‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍ରେ ପ୍ରଭାବ ପଡ଼ିବ’
ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ ସସ୍ପେନ୍ସ ଲାଗି ରହିଛି। ଏସବୁ ମଧ୍ୟରେ ଋଷଭ ପନ୍ତଙ୍କଠାରୁ ଆରମ୍ଭ କରି ସୌରଭ ଗାଙ୍ଗୁଲି ଏବଂ ରିକି ପଣ୍ଟିଂ ଉଭୟଙ୍କ କହିବା ମୁତାବକ ପନ୍ତଙ୍କୁ ଚୟନ କରାଯିବା ଉଚିତ। ନଚେତ ଭାରତର ମୁକାବିଲା ଉପରେ ଏହାର ବଡ଼ ପ୍ରଭାବ ପଡ଼ିପାରେ। ବର୍ତ୍ତମାନ ଆଇପିଏଲ୍ ୨୦୨୪ ଖେଳୁଛନ୍ତି ପନ୍ତ। ଏଥିରେ ସେ […] The post ‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍ରେ ପ୍ରଭାବ ପଡ଼ିବ’ appeared first on Dharitri Odia News.
ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ ସସ୍ପେନ୍ସ ଲାଗି ରହିଛି। ଏସବୁ ମଧ୍ୟରେ ଋଷଭ ପନ୍ତଙ୍କଠାରୁ ଆରମ୍ଭ କରି ସୌରଭ ଗାଙ୍ଗୁଲି ଏବଂ ରିକି ପଣ୍ଟିଂ ଉଭୟଙ୍କ କହିବା ମୁତାବକ ପନ୍ତଙ୍କୁ ଚୟନ କରାଯିବା ଉଚିତ। ନଚେତ ଭାରତର ମୁକାବିଲା ଉପରେ ଏହାର ବଡ଼ ପ୍ରଭାବ ପଡ଼ିପାରେ।
ବର୍ତ୍ତମାନ ଆଇପିଏଲ୍ ୨୦୨୪ ଖେଳୁଛନ୍ତି ପନ୍ତ। ଏଥିରେ ସେ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି। ଦୁର୍ଘଟଣା ପୂର୍ବରୁ ସେ ଯେଉଁଭଳି ପ୍ରଦର୍ଶନ କରୁଥିଲେ ସେଭଳି ଫିଟ୍ ଥିବା ସ୍ପଷ୍ଟ ହେଉଛି। ବ୍ୟାଟିଂରେ ବି ହିଟ୍ ଅଛନ୍ତି। କେବଳ ନେତୃତ୍ୱ ନେବାରେ ସେ ବିଫଳ ହେବା ନଜର ଆସୁଛନ୍ତି।
ଗାଙ୍ଗୁଲି କହିଛନ୍ତି, ମୁଁ ଭାବୁଛି ତାଙ୍କୁ ଦଳରେ ହେବା ଉଚିତ। କେବଳ ୧୫ ଖେଳାଳି ଚୟନ ହେବା ଉଚିତ। ହେଲେ ଯେମିତିକି ପ୍ରତି ଖେଳରେ ହୋଇଥାଏ ଆପଣଙ୍କୁ ଆପଣଙ୍କଠାରୁ ଭଲ ଖେଳାଳିଙ୍କୁ ବାଛିବା ଆବଶ୍ୟକତା ପଡ଼ିଥାଏ। ପନ୍ତଙ୍କଠାରେ ସେ ଦକ୍ଷତା ରହିଛି।
ସେହିଭଳି ଟି୨୦ ବିଶ୍ୱକପ୍ରେ ପନ୍ତ ନିଜର ସ୍ଥାନ ପାଇବେ ବୋଲି ଆଶା ଥିବା ପଣ୍ଟିଂ କହିଛନ୍ତି। ସେ ବହୁତ ଭଲ ଖେଳାଳି। ଯଦି ତାଙ୍କର ଚୟନ କରାଯାଇଛି ତେବେ ଭାରତର ମ୍ୟାଚ୍ ଉପରେ ପ୍ରଭାବ ପଡ଼ିପାରେ।
The post ‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍ରେ ପ୍ରଭାବ ପଡ଼ିବ’ appeared first on Dharitri Odia News.