ଦାଉ ସାଧୁଛି ଜଳକଷ୍ଟ, ଶୌଚ ହେବାକୁ ଜଙ୍ଗଲକୁ ଯାଉଛନ୍ତି ଛାତ୍ରଛାତ୍ରୀ
କୋରାପୁଟ ୦୪/୦୩: ଖରା ଆରମ୍ଭରୁ ଦାଉ ସାଧିଲାଣି ଜଳକଷ୍ଟ । କେବଳ ଲୋକେ ନୁହେଁ କୁନି କୁନି ପିଲାଙ୍କୁ ବି କଷ୍ଟ ଦେଲାଣି ଖରା । ଖାସ୍ କରି ବିଦ୍ୟାଳାୟରେ ପିଲାଙ୍କୁ ଦାଉ ସାଧିଛି ଜଳକଷ୍ଟ । କହିବାକୁ ଗଲେ ଗୁଣାତ୍ମକ ଶିକ୍ଷା ସହ ଆନୁସାଙ୍ଗିକ ଭିତ୍ତିଭୂମି ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କୋରାପୁଟରେ ଦେଖିବାକୁ ମିଳିଛି କରୁଣ ଚିତ୍ର । ସୂଚନା ଥାଉକି, କୋରାପୁଟ ବ୍ଳକ୍ ବଣ୍ଡା ଗୁଡ଼ା ବିଦ୍ୟାଳୟରେ ନାହିଁ ପାନୀୟ ଜଳ ବ୍ୟବସ୍ଥା । ଦୀର୍ଘବର୍ଷ ଧରି ଟ୍ୟୁବଲ ଖରାପ ଥିବାରୁ ଘରୁ ପାଣି ଆଣି ପିଉଛନ୍ତି ଛାତ୍ରଛାତ୍ରୀ । ମଧ୍ୟାହ୍ନ ଭୋଜନ ପରେ ବିଦ୍ୟାଳୟ ଠାରୁ ଦୁଇଶହ ମିଟର ଦୁର ଝରଣାରେ ଧୋଉଛନ୍ତି ଥାଳି । ଅନ୍ୟପଟେ ପାଣି ନଥିବାରୁ ଶୌଚାଳୟ ବ୍ୟବହାର ହେଇ ପାରୁନାହିଁ। ଫଳରେ ସ୍କୁଲ ନିକଟ ଜଙ୍ଗଲକୁ ଯାଉଛନ୍ତି ଛାତ୍ରଛାତ୍ରୀ। ଜୀବନକୁ ବିପଦ ଥିଲେ ମଧ୍ୟ ବିଦ୍ୟାଳୟ ବାହାରକୁ କିଭଳି ଛାତ୍ରଛାତ୍ରୀ ମାନଙ୍କୁ ଛଡ଼ାଯାଉଛି ତାହାକୁ ନେଇ ଏବେ ଉଠୁଛି ପ୍ରଶ୍ନ। ଏନେଇ ବାରମ୍ବାର ଗ୍ରାମବାସୀ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେ ସୁଦ୍ଧା କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରୁଛନ୍ତି।
କୋରାପୁଟ ୦୪/୦୩: ଖରା ଆରମ୍ଭରୁ ଦାଉ ସାଧିଲାଣି ଜଳକଷ୍ଟ । କେବଳ ଲୋକେ ନୁହେଁ କୁନି କୁନି ପିଲାଙ୍କୁ ବି କଷ୍ଟ ଦେଲାଣି ଖରା । ଖାସ୍ କରି ବିଦ୍ୟାଳାୟରେ ପିଲାଙ୍କୁ ଦାଉ ସାଧିଛି ଜଳକଷ୍ଟ । କହିବାକୁ ଗଲେ ଗୁଣାତ୍ମକ ଶିକ୍ଷା ସହ ଆନୁସାଙ୍ଗିକ ଭିତ୍ତିଭୂମି ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କୋରାପୁଟରେ ଦେଖିବାକୁ ମିଳିଛି କରୁଣ ଚିତ୍ର ।
ସୂଚନା ଥାଉକି, କୋରାପୁଟ ବ୍ଳକ୍ ବଣ୍ଡା ଗୁଡ଼ା ବିଦ୍ୟାଳୟରେ ନାହିଁ ପାନୀୟ ଜଳ ବ୍ୟବସ୍ଥା । ଦୀର୍ଘବର୍ଷ ଧରି ଟ୍ୟୁବଲ ଖରାପ ଥିବାରୁ ଘରୁ ପାଣି ଆଣି ପିଉଛନ୍ତି ଛାତ୍ରଛାତ୍ରୀ । ମଧ୍ୟାହ୍ନ ଭୋଜନ ପରେ ବିଦ୍ୟାଳୟ ଠାରୁ ଦୁଇଶହ ମିଟର ଦୁର ଝରଣାରେ ଧୋଉଛନ୍ତି ଥାଳି । ଅନ୍ୟପଟେ ପାଣି ନଥିବାରୁ ଶୌଚାଳୟ ବ୍ୟବହାର ହେଇ ପାରୁନାହିଁ। ଫଳରେ ସ୍କୁଲ ନିକଟ ଜଙ୍ଗଲକୁ ଯାଉଛନ୍ତି ଛାତ୍ରଛାତ୍ରୀ।
ଜୀବନକୁ ବିପଦ ଥିଲେ ମଧ୍ୟ ବିଦ୍ୟାଳୟ ବାହାରକୁ କିଭଳି ଛାତ୍ରଛାତ୍ରୀ ମାନଙ୍କୁ ଛଡ଼ାଯାଉଛି ତାହାକୁ ନେଇ ଏବେ ଉଠୁଛି ପ୍ରଶ୍ନ। ଏନେଇ ବାରମ୍ବାର ଗ୍ରାମବାସୀ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେ ସୁଦ୍ଧା କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରୁଛନ୍ତି।