ଦାନାର ମୁକାବିଲା ପାଇଁ ଶୂନ୍ୟ ମୃତ୍ୟୁକୁ ପୋଲିସର ଗୁରୁତ୍ୱ

ଭୁବନେଶ୍ୱର:ସମ୍ଭାବ୍ୟ ବାତ୍ୟା “ଦାନା”ର ଉପଯୁକ୍ତ ମୁକାବିଲା ଓ ପରବର୍ତ୍ତୀ ପୁନଃରୁଦ୍ଧାର କାର୍ଯ୍ୟ ପନ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସମ୍ଭାବ୍ୟ ବାତ୍ୟା ” ଦାନା”ର ଦିଗ, ଏହାର ପ୍ରତିକାର ଏବଂ ଆନୁସଙ୍ଗିକ ବ୍ୟବସ୍ଥା ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ରାଜ୍ୟ ସରକାର ” ଶୂନ୍ୟ ମୃତ୍ୟୁ ” ଲକ୍ଷ୍ୟ ରଖିଥିବା ବେଳେ ଏହାକୁ […] The post ଦାନାର ମୁକାବିଲା ପାଇଁ ଶୂନ୍ୟ ମୃତ୍ୟୁକୁ ପୋଲିସର ଗୁରୁତ୍ୱ appeared first on Odisha.News.

ଦାନାର ମୁକାବିଲା ପାଇଁ ଶୂନ୍ୟ ମୃତ୍ୟୁକୁ ପୋଲିସର ଗୁରୁତ୍ୱ

ଭୁବନେଶ୍ୱର:ସମ୍ଭାବ୍ୟ ବାତ୍ୟା “ଦାନା”ର ଉପଯୁକ୍ତ ମୁକାବିଲା ଓ ପରବର୍ତ୍ତୀ ପୁନଃରୁଦ୍ଧାର କାର୍ଯ୍ୟ ପନ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସମ୍ଭାବ୍ୟ ବାତ୍ୟା ” ଦାନା”ର ଦିଗ, ଏହାର ପ୍ରତିକାର ଏବଂ ଆନୁସଙ୍ଗିକ ବ୍ୟବସ୍ଥା ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ରାଜ୍ୟ ସରକାର ” ଶୂନ୍ୟ ମୃତ୍ୟୁ ” ଲକ୍ଷ୍ୟ ରଖିଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ପୋଲିସ ବିଭାଗ ତରଫରୁ ସମସ୍ତ ଉଦ୍ୟମ କରିବାକୁ ଡିଜିପି ଶ୍ରୀ ଖୁରାନିଆ ସମସ୍ତ ଜିଲ୍ଲା ଏସପିଙ୍କୁ ନିର୍ଦେଶ ଦେଇଥିଲେ।
ଏହି ସମୀକ୍ଷା ବୈଠକରେ ଡିଜିପି ଶ୍ରୀ ଖୁରାନିଆ ବାତ୍ୟା ଆଶ୍ରୟ ସ୍ଥଳରେ ପୋଲିସ ଫୋର୍ସ ମୁତୟନ, ସମୁଦ୍ର କୂଳ ଅଞ୍ଚଳରେ ମେରାଇନ ପୋଲିସ ପକ୍ଷରୁ ସଚେତନତା, ଉପକୂଳ ଅଞ୍ଚଳରୁ ଜନ ସାଧାରଣଙ୍କୁ ଉଦ୍ଧାର, ଓଡ୍ରାଫ ବାହିନୀକୁ ଉପଯୁକ୍ତ ସ୍ଥାନରେ ମୁତୟନ ଏବଂ ଧନ ଜୀବନ ଉଦ୍ଧାର କରିବାରେ ଭୁମିକା, ବାତ୍ୟା ପ୍ରଭାବିତ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କୁ ସଚେତନ କରିବାକୁ ଡିଜିପି ଶ୍ରୀ ଖୁରାନିଆ ସମସ୍ତ ଏସପିଙ୍କୁ ନିର୍ଦେଶ ଦେଇଥିଲେ।
ଏହି ବୈଠକରେ ଅତିରିକ୍ତ ମହାନିର୍ଦ୍ଦେଶକ ଆଇନ ଓ ଶୃଙ୍ଖଳା ସଞ୍ଜୟ କୁମାର ,ଭୁବନେଶ୍ୱର- କଟକ ପୋଲିସ କମିଶନର ଏସ ଦେବଦତ୍ତ ସିଂ,ଆଇଜି କମ୍ୟୁନିକେସନ ସତୀଶ ଗଜଭିୟେ,ଅତିରିକ୍ତ ପୋଲିସ କମିଶନର ଡ଼.ଉମା ଶଙ୍କର ଦାଶ, ଡିସିପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ.।
ଏହା ସହ ଆଭାସି ମାଧ୍ୟମରେ ଡିଆଇଜି ଦକ୍ଷିଣାଞ୍ଚଳ,ପୁର୍ବାଞ୍ଚଳ, ଏସପି, ଗଞ୍ଜାମ, ବ୍ରହ୍ମପୁର, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଭଦ୍ରକ, ବାଲେଶ୍ୱର ଏବଂ ମୟୁରଭଞ୍ଜ ଉପସ୍ଥିତ ଥିଲେ।

The post ଦାନାର ମୁକାବିଲା ପାଇଁ ଶୂନ୍ୟ ମୃତ୍ୟୁକୁ ପୋଲିସର ଗୁରୁତ୍ୱ appeared first on Odisha.News.