ଦାଦାବଟି ଆଦାୟ ମାମଲା, ଆଜି ଆଉ ଜଣେ ଯୁବକକୁ ଗିରଫ କଲା ଏୟାରଫିଲଡ଼ ଥାନା ପୋଲିସ

ଭୁବନେଶ୍ୱର(କେନ୍ୟୁଜ) : ଦାଦାବଟି ଆଦାୟ ମାମଲାରେ ପୋଲିସ ଆଉ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି l କିଛି ମାସ ହେବ ପୋଲିସକୁ ଚକ୍ ମା ଦେଇ ଫେରାର ଥିଲା ଆସାମୀ l ଗିରଫ ଯୁବକ ନାମ ହେଉଛି ପତିତପାବନ ବରିଷଲ l ପତିତପାବନ ବରିଷଲ ଜଣେ ପେସାଦାର ଦାଦାବଟି ଆଦାୟ କରୁଥିବା ଯୁବକ l ପୋଲିସର ସୂଚନା ଅନୁସାରେ, ଗତ ଫେବୃଆରୀ 20 ତାରିଖରେ ପତିତପାବନ ବରିଷଲ ଓ ପ୍ରେମାନନ୍ଦ ଭାରିମଲ୍ଲ ଏବଂ […] The post ଦାଦାବଟି ଆଦାୟ ମାମଲା, ଆଜି ଆଉ ଜଣେ ଯୁବକକୁ ଗିରଫ କଲା ଏୟାରଫିଲଡ଼ ଥାନା ପୋଲିସ appeared first on KNews Odisha.

ଦାଦାବଟି ଆଦାୟ ମାମଲା, ଆଜି ଆଉ ଜଣେ ଯୁବକକୁ ଗିରଫ କଲା ଏୟାରଫିଲଡ଼ ଥାନା ପୋଲିସ
arrest

ଭୁବନେଶ୍ୱର(କେନ୍ୟୁଜ) : ଦାଦାବଟି ଆଦାୟ ମାମଲାରେ ପୋଲିସ ଆଉ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି l କିଛି ମାସ ହେବ ପୋଲିସକୁ ଚକ୍ ମା ଦେଇ ଫେରାର ଥିଲା ଆସାମୀ l ଗିରଫ ଯୁବକ ନାମ ହେଉଛି ପତିତପାବନ ବରିଷଲ l ପତିତପାବନ ବରିଷଲ ଜଣେ ପେସାଦାର ଦାଦାବଟି ଆଦାୟ କରୁଥିବା ଯୁବକ l

ପୋଲିସର ସୂଚନା ଅନୁସାରେ, ଗତ ଫେବୃଆରୀ 20 ତାରିଖରେ ପତିତପାବନ ବରିଷଲ ଓ ପ୍ରେମାନନ୍ଦ ଭାରିମଲ୍ଲ ଏବଂ ଅନ୍ୟ ଜଣେ ଯୁବକଙ୍କ ସହଯୋଗରେ ପଞ୍ଚୁପଲ୍ଲୀ ଅଞ୍ଚଳରେ ଚାଲିଥିବା ରୋଡ଼ କାମରେ ନିୟୋଜିତ ଭାରୀଯାନଗୁଡିକ ଠାରୁ ଏମାନେ ଖଣ୍ଡା ଦେଖାଇ ଭୟଭୀତ କରି ଦାଦାବଟି ଆଦାୟ କରୁଥିଲେ l

ଏକଥା ଐରଫିଲଡ଼ ଥାନା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପ୍ରେମାନନ୍ଦ ଭାରିମଲ୍ଲକୁ ଗିରଫ କରିଥିବାବେଳେ ପତିତପାବନ ବରିଷଲ ଅନ୍ୟ ଜଣେ ଯୁବକ ଫେରାର ଥିଲେ l ଆଜି ଏୟାରଫିଲଡ଼ ଥାନା ପୋଲିସ ପତିତପାବନ ବରିଷଲକୁ ଗିରଫ କରି କୋର୍ଟ ଚାଲାଣ କରିଛି l

The post ଦାଦାବଟି ଆଦାୟ ମାମଲା, ଆଜି ଆଉ ଜଣେ ଯୁବକକୁ ଗିରଫ କଲା ଏୟାରଫିଲଡ଼ ଥାନା ପୋଲିସ appeared first on KNews Odisha.