ଦାମଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ପୁଷ୍ପମାଲ୍ୟ ସହ ଦେଲେ ଗଭୀର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ୨୨/୦୩: ବରିଷ୍ଠ ନେତା ଦାମୋଦର ରାଉତଙ୍କ ଶେଷ ଦର୍ଶନ କରିଛନ୍ତି ଅନେତ ନେତୃବୃନ୍ଦ । ଏହି ଅବସରରେ ଶଂଖ ଭବନରେ ଦାମୋଦର ରାଉତଙ୍କ ପାର୍ଥୀବ ଶରୀର ପହଞ୍ଚିଥଲା । ସେଠାରେ ବି ଦଳୀୟ ନେତୃବୃନ୍ଦ ତାଙ୍କର ଶେଷ ଦର୍ଶନ କରିଥିଲେ । ଏଠାରେ ତାଙ୍କୁ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଛିଥିଲେ ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ , ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ ମଧ୍ୟ ତାଙ୍କର ଶେଷ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦୀର୍ଘଦିନ କାର୍ଯ୍ୟ କରିଥିଲେ ବରିଷ୍ଠ ନେତା ଦାମୋଦର ରାଉତ । ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାମଙ୍କ ବିୟୋଗରେ ଟ୍ୱିଟ୍ ଜରିଆରେ ଶୋକ ପ୍ରକାଶ କରିବା ସହ ତାଙ୍କ କାର୍ଯ୍ୟ ଦକ୍ଷତାକୁ ସ୍ମରଣ କରିଥିଲେ ଏବଂ ତାଙ୍କର ବିୟୋଗ ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ବୋଲି କହିଥିଲେ ।

ଦାମଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ପୁଷ୍ପମାଲ୍ୟ ସହ ଦେଲେ ଗଭୀର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ୨୨/୦୩: ବରିଷ୍ଠ ନେତା ଦାମୋଦର ରାଉତଙ୍କ ଶେଷ ଦର୍ଶନ କରିଛନ୍ତି ଅନେତ ନେତୃବୃନ୍ଦ । ଏହି ଅବସରରେ ଶଂଖ ଭବନରେ ଦାମୋଦର ରାଉତଙ୍କ ପାର୍ଥୀବ ଶରୀର ପହଞ୍ଚିଥଲା । ସେଠାରେ ବି ଦଳୀୟ ନେତୃବୃନ୍ଦ ତାଙ୍କର ଶେଷ ଦର୍ଶନ କରିଥିଲେ । 


ଏଠାରେ ତାଙ୍କୁ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଛିଥିଲେ ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ , ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ ମଧ୍ୟ ତାଙ୍କର ଶେଷ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦୀର୍ଘଦିନ କାର୍ଯ୍ୟ କରିଥିଲେ ବରିଷ୍ଠ ନେତା ଦାମୋଦର ରାଉତ । ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାମଙ୍କ ବିୟୋଗରେ ଟ୍ୱିଟ୍ ଜରିଆରେ ଶୋକ ପ୍ରକାଶ କରିବା ସହ ତାଙ୍କ କାର୍ଯ୍ୟ ଦକ୍ଷତାକୁ ସ୍ମରଣ କରିଥିଲେ ଏବଂ ତାଙ୍କର ବିୟୋଗ ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ବୋଲି କହିଥିଲେ ।