ବିଶ୍ୱ ବାଣିଜ୍ୟ ମେଳାରେ ଭାଗନେବ ବେଦାନ୍ତ ଆଲୁମିନିୟମ

ନୂଆଦିଲ୍ଲୀ,୧୦।୧୦: ଚଳିତ ବର୍ଷ ଜର୍ମାନୀର ଡସେଲଡର୍ଫଠାରେ ହେବାକୁ ଥିବା ଆଲୁମିନିୟମ-୨୦୨୪ ବିଶ୍ୱ ବାଣିଜ୍ୟ ମେଳାରେ ବେଦାନ୍ତ ଆଲୁମିନିୟମ ଭାଗ ନେବାକୁ ଯାଉଛି। ଏପରିକି କମ୍ପାନୀ ଏହି ମେଳାରେ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ସହ ତା’ର ଆଲୁମିନିୟମ ଉପତ୍ାଦନର ଅଭିନବ ଆଭିମୁଖ୍ୟ ପ୍ରଦର୍ଶନ ସହ ସ୍ଥିରତା ଓ ଅତ୍ୟାଧୁନିକ ଉପତ୍ାଦନକୁ ଗୁରୁତ୍ୱ ଦେବ। ଫଳରେ କମ୍ପାନୀ ତା’ର ବ୍ୟାପକ ଉପତ୍ାଦ ବର୍ଗ ମଧ୍ୟରେ ରେଷ୍ଟୋରା ବ୍ରାଣ୍ଡ୍‌ ଅନ୍ତର୍ଗତ ସ୍ଥାୟୀ ଆଲୁମିନିୟମ ଅଫର ସହିତ ହଲ ନଂ୬, ବୁଥ ନଂ.୬୪ଡି୫ରେ […] The post ବିଶ୍ୱ ବାଣିଜ୍ୟ ମେଳାରେ ଭାଗନେବ ବେଦାନ୍ତ ଆଲୁମିନିୟମ appeared first on Dharitri Odia News.

ବିଶ୍ୱ ବାଣିଜ୍ୟ ମେଳାରେ ଭାଗନେବ ବେଦାନ୍ତ ଆଲୁମିନିୟମ

ନୂଆଦିଲ୍ଲୀ,୧୦।୧୦: ଚଳିତ ବର୍ଷ ଜର୍ମାନୀର ଡସେଲଡର୍ଫଠାରେ ହେବାକୁ ଥିବା ଆଲୁମିନିୟମ-୨୦୨୪ ବିଶ୍ୱ ବାଣିଜ୍ୟ ମେଳାରେ ବେଦାନ୍ତ ଆଲୁମିନିୟମ ଭାଗ ନେବାକୁ ଯାଉଛି। ଏପରିକି କମ୍ପାନୀ ଏହି ମେଳାରେ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ସହ ତା’ର ଆଲୁମିନିୟମ ଉପତ୍ାଦନର ଅଭିନବ ଆଭିମୁଖ୍ୟ ପ୍ରଦର୍ଶନ ସହ ସ୍ଥିରତା ଓ ଅତ୍ୟାଧୁନିକ ଉପତ୍ାଦନକୁ ଗୁରୁତ୍ୱ ଦେବ। ଫଳରେ କମ୍ପାନୀ ତା’ର ବ୍ୟାପକ ଉପତ୍ାଦ ବର୍ଗ ମଧ୍ୟରେ ରେଷ୍ଟୋରା ବ୍ରାଣ୍ଡ୍‌ ଅନ୍ତର୍ଗତ ସ୍ଥାୟୀ ଆଲୁମିନିୟମ ଅଫର ସହିତ ହଲ ନଂ୬, ବୁଥ ନଂ.୬୪ଡି୫ରେ ପ୍ରଦର୍ଶିତ କରିବ।
ଆଲୁମିନିୟମ ଉପତ୍ାଦନର ପ୍ରାୟ ୫୦% ଅଂଶ ବେଦାନ୍ତ ଦ୍ୱାରା ଦେଶର ବିଭିନ୍ନ ପ୍ରକାର ମୂଲ୍ୟଯୁକ୍ତ ଉପତ୍ାଦ ଯଥା ବିଲେଟ, ପ୍ରାଥମିକ ଫାଉଣ୍ଡ୍ରି ଆଲଏଜ, ରୋଲିଂ ଉପତ୍ାଦ, ଓୟାର ରଡ ତିଆରି କରାଯାଇଥାଏ। କମ୍ପାନୀ ତା’ର ୫୦%ରୁ ଅଧିକ ଉପତ୍ାଦକୁ ସାରା ବିଶ୍ୱରେ ରପ୍ତାନି କରିଥାଏ। ୟୁରୋପ ବେଦାନ୍ତର ସ୍ଥିରତା କେନ୍ଦ୍ରିତ ଆଲୁମିନିୟମ ସମାଧାନ ଲାଗି ଏକ ପ୍ରମୁଖ ବଜାର ଅଟେ।
ଏ ସମ୍ପର୍କରେ ବେଦାନ୍ତ ଆଳୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, ଆଲୁମିନିୟମ ଶିଳ୍ପ ପାଇଁ ଏକ ସାର୍ବଜନୀକସ୍ତର (ଆଲୁମିନିୟମ-୨୦୨୪)ରେ ଆମର ସ୍ଥାୟୀ ଆଲୁମିନିୟମ ଉପତ୍ାଦ ପ୍ରଦର୍ଶନ କରିବାକୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏହା ନିମ୍ନ ଅଙ୍ଗାରକାମ୍ଳ ସାମଗ୍ରୀର ଚାହିଦା ପୂରଣ କରିଥାଏ। ଯାହା ବିଶ୍ୱସ୍ତରୀୟ ଷ୍ଟେକହୋଲଡରଙ୍କ ଦୃଷ୍ଟି ଆକର୍ଷଣ କରିବ।

The post ବିଶ୍ୱ ବାଣିଜ୍ୟ ମେଳାରେ ଭାଗନେବ ବେଦାନ୍ତ ଆଲୁମିନିୟମ appeared first on Dharitri Odia News.