ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ :କୌଶଳ କରି ଅପହରଣକାରୀ କବଜାରୁ ଖସିଆସିଲେ ଛାତ୍ର
କନକବ୍ୟୁରୋ: ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ଅଭିଯୋଗ । କୁଜଙ୍ଗ ୧୫ ନମ୍ବର ଜାତୀୟ ରାଜପଥ ନିକଟରୁ ଦୁର୍ବୃତ୍ତ ମାନେ ଏକ ସ୍କର୍ପିଓରେ ଅପହରଣ କରିନେଇଥିଲେ । ତେବେ ଅପହର୍ତ୍ତାଙ୍କ କବଳରୁ କୌଶଳ କ୍ରମେ ଖସି ଆସିଛି ଛାତ୍ର । ମାର୍ଶାଘାଇ ହଳଦିଆଗଡା ନିକଟରୁ ଅପହରଣ କାରୀଙ୍କ କବଜାରୁ ଖସିଆସିଥିଲା ଛାତ୍ର । ଏନ.ଏଚ. ର ଏକ ପୋଲ ତଳେ ଲୁଚିଥିବା ବେଳେ ପରିବାର ଲୋକେ ଖବର ପାଇ ଉଦ୍ଧାର କରିଥିଲେ । ଏହାପରେ ଲକ୍ ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛି । କାହିଁକି ଦଶମ ଶ୍ରେଣୀ ଛାତ୍ରଙ୍କୁ କିଡନାପ୍ କରିଥିଲେ ଦୁର୍ବୃତ୍ତ, ସେନେଇ ଛାନଭିନ୍ କରୁଛି ପୋଲିସ ।

କନକବ୍ୟୁରୋ: ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ଅଭିଯୋଗ । କୁଜଙ୍ଗ ୧୫ ନମ୍ବର ଜାତୀୟ ରାଜପଥ ନିକଟରୁ ଦୁର୍ବୃତ୍ତ ମାନେ ଏକ ସ୍କର୍ପିଓରେ ଅପହରଣ କରିନେଇଥିଲେ ।
ତେବେ ଅପହର୍ତ୍ତାଙ୍କ କବଳରୁ କୌଶଳ କ୍ରମେ ଖସି ଆସିଛି ଛାତ୍ର । ମାର୍ଶାଘାଇ ହଳଦିଆଗଡା ନିକଟରୁ ଅପହରଣ କାରୀଙ୍କ କବଜାରୁ ଖସିଆସିଥିଲା ଛାତ୍ର । ଏନ.ଏଚ. ର ଏକ ପୋଲ ତଳେ ଲୁଚିଥିବା ବେଳେ ପରିବାର ଲୋକେ ଖବର ପାଇ ଉଦ୍ଧାର କରିଥିଲେ । ଏହାପରେ ଲକ୍ ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛି । କାହିଁକି ଦଶମ ଶ୍ରେଣୀ ଛାତ୍ରଙ୍କୁ କିଡନାପ୍ କରିଥିଲେ ଦୁର୍ବୃତ୍ତ, ସେନେଇ ଛାନଭିନ୍ କରୁଛି ପୋଲିସ ।