୩ ବିଦ୍ୟାଳୟକୁ ସମ୍ମାନିତ କଲେ ଗୋଷ୍ଠୀ ଶିକ୍ଷାଧିକାରୀ

ଜି.ଉଦୟଗିରି,୮ା୪ (ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ନୂଆ ବିଦ୍ୟାର୍ଥୀ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆ ପାଇଁ ଶିକ୍ଷା ସଚେତନତା ରଥ ଭ୍ରମଣର କାର୍ଯ୍ୟକ୍ରମ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବ୍ୟ ପ୍ରକାଶ ପ୍ରଧାନଙ୍କ ନେତୃତ୍ୱରେ ୨ତାରିଖରୁ ଆରମ୍ଭ ହୋଇଥିଲା। ଉକ୍ତ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମକୁ ବିଭିନ୍ନ ବିଦ୍ୟାଳୟ ଗୁଡ଼ିକ ଭଲଭାବରେ ସ୍ବାଗତ ସମ୍ବର୍ଦ୍ଧନା କରିଥିବାରୁ ଜି.ଉଦୟଗିରି ବ୍ଲକର ୩ଟି ବିଦ୍ୟାଳୟ […] The post ୩ ବିଦ୍ୟାଳୟକୁ ସମ୍ମାନିତ କଲେ ଗୋଷ୍ଠୀ ଶିକ୍ଷାଧିକାରୀ appeared first on Dharitri Odia News.

୩ ବିଦ୍ୟାଳୟକୁ ସମ୍ମାନିତ କଲେ ଗୋଷ୍ଠୀ ଶିକ୍ଷାଧିକାରୀ

ଜି.ଉଦୟଗିରି,୮ା୪ (ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ନୂଆ ବିଦ୍ୟାର୍ଥୀ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆ ପାଇଁ ଶିକ୍ଷା ସଚେତନତା ରଥ ଭ୍ରମଣର କାର୍ଯ୍ୟକ୍ରମ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବ୍ୟ ପ୍ରକାଶ ପ୍ରଧାନଙ୍କ ନେତୃତ୍ୱରେ ୨ତାରିଖରୁ ଆରମ୍ଭ ହୋଇଥିଲା। ଉକ୍ତ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମକୁ ବିଭିନ୍ନ ବିଦ୍ୟାଳୟ ଗୁଡ଼ିକ ଭଲଭାବରେ ସ୍ବାଗତ ସମ୍ବର୍ଦ୍ଧନା କରିଥିବାରୁ ଜି.ଉଦୟଗିରି ବ୍ଲକର ୩ଟି ବିଦ୍ୟାଳୟ ଯଥା ରାବା ନାଜୁ ପ୍ରାଥମିକ ବିଦ୍ୟାଳୟ,ରାଇପଲିି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ବାକିକାମା ପ୍ରାଥମିକ ବିଦ୍ୟାଳୟକୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତରଫରୁ ସମ୍ମାନିତ କରାଯାଇଛି।

The post ୩ ବିଦ୍ୟାଳୟକୁ ସମ୍ମାନିତ କଲେ ଗୋଷ୍ଠୀ ଶିକ୍ଷାଧିକାରୀ appeared first on Dharitri Odia News.