ଦାରିଙ୍ଗବାଡି ଆଇଆଇସିଙ୍କ ଡିଏସପି ପାହ୍ୟାକୁ ପଦନ୍ନୋତି , ଜିଲାରେ ୬ ଜଣ ଅଧିକାରୀଙ୍କ ପଦନ୍ନୋତି
ଦାରିଙ୍ଗବାଡି, ୨୪ ।୪ (ଅରୁଣ ସାହୁ): ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆଇଆଇସିମାନଙ୍କୁ ଓପିଏସ ଗ୍ରୁପ-ଏ (ଜୁନିଅର ଶାଖା)ର ଗ୍ରେଡକୁ ପଦୋନ୍ନତି କରାଯାଇଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଆଇଆଇସି କନକ କୁମାର ମାଝିଙ୍କ ପଦନ୍ନୋତି ହୋଇଛି ରାଜ୍ୟ ସରକାର ତାଙ୍କୁ ଡିଏସପି ଭାବେ କୌଣସି ସ୍ଥାନରେ ନିଯୁକ୍ତି କରିପାରନ୍ତି। ତାଙ୍କ ପଦନ୍ନୋତି ପରେ ସେ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି। ସେହିପରି ଆଇଆଇସି କନକ କୁମାର ମାଝିଙ୍କ ପଦନ୍ନୋତି ଖବର ଶୁଣି ତାଙ୍କ ସାଙ୍ଗସାଥି, […] The post ଦାରିଙ୍ଗବାଡି ଆଇଆଇସିଙ୍କ ଡିଏସପି ପାହ୍ୟାକୁ ପଦନ୍ନୋତି , ଜିଲାରେ ୬ ଜଣ ଅଧିକାରୀଙ୍କ ପଦନ୍ନୋତି appeared first on Dharitri Odia News.
ଦାରିଙ୍ଗବାଡି, ୨୪ ।୪ (ଅରୁଣ ସାହୁ): ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆଇଆଇସିମାନଙ୍କୁ ଓପିଏସ ଗ୍ରୁପ-ଏ (ଜୁନିଅର ଶାଖା)ର ଗ୍ରେଡକୁ ପଦୋନ୍ନତି କରାଯାଇଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଆଇଆଇସି କନକ କୁମାର ମାଝିଙ୍କ ପଦନ୍ନୋତି ହୋଇଛି ରାଜ୍ୟ ସରକାର ତାଙ୍କୁ ଡିଏସପି ଭାବେ କୌଣସି ସ୍ଥାନରେ ନିଯୁକ୍ତି କରିପାରନ୍ତି। ତାଙ୍କ ପଦନ୍ନୋତି ପରେ ସେ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି।
ସେହିପରି ଆଇଆଇସି କନକ କୁମାର ମାଝିଙ୍କ ପଦନ୍ନୋତି ଖବର ଶୁଣି ତାଙ୍କ ସାଙ୍ଗସାଥି, ବନ୍ଧୁ, ସମ୍ପର୍କୀୟ, ପରିବାର ଓ ଦାରିଙ୍ଗବାଡି ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି । ପ୍ରକାଶ ଯେ ଏହି ପଦନ୍ନୋତି ଦାରିଙ୍ଗବାଡି ଆଇଆଇସିଙ୍କ ସମେତ ରାଇକିଆ, ଆଇଆଇସି ସୁରେଶ କୁମାର ତ୍ରିପାଠୀ, ସାରଙ୍ଗ ବଧୂଲିକା ବିଶ୍ୱାଳ, ଫିରିଙ୍ଗିଆର ଗୋପୀନାଥ ପ୍ରଧାନ, ହେଡକ୍ୱାଟରର ଇନସପେକ୍ଟର ସ୍ମିତା ସୁବାସିନୀ ଟେଟେ ପ୍ରମୁଖ ପଦନ୍ନୋତି ପାଇଥିବା ଜଣାପଡିଛି।
ସୂଚନା ଯୋଗ୍ୟ ଯେ ଦାରିଙ୍ଗବାଡି ଆଇଆଇସିଙ୍କ ଚଳିତ ବର୍ଷ ଜାନୁୟାରୀ ୫ ରବିବାର ସଂଧ୍ୟାରେ ଦାରିଙ୍ଗବାଡି ଥାନାରେ ନିଯୁକ୍ତି ପାଇଥିଲେ ମାତ୍ର ସେ ଉକ୍ତ ଥାନାରେ ଚାରିମାସ କାର୍ଯ୍ୟ କରିଥିବା ଜଣାପଡିଛି।
The post ଦାରିଙ୍ଗବାଡି ଆଇଆଇସିଙ୍କ ଡିଏସପି ପାହ୍ୟାକୁ ପଦନ୍ନୋତି , ଜିଲାରେ ୬ ଜଣ ଅଧିକାରୀଙ୍କ ପଦନ୍ନୋତି appeared first on Dharitri Odia News.