ଇଶା-ଦୀପିକାଙ୍କ ମଧ୍ୟରେ ବ୍ୟବସାୟିକ ସହଭାଗିତା
ଭୁବନେଶ୍ୱର,୧୬।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପର ପ୍ରମୁଖ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆର୍ଆର୍ଭିଏଲ୍)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଏମ୍ ଅମ୍ବାନୀ ଏବଂ ୮୨ଂଇର ସହ ପ୍ରତିଷ୍ଠାତା ଦୀପିକା ପାଦୁକୋନଙ୍କ ମଧ୍ୟରେ ବ୍ୟବସାୟିକ ସହଭାଗିତା ସ୍ଥାପନ ହୋଇଛି। ବିଶେଷ କରି ଆରଆରଭିଏଲର ପ୍ରମୁଖ ୟୁନିଟ ରିଲାଏନ୍ସ ରିଟେଲର ବିୟୁଟି ବ୍ରାଣ୍ଡ ଟିରା ଓ ସେଲପ କେୟାର ବ୍ରାଣ୍ଡ ୮୨ଂଇ ପ୍ଲାଟଫର୍ମ ମଧ୍ୟରେ ବ୍ୟବସାୟିକ ଚୁକ୍ତିନାମା ହୋଇଥିବାବେଳେ ୮୨ଂଇ ର ସମ୍ପ୍ରସାରଣ ସହ ଡି୨ସି […] The post ଇଶା-ଦୀପିକାଙ୍କ ମଧ୍ୟରେ ବ୍ୟବସାୟିକ ସହଭାଗିତା appeared first on Dharitri Odia News.
ଭୁବନେଶ୍ୱର,୧୬।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପର ପ୍ରମୁଖ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆର୍ଆର୍ଭିଏଲ୍)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଏମ୍ ଅମ୍ବାନୀ ଏବଂ ୮୨ଂଇର ସହ ପ୍ରତିଷ୍ଠାତା ଦୀପିକା ପାଦୁକୋନଙ୍କ ମଧ୍ୟରେ ବ୍ୟବସାୟିକ ସହଭାଗିତା ସ୍ଥାପନ ହୋଇଛି। ବିଶେଷ କରି ଆରଆରଭିଏଲର ପ୍ରମୁଖ ୟୁନିଟ ରିଲାଏନ୍ସ ରିଟେଲର ବିୟୁଟି ବ୍ରାଣ୍ଡ ଟିରା ଓ ସେଲପ କେୟାର ବ୍ରାଣ୍ଡ ୮୨ଂଇ ପ୍ଲାଟଫର୍ମ ମଧ୍ୟରେ ବ୍ୟବସାୟିକ ଚୁକ୍ତିନାମା ହୋଇଥିବାବେଳେ ୮୨ଂଇ ର ସମ୍ପ୍ରସାରଣ ସହ ଡି୨ସି ମଡେଲ ଜରିଆରେ ପ୍ରଥମଧରଣର ରିଟେଲ ସେବା ଯୋଗାଇ ଦେବାକୁ ଆବଶ୍ୟକ ସହାୟତା ଓ ସୁବିଧା ଉଭୟ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ବ୍ରାଣ୍ଡ୍ ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଆର୍ଆର୍ଭିଏଲ୍ର ନିର୍ଦ୍ଦେଶିକା ଇଶା ଏମ ଅମ୍ବାନୀ କହିଛନ୍ତି, ଆମେ ୮୨ଂଇ ସହ ସହଭାଗିତା ସ୍ଥାପନ କରି ବେଶ୍ ଉତ୍ସାହିତ ଅଛୁ। ଏପରିକି ସେଲ୍ଫ କେୟାର ଆଣ୍ଡ ହୋଲିଷ୍ଟିକ ଓ୍ବେଲନେସ କ୍ଷେତ୍ରରେ ବ୍ରାଣ୍ଡ୍ର କମିଟମେଣ୍ଟ ବେଶ୍ ଉତ୍ସାହଜନକ ରହିଛି। ଫଳରେ ଟିରା ଗ୍ରାହକଙ୍କ ନିକଟତର ହେବାରେ ଏହା ବେଶ୍ ଲାଭଦାୟକ ହେବ ବୋଲି ସେ ମତପ୍ରକାଶ କରିଛନ୍ତି। ସେହିଭଳି ୮୨ଂଇର ସହ ପ୍ରତିଷ୍ଠାତା ଦୀପିକା ପାଦୁକୋନ କହିଛନ୍ତି, ଟିରା ପ୍ଲାଟଫର୍ମରେ ୮୨ଂଇ ବ୍ରାଣ୍ଡ୍ର ସମସ୍ତ ଉତ୍ପାଦ ଉପଲବ୍ଧ ହେବ। ଏପରିକି ଆମେ ଆମର ଗୁଣାତ୍ମକ ଉତ୍ପାଦ ଓ ସେବା ପ୍ଲାଟଫର୍ମ ଜରିଆରେ ଗ୍ରାହକଙ୍କୁ ଯୋଗାଇ ଦେବୁ ବୋଲି ସେ ମତବ୍ୟକ୍ତ କରିଛନ୍ତି।
The post ଇଶା-ଦୀପିକାଙ୍କ ମଧ୍ୟରେ ବ୍ୟବସାୟିକ ସହଭାଗିତା appeared first on Dharitri Odia News.