ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ୍‌ ଧକ୍କାରେ ଚାଲିଗଲା ମାଆ-ପୁଅଙ୍କ ଜୀବନ

ଭବାନୀପାଟଣା : ଦୁର୍ଘଟଣାରେ ଚାଲିଗଲା ମାଆ-ପୁଅଙ୍କ ଜୀବନ। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଳାହାଣ୍ଡି ଜିଲ୍ଳା ସଦର ଥାନା ଅନ୍ତର୍ଗତ କର୍ଲାଗୁଡ଼ା ଗାଁ ନିକଟରେ ଘଟିଛି। ଟ୍ରକ୍ ଚାପାରେ ବାଇକ୍ ଆରୋହୀ ମାଆ-ପୁଅ ମୃତ ହୋଇଛି। ସୂଚନା ଅନୁଯାୟୀ ବୋର୍ଡା ଗାଁର ସୁମନ୍ତ ପ୍ରଧାନ ଓ ତାଙ୍କ ମାଆ ଭବାନୀପାଟଣାକୁ ପେନସନ କାମରେ ଯାଇ ଘରକୁ ଫେରୁଥିବା ବେଳେ କଣ୍ଟେନରଟି ତାଙ୍କ ଉପରେ ଚଢି ଯାଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ଉଭୟ ମାଆ ଓ ପୁଅଙ୍କ ମୃତ୍ୟୁ […]

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ୍‌ ଧକ୍କାରେ ଚାଲିଗଲା ମାଆ-ପୁଅଙ୍କ ଜୀବନ
truck hit bike: husband -wife died

ଭବାନୀପାଟଣା : ଦୁର୍ଘଟଣାରେ ଚାଲିଗଲା ମାଆ-ପୁଅଙ୍କ ଜୀବନ। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଳାହାଣ୍ଡି ଜିଲ୍ଳା ସଦର ଥାନା ଅନ୍ତର୍ଗତ କର୍ଲାଗୁଡ଼ା ଗାଁ ନିକଟରେ ଘଟିଛି। ଟ୍ରକ୍ ଚାପାରେ ବାଇକ୍ ଆରୋହୀ ମାଆ-ପୁଅ ମୃତ ହୋଇଛି।

ସୂଚନା ଅନୁଯାୟୀ ବୋର୍ଡା ଗାଁର ସୁମନ୍ତ ପ୍ରଧାନ ଓ ତାଙ୍କ ମାଆ ଭବାନୀପାଟଣାକୁ ପେନସନ କାମରେ ଯାଇ ଘରକୁ ଫେରୁଥିବା ବେଳେ କଣ୍ଟେନରଟି ତାଙ୍କ ଉପରେ ଚଢି ଯାଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ଉଭୟ ମାଆ ଓ ପୁଅଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଭାବାନୀପାଟଣା- ଖଡିଆଳ ରାସ୍ତାକୁ ଅବାରାଧ କରିଛନ୍ତି। ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରିଛି। ଉତ୍ତେଜନା ସ୍ଥଳରେ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ସହ ଟ୍ରକ୍ ଡ୍ରାଇଭରଙ୍କୁ ଥାନାକୁ ନେଇ ଅଟକ ରଖିଛି ବୋଲି ସୂଚନା ମିଳିଛି।