ଦାୟିତ୍ୱ ଗ୍ରହଣର ୩ ଦିନ ପରେ କୋଟିଆରେ ପହଞ୍ଚିଲେ ନୂତନ ଜିଲାପାଳ: ତଦାରଖ କଲେ ଉନ୍ନୟନମୂଳକ କାର୍ଯ୍ୟ

ପଟ୍ଟାଙ୍ଗି,୩୧।୭(ଶରତ କୁମାର ଧଳ): କୋରାପୁଟ ଜିଲାକୁ ବଦଳି ହୋଇ ଆସିଥିବା ମନୋଜ ସତ୍ୟବାନ ମହାଜନ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବାର ୩ଦିନ ପରେ ଗୁରୁବାର ହଟାତ୍‌ ପଟ୍ଟାଙ୍ଗି ବ୍ଲକ ଅଧୀନ ସୀମାନ୍ତ କୋଟିଆ ପଞ୍ଚାୟତ ଗସ୍ତ କରି ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ଏପରିକି ଆନ୍ଧ୍ରର ଅନୁପ୍ରବେଶର ପ୍ରକୃତ ଉଦ୍ଦେଶ୍ୟ କ’ଣ ସେନେଇ ଉପସ୍ଥିତ ଜିଲା ଏବଂ ବ୍ଲକସ୍ତରର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଜିଲାପାଳ ମହାଜନ ପ୍ରଥମେ ପଞ୍ଚାୟତ […] The post ଦାୟିତ୍ୱ ଗ୍ରହଣର ୩ ଦିନ ପରେ କୋଟିଆରେ ପହଞ୍ଚିଲେ ନୂତନ ଜିଲାପାଳ: ତଦାରଖ କଲେ ଉନ୍ନୟନମୂଳକ କାର୍ଯ୍ୟ appeared first on Dharitri Odia News.

ଦାୟିତ୍ୱ ଗ୍ରହଣର ୩ ଦିନ ପରେ କୋଟିଆରେ ପହଞ୍ଚିଲେ ନୂତନ ଜିଲାପାଳ: ତଦାରଖ କଲେ ଉନ୍ନୟନମୂଳକ କାର୍ଯ୍ୟ

ପଟ୍ଟାଙ୍ଗି,୩୧।୭(ଶରତ କୁମାର ଧଳ): କୋରାପୁଟ ଜିଲାକୁ ବଦଳି ହୋଇ ଆସିଥିବା ମନୋଜ ସତ୍ୟବାନ ମହାଜନ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବାର ୩ଦିନ ପରେ ଗୁରୁବାର ହଟାତ୍‌ ପଟ୍ଟାଙ୍ଗି ବ୍ଲକ ଅଧୀନ ସୀମାନ୍ତ କୋଟିଆ ପଞ୍ଚାୟତ ଗସ୍ତ କରି ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ଏପରିକି ଆନ୍ଧ୍ରର ଅନୁପ୍ରବେଶର ପ୍ରକୃତ ଉଦ୍ଦେଶ୍ୟ କ’ଣ ସେନେଇ ଉପସ୍ଥିତ ଜିଲା ଏବଂ ବ୍ଲକସ୍ତରର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଜିଲାପାଳ ମହାଜନ ପ୍ରଥମେ ପଞ୍ଚାୟତ ସଦର ମହକୁମାରେ ପହଞ୍ଚି ପଞ୍ଚାୟତ କାର୍ଯ୍ୟାଳୟ ବୁଲି ଦେଖିଥିଲେ। ପରେ ଆନ୍ଧ୍ର ସୀମାକୁ ଲାଗି ରହିଥିବା ନେରିଡିବାଲସା ଗ୍ରାମରେ ପହଞ୍ଚି ଓଡ଼ିଶା ସରକାର ପକ୍ଷରୁ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଥିଲେ। ଏପରିକି ଆନ୍ଧ୍ର ପକ୍ଷରୁ ହୋଇଥିବା କିଛି ଉନ୍ନୟନ କାର୍ଯ୍ୟ ଦେଖିଥିଲେ। ପରେ ସେ ତାଡିବାଲସା ଗ୍ରାମରେ ପହଞ୍ଚି
ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ତଦାରଖ କରି ଗାଁରେ ଥିବା ବିଦ୍ୟାଳୟ ପରିଦର୍ଶନ କରି ଉପସ୍ଥିତ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ।

ଏହି ଅବସରରେ ବିଦ୍ୟାଳୟର ରୋଷେଇ ଗୃହରେ ରହିଥିବା ସମସ୍ୟା ସମ୍ପର୍କରେ ଉପସ୍ଥିତ ଶିକ୍ଷୟିତ୍ରୀ, ଶିକ୍ଷକ ଜିଲାପାଳଙ୍କ ସହ ଆଲୋଚନା କରି ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ଜିଲାପାଳ ମହାଜନ ମାଡକାର, ଫଗୁଣସିନେରି, ଫାଟୁସିନେରି ଗ୍ରାମରେ ପହଞ୍ଚି ଅନୁରୂପ ଭାବେ ଓଡ଼ିଶା ପକ୍ଷରୁ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ।

ଜିଲାପାଳଙ୍କ ଗସ୍ତ ଅବସରରେ ଉପଜିଲାପାଳ ପ୍ରେମଲାଲ ହିଆଲ, IAS ପ୍ରଭିଜନାଲ ସନ୍ତୋଷ କୁମାର ପାତ୍ର, ସିଡିଓ ବେଣୁଧର ଶବର, ବିଡ଼ିଓ ରାମକୃଷ୍ଣା ନାୟକ, ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ, ଏଇଇ ବିଶ୍ୱନାଥ ମାଦଲି, ପଞ୍ଚାୟତ କନିଷ୍ଠ ଯନ୍ତ୍ରୀ ଅଜୟ ରାମ ତରାଇ, ପିଇଓ କଣ୍ଡା ଗୋଲରୀ, ଯୋଗାଣ ଅଧିକାରୀ ଅଶୋକ କୁମାର ସାହୁ, ସରପଞ୍ଚ ଲିୟୁ ଗେମେଲ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

The post ଦାୟିତ୍ୱ ଗ୍ରହଣର ୩ ଦିନ ପରେ କୋଟିଆରେ ପହଞ୍ଚିଲେ ନୂତନ ଜିଲାପାଳ: ତଦାରଖ କଲେ ଉନ୍ନୟନମୂଳକ କାର୍ଯ୍ୟ appeared first on Dharitri Odia News.