ବିପକ୍ଷ ମ୍ୟାଚ୍‌ରେ ରୋହିତ ପଡ଼ିଆକୁ ଓହ୍ଲାଇ ପାରନ୍ତି। ମୁମ୍ବାଇ ଚଳିତ ସଂସ୍କରଣରେ ଏ ପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳି ଗୋଟିଏ ଜିତିଥିବା ବେଳେ ୩ଟିରେ ପରାଜିତ ହୋଇଛି। ଦଳ ପଏଣ୍ଟ ତାଲିକାରେ ସପ୍ତମ ସ୍ଥାନରେ ରହିଛି।