ଦାନ୍ତକାଠି ଭାଙ୍ଗୁଥିଲେ ମହିଳା,୩ ଭାଲୁ ମିଶି ଝୁଣିଦେଲେ

ପାଟଣା,୨୭।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାର ପଡ଼ା ସେକ୍ସନ ଡାଳପକା ପଞ୍ଚାୟତ କୁଦାବେଡା ଗ୍ରାମରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଜଣେ ୩୯ ବର୍ଷୀୟ ମହିଳାଙ୍କୁ ଭାଲୁ ଆକ୍ରମଣ କରି ଗୁରୁତର କରିଛି। ଗୁରୁତର ମହିଳା ଜଣକ କୁଦାବେଡା ଗ୍ରାମର ସୁଦର୍ଶନ ମୁଣ୍ଡାଙ୍କ ସ୍ତ୍ରୀ କଂସଲା ମୁଣ୍ଡା । ୩ଟି ଭାଲୁ ମିଶି କଂସଲାଙ୍କୁ ଝୁଣିଝୁଣି ଆକ୍ରଣ କରିଥିଲେ। ସୂଚନାଅନୁଯାୟୀ, କଂସଲା ଶନିବାର ସକାଳୁ କୁଦାବେଡା ଗାଁ ଜଙ୍ଗଲ ନିକଟରେ ଠିଆ ହୋଇ ଦାନ୍ତକାଠି […] The post ଦାନ୍ତକାଠି ଭାଙ୍ଗୁଥିଲେ ମହିଳା,୩ ଭାଲୁ ମିଶି ଝୁଣିଦେଲେ appeared first on Dharitri Odia News.

ଦାନ୍ତକାଠି ଭାଙ୍ଗୁଥିଲେ ମହିଳା,୩ ଭାଲୁ ମିଶି ଝୁଣିଦେଲେ

ପାଟଣା,୨୭।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାର ପଡ଼ା ସେକ୍ସନ ଡାଳପକା ପଞ୍ଚାୟତ କୁଦାବେଡା ଗ୍ରାମରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଜଣେ ୩୯ ବର୍ଷୀୟ ମହିଳାଙ୍କୁ ଭାଲୁ ଆକ୍ରମଣ କରି ଗୁରୁତର କରିଛି। ଗୁରୁତର ମହିଳା ଜଣକ କୁଦାବେଡା ଗ୍ରାମର ସୁଦର୍ଶନ ମୁଣ୍ଡାଙ୍କ ସ୍ତ୍ରୀ କଂସଲା ମୁଣ୍ଡା । ୩ଟି ଭାଲୁ ମିଶି କଂସଲାଙ୍କୁ ଝୁଣିଝୁଣି ଆକ୍ରଣ କରିଥିଲେ।
ସୂଚନାଅନୁଯାୟୀ, କଂସଲା ଶନିବାର ସକାଳୁ କୁଦାବେଡା ଗାଁ ଜଙ୍ଗଲ ନିକଟରେ ଠିଆ ହୋଇ ଦାନ୍ତକାଠି ଭାଙ୍ଗୁ ଥିବା ବେଳେ ୩ ଭାଲୁ ତାଙ୍କୁ ଆକ୍ରମଣର କରିଥିଲେ। ଲୋକେ ଭାଲୁଙ୍କୁ ଘୋଉଡ଼ାଇବାରୁ ଭାଲୁମାନେ କଂସଲାଙ୍କୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଛାଡ ଚାଲି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।

The post ଦାନ୍ତକାଠି ଭାଙ୍ଗୁଥିଲେ ମହିଳା,୩ ଭାଲୁ ମିଶି ଝୁଣିଦେଲେ appeared first on Dharitri Odia News.