ମହିଳାଙ୍କୁ ଆକ୍ରମଣ-ଅସଦାଚରଣ ଅଭିଯୋଗ: ଥାନାରେ ପହଞ୍ଚିଲା ମାମଲା

ଦିଗପହଣ୍ଡି,୨୪।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ଜଣେ ମହିଳାଙ୍କୁ ସେହି ଗ୍ରାମର ପିଙ୍କୁ ଓରଫ ଏସ.ବିଘ୍ନରାଜ ଦୋରା ଷ୍ଟିଲ ଛଡ଼ରେ ଆକ୍ରମଣ କରିବା ସହ ଗାଁ ରାସ୍ତାରେ ଅସଦାଚରଣ କରିଥିବା ଦିଗପହଣ୍ଡି ଥାନାରେ ଅଭିଯୋଗ ହୋଇଛି। ଗୁରୁବାର ମହିଳାଙ୍କ ଏତଲା କ୍ରମେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୪୧୫/୨୪ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି। ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ରଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ, […] The post ମହିଳାଙ୍କୁ ଆକ୍ରମଣ-ଅସଦାଚରଣ ଅଭିଯୋଗ: ଥାନାରେ ପହଞ୍ଚିଲା ମାମଲା appeared first on Dharitri Odia News.

ମହିଳାଙ୍କୁ ଆକ୍ରମଣ-ଅସଦାଚରଣ ଅଭିଯୋଗ: ଥାନାରେ ପହଞ୍ଚିଲା ମାମଲା

ଦିଗପହଣ୍ଡି,୨୪।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ଜଣେ ମହିଳାଙ୍କୁ ସେହି ଗ୍ରାମର ପିଙ୍କୁ ଓରଫ ଏସ.ବିଘ୍ନରାଜ ଦୋରା ଷ୍ଟିଲ ଛଡ଼ରେ ଆକ୍ରମଣ କରିବା ସହ ଗାଁ ରାସ୍ତାରେ ଅସଦାଚରଣ କରିଥିବା ଦିଗପହଣ୍ଡି ଥାନାରେ ଅଭିଯୋଗ ହୋଇଛି। ଗୁରୁବାର ମହିଳାଙ୍କ ଏତଲା କ୍ରମେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୪୧୫/୨୪ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି। ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ରଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ମହିଳା ଜଣକ ତାଙ୍କ ଘର ସମ୍ମୁଖରେ ଠିଆ ହୋଇ ସ୍ବାମୀଙ୍କ ସହ କଥା ହେଉଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଭିଯୁକ୍ତ ପିଙ୍କୁ ସେଠାରେ ପହଞ୍ଚି ତାଙ୍କ ସ୍ବାମୀଙ୍କୁ ଗାଳିଗୁଲଜ କରି ଟଣାଓଟରା କରିଥିଲେ। ସ୍ତ୍ରୀ ପ୍ରତିବାଦ କରିବାରୁ ପିଙ୍କୁ ହାତରେ ଧରିଥିବା ଷ୍ଟିଲ ଛଡ଼ରେ ମହିଳାଙ୍କ ଡାହାଣ ଗୋଡ଼କୁ ମାରିବା ସହ ଅସଦାଚରଣ କରିଥିଲେ। ଆଖପାଖରେ ଥିବା କିଛି ବ୍ୟକ୍ତି ଦୌଡ଼ି ଆସିବାରୁ ସେ ଜୀବନରେ ମାରିଦେବାକୁ ଧମକ ଦେଇ ପଳାଇଥିବା ଏତଲାରେ ଉଲ୍ଲେଖ ରହିଛି। ଗିରଫ ଭୟରେ ଅଭିଯୁକ୍ତ ଗାଁରୁ ଫେରାର ଥିବା ଜଣାପଡିଛି।

The post ମହିଳାଙ୍କୁ ଆକ୍ରମଣ-ଅସଦାଚରଣ ଅଭିଯୋଗ: ଥାନାରେ ପହଞ୍ଚିଲା ମାମଲା appeared first on Dharitri Odia News.