ଦାଣ୍ଡ-ବାଡ଼ି କବାଟ କିଳି ଆତ୍ମହତ୍ୟା କଲେ ଯୁବକ, ୨-୩ ଦିନ ପରେ…
ଛତ୍ରପୁର,୧୫ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁର ମଝିସାହିରେ ଜଣେ ଯୁବକ ଛାତର କ୍ଲାମ୍ପରେ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟା କରିଥିବା ଯୁବକ ଜଣକ ୨୮ ବର୍ଷୀୟ ଟି. ରାଜା ସ୍ବାମୀ। ନିଜ ଘରର ଦାଣ୍ଡପଟ ଏବଂ ବାଡ଼ିପଟ ଭିତର ପଟୁ ତାଲା ପକାଇ ରାଜା ଆତ୍ମହତ୍ୟା କରିଥିବା ସୂଚନା। ୨-୩ ଦିନ ପୂର୍ବରୁ ସେ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଛି। ଘରୁ ଦୁର୍ଗନ୍ଧ ହେବା ପରେ […] The post ଦାଣ୍ଡ-ବାଡ଼ି କବାଟ କିଳି ଆତ୍ମହତ୍ୟା କଲେ ଯୁବକ, ୨-୩ ଦିନ ପରେ… appeared first on Dharitri Odia News.
ଛତ୍ରପୁର,୧୫ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁର ମଝିସାହିରେ ଜଣେ ଯୁବକ ଛାତର କ୍ଲାମ୍ପରେ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟା କରିଥିବା ଯୁବକ ଜଣକ ୨୮ ବର୍ଷୀୟ ଟି. ରାଜା ସ୍ବାମୀ। ନିଜ ଘରର ଦାଣ୍ଡପଟ ଏବଂ ବାଡ଼ିପଟ ଭିତର ପଟୁ ତାଲା ପକାଇ ରାଜା ଆତ୍ମହତ୍ୟା କରିଥିବା ସୂଚନା। ୨-୩ ଦିନ ପୂର୍ବରୁ ସେ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଛି। ଘରୁ ଦୁର୍ଗନ୍ଧ ହେବା ପରେ ଗାଁ ଲୋକ ପୋଲିସକୁ ଖବର ଦେଇଥିଲେ। ପୋଲିସ ଏଏସ୍ଆଇ କାଳୁ ଚରଣ ସ୍ବାଇଁ ଏବଂ କବିତା ବେହେରା ଘଟଣାସ୍ଥଳରେ ପହଞ୍ଚି ଘର କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଛନ୍ତି। ତେବେ ଯୁବକ ଜଣ କାହିଁକି ଆତ୍ମହତ୍ୟା କରିଛନ୍ତି, ତା’ର କାରଣ ଜଣାପଡ଼ିନାହିଁ l ପୋଲିସ ମାମଲାର ତଦନ୍ତ ଜାରି ରଖିଛି।
The post ଦାଣ୍ଡ-ବାଡ଼ି କବାଟ କିଳି ଆତ୍ମହତ୍ୟା କଲେ ଯୁବକ, ୨-୩ ଦିନ ପରେ… appeared first on Dharitri Odia News.