ମାଲକାନଗିରି ଜିଲ୍ଲା ପୁଲିସ ଦ୍ୱାରା ମହିଳା ମାଓବାଦୀ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପୁଲିସ ଦ୍ୱାରା ଜଣେ ମହିଳା ମାଓବାଦୀ ଗିରଫ ହୋଇଛନ୍ତିା ଏ ସମ୍ବନ୍ଧରେ କୋରାପୁଟ ଡିଆଇଜି ନିତି ଶେଖର ମାଲକାନଗିରି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମଳନୀରେ ଯୋଗ ଦେଇ ଏନେଇ ସୂଚନା ଦେଇଛନ୍ତି ଯେ, ଗତକାଲି ମାଲକାନଗିରି ଜିଲ୍ଲା ଏମ୍‌.ଭି. ୭୯ ଥାନା ଅଂଚଳରେ ଜଣେ ମହିଳା ମାଓବାଦୀ ବୁଲୁଥିବା ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲାପୋଲିସ ତରଫରୁ ଏମ୍‌.ଭି. ୭୯ ଥାନା ଅନ୍ତର୍ଗତ କୁର୍ତି ଗ୍ରାମ ନିକଟ ଜଙ୍ଗଲରେ […]

ମାଲକାନଗିରି ଜିଲ୍ଲା ପୁଲିସ ଦ୍ୱାରା ମହିଳା ମାଓବାଦୀ ଗିରଫ
Female Maoist arrested by Malkangiri district police

ମାଲକାନଗିରି : ମାଲକାନଗିରି ଜିଲ୍ଲା ପୁଲିସ ଦ୍ୱାରା ଜଣେ ମହିଳା ମାଓବାଦୀ ଗିରଫ ହୋଇଛନ୍ତିା ଏ ସମ୍ବନ୍ଧରେ କୋରାପୁଟ ଡିଆଇଜି ନିତି ଶେଖର ମାଲକାନଗିରି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମଳନୀରେ ଯୋଗ ଦେଇ ଏନେଇ ସୂଚନା ଦେଇଛନ୍ତି ଯେ, ଗତକାଲି ମାଲକାନଗିରି ଜିଲ୍ଲା ଏମ୍‌.ଭି. ୭୯ ଥାନା ଅଂଚଳରେ ଜଣେ ମହିଳା ମାଓବାଦୀ ବୁଲୁଥିବା ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲାପୋଲିସ ତରଫରୁ ଏମ୍‌.ଭି. ୭୯ ଥାନା ଅନ୍ତର୍ଗତ କୁର୍ତି ଗ୍ରାମ ନିକଟ ଜଙ୍ଗଲରେ ତଲାସି ଅଭିଯାନ ଆରମ୍ଭ କରଯାଇଥିଲା। ସେହି ସମୟରେ ଜଣେ ମହିଳା ଏଣେତେଣେ ବୁଲୁଥିବା ଦେଖି ତାଙ୍କ ଉପରେ ସନ୍ଦେହ ହୋଇ ପୁଲିସ ମାନେ ଉକ୍ତ ମହିଳାଙ୍କୁ କାବୁ କରିଥିଲୋ ପରେ ପଚରା ଉଚୁରା କରିବାରୁ ସମ୍ପୂର୍ଣ ତଥ୍ୟ ପଦାରେ ପଡିଥିଲା।

ଉକ୍ତ ମହିଳା ଜଣକ ଅନ୍ତି ମାଡବି ଓରଫ ଲାକେ, ସେ ଛତିଶଗଡ ବିଜାପୁର ଜିଲ୍ଲା ପୁଲହାର ଗ୍ରାମ ନିବାସୀ ବୋଲି ଜଣାପଡିଛିା ଏଥିସହ ସେ ୨୦୧୭ ମସିହାରେ ପଶ୍ଚିମ ବସ୍ତର ମାଓ ସଂଘରେ ସୁକରାମଙ୍କ ଦଳରେ ସାମିଲ ହୋଇଥିଲେ। ସେ ଆନ୍ଧ୍ର, ଓଡିଶା ଓ ଛତିଶଗଡରେ ଘଟିଥିବା ବିଭିନ୍ନ ହିଂସାକାଣ୍ଡରେ ଜଡିତ ଥିଲେ। ଏଥିସହ ସେ ମାଓ ସଂଗଠନର ନେତା ଉଦୟଙ୍କ ଅଙ୍ଗ ରକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।  ଗତ ୨୦୨୧ ମସିହାରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସି ଗ୍ରାମ ନିକଟ ଜଙ୍ଗଲେ ପୁଲିସ ସହ ଗୁଳି ବିନିମୟରେ, ସେହିପରି ଟେମୁରୁପାଲ୍ଲୀ ପଂଚାୟତି ଦଲତଦରି ଗ୍ରାମ ନିକଟ ଜଙ୍ଗଲରେ ପୁଲିସ ସହ ଗୁଳି ବିନିମୟରେ ସାମିଲ ଥିଲେ।  ସେହିପରି ଛତିଶଗଡ ବିଜାପୁର ଜିଲ୍ଲା ଏସୁରନାର ଗ୍ରାମ ନିକଟ ଜଙ୍ଗଲରେ ଗୁଳି ବିନିମୟ, ୨୦୧୮ ମସିହାରେ ଛତିଶଗଡ କାର୍କା ଗ୍ରାମ, ଏରାମ ଗ୍ରାମ, ତାଣ୍ଡାମାର୍କା ଗ୍ରାମ, ସୁକୁମା ଜଦିଲ୍ଲା କୋଂଟା ଥାନା ଅନ୍ତର୍ଗତ ବିମ୍ପା ଗ୍ରାମ ରେ ହୋଇଥିବା ଗୁଳି ବିନିମୟରେ ସାମିଲ ଥିଲେ।

ସେହିପରି ଆନ୍ଧ୍ରପ୍ରଦେଶ ଆଲୁରି ସିତାରାମାରାଜୁ ଜିଲ୍ଲା ଟିଗଲମେଟା ଗ୍ରାମ ନିକଟ ଜଙ୍ଗଲରେ ୨୦୨୧ ମସିହାରେ ହୋଇଥିବା ଗୁଳି ବିନିମୟରେ ପାବନପାଲ୍ଲୀ ଗ୍ରାମ ନିକଟ ଜଙ୍ଗଲରେ ହୋଇଥିବା ଗୁଳି ବିନିମୟରେ ମଧ୍ୟ ସାମିଲ ଥିଲେ। ବିଶେଷ କରି ମାଥିଲି ଥାନା ଅନ୍ତର୍ଗତ କଟୁପଦର ଗ୍ରାମ ନିକଟ ଗୁଳି ବିନିମୟରେ ମଧ୍ୟ ସେ ସାମିଲ ଥିଲେ। ଏହି ଗୁଳି ବିନିମୟ ସମୟରେ ତିନିଜଣ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ଏହାର ଯାଂଚ ସମୟରେ ଉକ୍ତ ମାଓବାଦୀ ଦଳ ମଧ୍ୟରେ ମାଓ ନେତା ଉଦୟ ସହ ସୁରେଶ, ରମେଶଷ ମହେଶ, ସୁଶଇଲା, ମୁନି, ଦାଶରୀ, ଲଖ୍ମଣ, ରାଜେଶ କେଶା, ଗାଙ୍ଗି,ସ୍ୱପ୍ନା, ତୁଲସୀ, ଟିଙ୍କୁ ସାନ୍ତୁ, ନବିନ ଓ ଏହି ମହିଳା ମାଓବାଦୀ ଆନ୍ତି ମଧ୍ୟ ସାମିଲ ଥିଲେ।  ଏମାନଙ୍କ ନାମରେ ମାଥିଲିଥାନାରେ ଏକ ମାମଲା ମଧ୍ୟ ରୁଜୁ କରା ଯାଇଛି । ତେବେ ସରକାର ଆନ୍ତିଙ୍କ ନାମରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛନ୍ତି ବୋଲି ଡିଆଇଜି ସୁଚନା ଦେଇଛନ୍ତିା ।ଆଜିର ଏହି ସାମ୍ବାଦିକ ସମ୍ମଳନୀରେ ମାଲକାନଗିରି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥଙ୍କ ସହ ଅନ୍ୟାନ୍ୟ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।