ଦାବି ପୂରଣ ନ ହେଲେ ଆନ୍ଦୋଳନ: ଚେତାବନୀ ଦେଲା କଂଗ୍ରେସ

ପୁରୁଷୋତ୍ତମପୁର,୧୬।୪(ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ଠାରେ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ଚିତ୍ରସେନ ବେହେରାଙ୍କ ନେତୃତ୍ୱରେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା। ଦଳୀୟ କର୍ମୀମାନେ କାଳୀମନ୍ଦିର ଛକଠାରୁ ଶୋଭାଯାତ୍ରାରେ ମଶାଲ ଧରି ଭାଜପା ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେଇ ସହର ପରିକ୍ରମା କରି ବିକ୍ଷୋଭ ଓ ପ୍ରତିବାଦ କରିଥିଲେ। ଏଥିରେ ମୁଖ୍ୟ କରି ବିଭିନ୍ନ ସ୍ଥାନରେ ମହିଳାଙ୍କ ଉପରେ ଘଟି ଚାଲିଥିବା ନିର୍ଯାତନାକୁ ନେଇ ପ୍ରତିବାଦ କରିବା ସହ […] The post ଦାବି ପୂରଣ ନ ହେଲେ ଆନ୍ଦୋଳନ: ଚେତାବନୀ ଦେଲା କଂଗ୍ରେସ appeared first on Dharitri Odia News.

ଦାବି ପୂରଣ ନ ହେଲେ ଆନ୍ଦୋଳନ: ଚେତାବନୀ ଦେଲା କଂଗ୍ରେସ

ପୁରୁଷୋତ୍ତମପୁର,୧୬।୪(ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ଠାରେ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ଚିତ୍ରସେନ ବେହେରାଙ୍କ ନେତୃତ୍ୱରେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା। ଦଳୀୟ କର୍ମୀମାନେ କାଳୀମନ୍ଦିର ଛକଠାରୁ ଶୋଭାଯାତ୍ରାରେ ମଶାଲ ଧରି ଭାଜପା ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେଇ ସହର ପରିକ୍ରମା କରି ବିକ୍ଷୋଭ ଓ ପ୍ରତିବାଦ କରିଥିଲେ। ଏଥିରେ ମୁଖ୍ୟ କରି ବିଭିନ୍ନ ସ୍ଥାନରେ ମହିଳାଙ୍କ ଉପରେ ଘଟି ଚାଲିଥିବା ନିର୍ଯାତନାକୁ ନେଇ ପ୍ରତିବାଦ କରିବା ସହ ମହିଳାଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଥିଲେ । ଏହାସହ ବର୍ଦ୍ଧିତ ଗ୍ୟାସ ଦରକୁ ତୁରନ୍ତ ପ୍ରତ୍ୟାହାର କରିବା ଲାଗି ମଧ୍ୟ ଦାବି କରିଥିଲେ।

ଏଥିରେ ଚିତ୍ରସେନ ବେହେରା,ମାଧବାନନ୍ଦ ଦାଶ, ଶୁଶାନ୍ତ ଗୌଡ,ପବିତ୍ର ସେଠୀ,ସୋନୁ ମହାରଣା,ସୁନିଲ ବେହେରା, ଦୀପକ ବେହେରା, ମାଧବ ମହାରଣାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ। ସରକାର ଯଦି ତୁରନ୍ତ ଏହି ଦାବି ପ୍ରତି ପଦକ୍ଷେପ ନ ନିଅନ୍ତି ତେବେ କଂଗ୍ରେସ ଦଳ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛି।

 

The post ଦାବି ପୂରଣ ନ ହେଲେ ଆନ୍ଦୋଳନ: ଚେତାବନୀ ଦେଲା କଂଗ୍ରେସ appeared first on Dharitri Odia News.