ପ୍ରଚାର-ପ୍ରସାର ଅଭାବ ଯୋଗୁ ଅନେକ କଳାକାର ପ୍ରତିଭା ଚୟନ ପ୍ରତିଯୋଗିତାରୁ ବଞ୍ଚିତ

ଥୁଆମୂଳ ରାମପୁର,୧୨।୧୨-(ଦୁର୍ଗା କୀର୍ତ୍ତି): ଚଳିତ ବର୍ଷ ରାଜ୍ୟ ସରକାରଙ୍କର ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ ବ୍ଲକ/ ପରାଞ୍ଚଳସ୍ତରରେ ଯୁବ ଉତ୍ସବ ତଥା ପ୍ରତିଭା ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କ୍ରମନ୍ବୟରେ ଜିଲାସ୍ତର ଓ ରାଜ୍ୟସ୍ତରରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ବ୍ଲକ ସ୍ତରୀୟ ଯୁବ ଉତ୍ସବ ତଥା ପ୍ରତିଭା ଚୟନ ପ୍ରତିଯୋଗିତା-୨୦୨୫ ନିମନ୍ତେ ଗୁରୁବାର କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହ ଠାରେ ବିଡ଼ିଓ ଧ୍ରୁବ ଚରଣ […] The post ପ୍ରଚାର-ପ୍ରସାର ଅଭାବ ଯୋଗୁ ଅନେକ କଳାକାର ପ୍ରତିଭା ଚୟନ ପ୍ରତିଯୋଗିତାରୁ ବଞ୍ଚିତ appeared first on Dharitri Odia News.

ପ୍ରଚାର-ପ୍ରସାର ଅଭାବ ଯୋଗୁ ଅନେକ କଳାକାର ପ୍ରତିଭା ଚୟନ ପ୍ରତିଯୋଗିତାରୁ ବଞ୍ଚିତ

ଥୁଆମୂଳ ରାମପୁର,୧୨।୧୨-(ଦୁର୍ଗା କୀର୍ତ୍ତି): ଚଳିତ ବର୍ଷ ରାଜ୍ୟ ସରକାରଙ୍କର ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ ବ୍ଲକ/ ପରାଞ୍ଚଳସ୍ତରରେ ଯୁବ ଉତ୍ସବ ତଥା ପ୍ରତିଭା ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କ୍ରମନ୍ବୟରେ ଜିଲାସ୍ତର ଓ ରାଜ୍ୟସ୍ତରରେ ଅନୁଷ୍ଠିତ ହେବାକୁ ଯାଉଛି।
ଏହି ଅବସରରେ ବ୍ଲକ ସ୍ତରୀୟ ଯୁବ ଉତ୍ସବ ତଥା ପ୍ରତିଭା ଚୟନ ପ୍ରତିଯୋଗିତା-୨୦୨୫ ନିମନ୍ତେ ଗୁରୁବାର କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହ ଠାରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କ ତତ୍ତ୍ୱାବଧାନରେ ପ୍ରତିଭା ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ବ୍ଲକ କଳା ସସ୍କୃତି ସଂଘ ଉପ ସଭାପତି ମାଣିକ୍ୟ ଚନ୍ଦ୍ର ନାଏକ, ଭାଜପାର ପବିତ୍ର ନାଏକ, ବାଜ୍ରା ଭୋଇ, ବିପିନ ନାଏକ, ବ୍ଲକ କଳା ସସ୍କୃତି ସଂଘ ସଦସ୍ୟ କୃଷ୍ଣ ଚନ୍ଦ୍ର ନାଏକ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ହେମନ୍ତ ପଣ୍ଡାଙ୍କ ସମେତ ଶିକ୍ଷାକ ଅଜିତ୍ କୁମାର ଦୁର୍ଗା, ଶିକ୍ଷକ ଯଦୁମଣୀ ନାଏକ, ଶିକ୍ଷକ ଗୁନେଶ୍ୱର୍‌ ନାଏକ, ଯୁକ୍ତ ତିନି ମହାବିଦ୍ୟାଳୟ ଅଧ୍ୟାପକ ବିରଞ୍ଚି ନାଏକ, ଅଧ୍ୟାପକ ପରିକ୍ଷୀତ ନାଏକ, ଅଧ୍ୟାପକ ବଳଭଦ୍ର ହରିଜନଙ୍କ ସମେତ ପ୍ରତିଯୋଗୀ ଛାତ୍ରୀଛାତ୍ରୀମାନେ ଉପସ୍ଥିତ ରହିଥିଲେ।
ପ୍ରକାଶଯୋଗ୍ୟ ଯେ, ବ୍ଳଳ ସ୍ତରରେ ଏହି କାର୍ଯ୍ୟକ୍ରମକୁ ସୁ-ପରିଚାଳନା କରିବା ନିମନ୍ତେ ନିଜ ବ୍ଳକର ‘ବ୍ଳକ କଳା ସଂସ୍କୃତି ସଂଘ’କୁ ସାମିଲ କରି କାର୍ଯ୍ୟକ୍ରମକୁ ଆୟୋଜନ କରିବାକୁ ଜିଲା ସଂସ୍କୃତି ବିଭାଗ ଏବଂ କଳାହାଣ୍ଡି ଜିଲାପାଳଙ୍କ ନିର୍ଦ୍ଦେଶ ରହିଥିବା ସହ ନିଜ ଅଞ୍ଚଳର ବିଦ୍ୟାଳୟଗୁଡିକୁ ବ୍ଲକସ୍ତରୀୟ ପ୍ରତିଯୋଗିତା ପାଇଁ ସାମିଲ କରିବାକୁ ଜିଲା ପ୍ରଶାସନ ତଥା ଜିଲା ସଂସ୍କୃତି ବିଭାଗ
ପକ୍ଷରୁ ଚିଠିରେ ନିର୍ଦ୍ଦେଶ ରହିଥିବାବେଳେ ମାତ୍ର ହାତ ଗଣତି କିଛି ସ୍କୁଲ ଏବଂ ବିଦ୍ୟାଳୟ, ମହବିଦ୍ୟାଳୟର ଛାତ୍ରୀଛାତ୍ରୀମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଶେଷ କରି ଦେଇଛନ୍ତି l ଏଠାରେ ପ୍ରଚାର ପ୍ରସାରର ଘୋର ଅଭାବ ସହ ଏହି ଉତ୍ସବ ସଠିକ ଭାବରେ ପରିଚାଳନା ହୋଇନଥିବାରୁ ବ୍ଲକର ଅନେକ କଳା ସସ୍କୃତି ପ୍ରେମୀ ତଥା ବିଭିନ୍ନ କଳା ସଂସ୍କୃତ ସଂଘ, ଅନୁଷ୍ଠାନ ଓ ଅନେକ ଲୁକ୍କାଇତ ପ୍ରତିଭା ଏହି କାର୍ଯ୍ୟକ୍ରମରେ ବଞ୍ଚିତ ରହିଥିବା ଜଣାପଡ଼ିଛି। ଏନେଇ କଳା ଓ ସଂସ୍କୃତି ପ୍ରେମୀଙ୍କ ମନରେ ଗଭୀର କ୍ଷୋଭ ପ୍ରକାଶ ପାଇଥିବା ବ୍ଲକ କଳା ସସ୍କୃତି ସଂଘ ଉପ ସଭାପତି ଶ୍ରୀ ନାଏକ ପ୍ରକାଶ କରିଛନ୍ତି l

The post ପ୍ରଚାର-ପ୍ରସାର ଅଭାବ ଯୋଗୁ ଅନେକ କଳାକାର ପ୍ରତିଭା ଚୟନ ପ୍ରତିଯୋଗିତାରୁ ବଞ୍ଚିତ appeared first on Dharitri Odia News.