ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବାକୁ ଅଣ୍ଟା ଭିଡିଲା ପ୍ରଶାସନ: ଅଳିଆ ପକାଇଲେ ତଣ୍ଡ ଗଣିବେ ବ୍ୟବସାୟୀ
ଦାରିଙ୍ଗବାଡି,୬ା୫ (ଅରୁଣ ସାହୁ): ଏଣିକି ସର୍ବସାଧାରଣ ଜାଗାରେ ଅଳିଆ ଆବର୍ଜନା ପକାଇଲେ ତଣ୍ଡ ଗଣିବାକୁ ପଡିବ। ପ୍ଲାଷ୍ଟିକ ହେଉ କି ଅଇଁଠା ଖଲିପତ୍ର କିମ୍ବା ପଲିଥିନ, ଚା’କପ ଆଦି ଏଣେତେଣେ ପକାଇଲେ ବ୍ୟବସାୟୀଙ୍କୁ ଅତି କମରେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ଏଭଳି କଠୋର ନିଷ୍ପତି ନେଇଛି ଦାରିଙ୍ଗବାଡି ବ୍ଲକ ପ୍ରଶାସନ। ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବା ପାଇଁ ବିଡ଼ିଓ ପ୍ରୀତିରଞ୍ଜନ ରଥ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ମଙ୍ଗଳବାରଠାରୁ ଜେସିବି ଟ୍ରାକ୍ଟର ଲଗାଇ […] The post ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବାକୁ ଅଣ୍ଟା ଭିଡିଲା ପ୍ରଶାସନ: ଅଳିଆ ପକାଇଲେ ତଣ୍ଡ ଗଣିବେ ବ୍ୟବସାୟୀ appeared first on Dharitri Odia News.
ଦାରିଙ୍ଗବାଡି,୬ା୫ (ଅରୁଣ ସାହୁ): ଏଣିକି ସର୍ବସାଧାରଣ ଜାଗାରେ ଅଳିଆ ଆବର୍ଜନା ପକାଇଲେ ତଣ୍ଡ ଗଣିବାକୁ ପଡିବ। ପ୍ଲାଷ୍ଟିକ ହେଉ କି ଅଇଁଠା ଖଲିପତ୍ର କିମ୍ବା ପଲିଥିନ, ଚା’କପ ଆଦି ଏଣେତେଣେ ପକାଇଲେ ବ୍ୟବସାୟୀଙ୍କୁ ଅତି କମରେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ଏଭଳି କଠୋର ନିଷ୍ପତି ନେଇଛି ଦାରିଙ୍ଗବାଡି ବ୍ଲକ ପ୍ରଶାସନ। ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବା ପାଇଁ ବିଡ଼ିଓ ପ୍ରୀତିରଞ୍ଜନ ରଥ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ମଙ୍ଗଳବାରଠାରୁ ଜେସିବି ଟ୍ରାକ୍ଟର ଲଗାଇ ଶ୍ରମିକମାନଙ୍କ ଦ୍ୱାରା ଦାରିଙ୍ଗବାଡିର ବ୍ଲକ ରାସ୍ତା, ଚାରିଛକ ମେଡିକାଲ, ବସଷ୍ଟାଣ୍ଡ, ତିନିଛକ ସମେତ କୋଣ ଅନୁକୋଣରେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ସଫେଇ ସାରିବା ପରେ ଲୋକଙ୍କୁ ଅଳିଆ ଆବର୍ଜନା ନ ପକାଇବାକୁ ସଚେତନ କରାଯିବ। ଯିଏ ଅବମାନନା କରିବ ତାକୁ ତଣ୍ଡ ଦେବାକୁ ପଡିବ ବୋଲି ବିଡ଼ିଓ ରଥ କହିଛନ୍ତି । ଦାରିଙ୍ଗବାଡିକୁ ବର୍ଷ ତମାମ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ବୁଲିବାକୁ ଆସୁଥିବା ବେଳେ ଅଳିଆ ଆବର୍ଜନା ଦେଖି ସେମାନେ ଉଦବେଗ ପ୍ରକାଶ କରିବା ସହ ନାପସନ୍ଦ କରୁଛନ୍ତି। ସେହିପରି କୁଢ଼ କୁଢ଼ ପ୍ଲାଷ୍ଟିକ ପାଇଁ ସବୁଜ ସୁନ୍ଦର ଦାରିଙ୍ଗବାଡିର ପରିବେଶ ନଷ୍ଟ ହେବାକୁ ବସିଲାଣି। ଏହାର ସ୍ଥାୟୀ ସମାଧାନ କରା ନ ଗଲେ ଆଗାମୀ ଦିନରେ ପର୍ଯ୍ୟଟକ ମୁହଁ ଫେରାଇବା ନିଶ୍ଚିତ। ତେଣୁ ପ୍ରଶାସନ ସ୍ଥାୟୀ ସମାଧାନ ପାଇଁ ପ୍ରୟାସ ଆରମ୍ଭ କରିଛି । ସୂଚନା ଯୋଗ୍ୟଯେ ଡ୍ରେନଜ ବ୍ୟବସ୍ଥା ଓ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅଳିଆ ଆବର୍ଜନା ଭର୍ତ୍ତି ସମ୍ପର୍କିତ ଖବର ‘ଧରିତ୍ରୀ’ରେ ପ୍ରକାଶ ପରେ ପ୍ରଶାସନ ପଦକ୍ଷେପ ନେଉଛି।
The post ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବାକୁ ଅଣ୍ଟା ଭିଡିଲା ପ୍ରଶାସନ: ଅଳିଆ ପକାଇଲେ ତଣ୍ଡ ଗଣିବେ ବ୍ୟବସାୟୀ appeared first on Dharitri Odia News.