ଦାୟିତ୍ୱ ନେବାର ଦିନକ ପରେ ବଣପାହାଡ଼ ଘେରା ଅଞ୍ଚଳରେ ପହଞ୍ଚିଲେ ଜିଲାପାଳ

ବୌଦ୍ଧ,୧।୨(ଅଜିତ କୁମାର ବାରିକ ) ବୌଦ୍ଧର ନୂତନ ଜିଲାପାଳ ଜେ.ସୋନାଲ ବୁଧବାର ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଗୁରୁବାର ହରଭଙ୍ଗା ବ୍ଳକର ବଣପାହାଡ ଘେରା ଉପାନ୍ତ ଅଞ୍ଚଳ ମହାଲିକପଡା ପଞ୍ଚାୟତ ଗସ୍ତ କରିଛନ୍ତି। ଜିଲା ସଦର ମହାକୁମା ଠାରୁ ୮୦ କିମି ଦୂର ମହାଲିକପଡା ପଞ୍ଚାୟତରେ ପହଞ୍ଚି ବିଭିନ୍ନ ବିଷୟ ନେଇ ଲୋକଙ୍କ ସହ ଆଲୋଚନା କରିଥିଲେ । ଜିଲାପାଳ ସୋନାଲ ପଞ୍ଚାୟତର ସାତଖଣ୍ଡ, କୁଟିବାରୀ, ହିଞ୍ଜଳ ଆଦି ଗ୍ରାମର ଲୋକଙ୍କ ମୌଳିକ ସୁବିଧା ସମ୍ପର୍କରେ ପଚାରି […] The post ଦାୟିତ୍ୱ ନେବାର ଦିନକ ପରେ ବଣପାହାଡ଼ ଘେରା ଅଞ୍ଚଳରେ ପହଞ୍ଚିଲେ ଜିଲାପାଳ appeared first on Dharitri Odia News.

ଦାୟିତ୍ୱ ନେବାର ଦିନକ ପରେ ବଣପାହାଡ଼ ଘେରା ଅଞ୍ଚଳରେ ପହଞ୍ଚିଲେ ଜିଲାପାଳ

ବୌଦ୍ଧ,୧।୨(ଅଜିତ କୁମାର ବାରିକ ) ବୌଦ୍ଧର ନୂତନ ଜିଲାପାଳ ଜେ.ସୋନାଲ ବୁଧବାର ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଗୁରୁବାର ହରଭଙ୍ଗା ବ୍ଳକର ବଣପାହାଡ ଘେରା ଉପାନ୍ତ ଅଞ୍ଚଳ ମହାଲିକପଡା ପଞ୍ଚାୟତ ଗସ୍ତ କରିଛନ୍ତି।

ଜିଲା ସଦର ମହାକୁମା ଠାରୁ ୮୦ କିମି ଦୂର ମହାଲିକପଡା ପଞ୍ଚାୟତରେ ପହଞ୍ଚି ବିଭିନ୍ନ ବିଷୟ ନେଇ ଲୋକଙ୍କ ସହ ଆଲୋଚନା କରିଥିଲେ । ଜିଲାପାଳ ସୋନାଲ ପଞ୍ଚାୟତର ସାତଖଣ୍ଡ, କୁଟିବାରୀ, ହିଞ୍ଜଳ ଆଦି ଗ୍ରାମର ଲୋକଙ୍କ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ା ଏଥିସହ ଗମନାଗମନ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁସ୍ବାସ୍ଥ୍ୟ କାର୍ଡ ଓ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଛେଳି ଚାଷ ଉପରେ ବୁଝିଥିଲେ।

ଲୋକମାନେ ହିଞ୍ଜଳ ପ୍ରଧାନ ସାହି ପୋଲ ଓ କୁଟିବାରୀ ଓ ସାତକଣ୍ଡ ଗ୍ରାମରେ ୩୫ ଜଣଙ୍କୁ ମିଳିଥିବା ସରକାରୀ ଜମି ଚିହ୍ନଟ କରିବା ଦିଗରେ ଦୃଷ୍ଟି ଆର୍କଷଣ କରିଥିଲେ । ଏହାସହ ଉପାନ୍ତ ଅଞ୍ଚଳରେ ମୋବାଇଲ ଟାୱାର ନିର୍ମାଣ କରିବାକୁ ଅନୁରୋଧ କରିଥିଲେ। ସାତଖଣ୍ଡଠାରେ ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବାକୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଭତ୍ତାରୁ ବଞ୍ଚିତ ହେଇଥିବା ଚଞ୍ଚଳା ସେଠୀ, ସୁରମନୀ ବେହେରା, ଚନ୍ଦ୍ରମା ବେହେରା, ଅନିଲ କୁମାର ସାହୁ, ସଞ୍ଚୟ ପ୍ରଧାନଙ୍କୁ ଭତ୍ତା ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ହରଭଙ୍ଗା ବିଡିଓଙ୍କୁ ନିର୍ଦେଶ ଦେଇଥିଲେ।

ଅଞ୍ଚଳର ରାସ୍ତାଘାଟ ଓ ପାନୀୟଜଳ ସମସ୍ୟାନିର୍ଦ୍ଧାରିତ ସମୟରେ ସାରିବାକୁ ଜିଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ ଗସ୍ତ ସମୟରେ ଉପଜିଲାପାଳ ରବିନ୍ଦ୍ରନାଥ କହଁର, ହରଭଙ୍ଗା ବିଡିଓ ସ୍ବପ୍ନିତା ନାଏକ ଓ ବହୁ ଅଧିକାରୀ ସାମିଲ ଥିଲେ । ଉପାନ୍ତ ଅଞ୍ଚଳର ଲୋକେ ଜିଲାପାଳଙ୍କୁ ପାଖରେ ପାଇ ଖୁସି ଅନୁଭବ କରିବା ସହ ଏହି ଅବସରରେ ଜିଲାପାଳଙ୍କୁ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ କରିଥିଲେ।

The post ଦାୟିତ୍ୱ ନେବାର ଦିନକ ପରେ ବଣପାହାଡ଼ ଘେରା ଅଞ୍ଚଳରେ ପହଞ୍ଚିଲେ ଜିଲାପାଳ appeared first on Dharitri Odia News.