ଦାରିଙ୍ଗବାଡ଼ିରେ ମତଦାନ ଆରମ୍ଭ: ଭୋଟ୍ ଦେଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ
ଦାରିଙ୍ଗବାଡ଼ି,୨୦ା୫(ଅରୁଣ ସାହୁ): ଗଣତନ୍ତ୍ରର ମହାନ ପର୍ବ ତଥା ସାଧାରଣ ନିର୍ବାଚନ ସକାଳ ୭ଟାରେ ଶାନ୍ତି ଶୃଙ୍ଖଳାର ସହ ଆରମ୍ଭ ହୋଇଯାଇଛି। ଏହି କ୍ରମରେ କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମତଦାନ ଆରମ୍ଭ ହୋଇଯାଇଛି। ବିଜେଡିର ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ନିଜ ଗ୍ରାମ ଶ୍ରାନିକେତା ପଞ୍ଚାୟତର ଟକରମାଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୮୭ ନଂ ବୁଥ୍ରେ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି। ଉକ୍ତ ବ୍ଲକରେ ମୋଟ୍ ୧୦୬ଟି ବୁଥ୍ରେ ଭୋଟ ସଂଗ୍ରହ […] The post ଦାରିଙ୍ଗବାଡ଼ିରେ ମତଦାନ ଆରମ୍ଭ: ଭୋଟ୍ ଦେଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ appeared first on Dharitri Odia News.
ଦାରିଙ୍ଗବାଡ଼ି,୨୦ା୫(ଅରୁଣ ସାହୁ): ଗଣତନ୍ତ୍ରର ମହାନ ପର୍ବ ତଥା ସାଧାରଣ ନିର୍ବାଚନ ସକାଳ ୭ଟାରେ ଶାନ୍ତି ଶୃଙ୍ଖଳାର ସହ ଆରମ୍ଭ ହୋଇଯାଇଛି। ଏହି କ୍ରମରେ କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମତଦାନ ଆରମ୍ଭ ହୋଇଯାଇଛି। ବିଜେଡିର ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ନିଜ ଗ୍ରାମ ଶ୍ରାନିକେତା ପଞ୍ଚାୟତର ଟକରମାଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୮୭ ନଂ ବୁଥ୍ରେ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି। ଉକ୍ତ ବ୍ଲକରେ ମୋଟ୍ ୧୦୬ଟି ବୁଥ୍ରେ ଭୋଟ ସଂଗ୍ରହ କରାଯାଉଥିବା ବେଳେ ମୋଟ୍ ୮୪ ହଜାର ୭୪୬ ଜଣ ମତଦାତା ରହିଛନ୍ତି। ସେମାନଙ୍କ ମଧ୍ୟରେ ମହିଳା ମତଦାତାଙ୍କ ସଂଖ୍ୟା ୪୩ ହଜାର ୮୮୧ ରହିଥିବା ବେଳେ ପୁରୁଷଙ୍କ ସଂଖ୍ୟା ୪୯ ହଜାର ୮୫୦ ଏବଂ ଥାର୍ଡ଼ ଜେଣ୍ଡର ୧୫ ଜଣ ରହିଛନ୍ତି।
The post ଦାରିଙ୍ଗବାଡ଼ିରେ ମତଦାନ ଆରମ୍ଭ: ଭୋଟ୍ ଦେଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ appeared first on Dharitri Odia News.