ଦଶମ ଶ୍ରେଣୀ ଛାତ୍ରଙ୍କ ପେଟରେ ଛୁରି ଭୁସିଲେ ଛାତ୍ର

କୋରାପୁଟ,୧୯।୮: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ପଞ୍ଚଡ଼ା ହାଇସ୍କୁଲ ହଷ୍ଟେଲରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ରାତିରେ ହଷ୍ଟେଲରେ ଖାଇବା ବେଳେ ଦୁଇ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଏହା କ୍ରମେ ଉର୍ଗରୂପ ନେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଜଣେ ଛାତ୍ର ଦଶମ ଶ୍ରେଣୀ ଛାତ୍ରଙ୍କୁ ପେଟରେ ଛୁରି ଭୁସି ଆକ୍ରମଣ କରିଥିଲେ। ଫଳରେ ଛାତ୍ର ଜଣକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। […] The post ଦଶମ ଶ୍ରେଣୀ ଛାତ୍ରଙ୍କ ପେଟରେ ଛୁରି ଭୁସିଲେ ଛାତ୍ର appeared first on Dharitri Odia News.

ଦଶମ ଶ୍ରେଣୀ ଛାତ୍ରଙ୍କ ପେଟରେ ଛୁରି ଭୁସିଲେ ଛାତ୍ର

କୋରାପୁଟ,୧୯।୮: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ପଞ୍ଚଡ଼ା ହାଇସ୍କୁଲ ହଷ୍ଟେଲରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ରାତିରେ ହଷ୍ଟେଲରେ ଖାଇବା ବେଳେ ଦୁଇ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଏହା କ୍ରମେ ଉର୍ଗରୂପ ନେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଜଣେ ଛାତ୍ର ଦଶମ ଶ୍ରେଣୀ ଛାତ୍ରଙ୍କୁ ପେଟରେ ଛୁରି ଭୁସି ଆକ୍ରମଣ କରିଥିଲେ। ଫଳରେ ଛାତ୍ର ଜଣକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ଛାତ୍ରଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

ଖବର ପାଇ ପୋଲିସ ହଷ୍ଟେଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

The post ଦଶମ ଶ୍ରେଣୀ ଛାତ୍ରଙ୍କ ପେଟରେ ଛୁରି ଭୁସିଲେ ଛାତ୍ର appeared first on Dharitri Odia News.