ଦାୟିତ୍ୱ ନେଲେ ଭୁବନେଶ୍ୱରର ନୂଆ ଡିସିପି, ଗୁରୁବାରଠୁ କାର୍ଯ୍ୟଭାର ସମ୍ଭାଳିଛନ୍ତି IPS ପିନାକ ମିଶ୍ର
ଭୁବନେଶ୍ୱର ୦୩।୧୦ : ଦାୟିତ୍ୱ ନେଲେ ନୂଆ DCP । ଭୁବନେଶ୍ୱରର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର ।ଆଇପିଏସ୍ ପ୍ରତୀକ ସିଂଙ୍କ ଜାଗା ନେଲେ ପିନାକ ମିଶ୍ର । ଖବର ଅନୁଯାୟୀ, କିଛି ଦିନ ତଳେ ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ କରିଥିଲେ । ୨୫ ଜଣ ଆଇପିଏସ୍ ଅଫିସରଙ୍କୁ ଅବଦଳବଦଳ କରାଯାଇଥିଲା । ଯେଉଁଥିରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କୁ ମଧ୍ୟ ବଦଳି କରାଯାଇଥିଲା । ପ୍ରତୀକ ସିଂହଙ୍କୁ କଟକ ଗ୍ରାମାଞ୍ଚଳର ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଥିଲା । ଆଉ ପ୍ରତୀକ ସିଂହଙ୍କ ବଦଳରେ ପିନାକ ମିଶ୍ରଙ୍କୁ ଭୁବନେଶ୍ୱରର ଡିସିପି ଭାବେ ନିଯୁକ୍ତ କରିଥିଲେ ରାଜ୍ୟ ସରକାର । ତେବେ ବିଜ୍ଞପ୍ତି ପ୍ରକାଶ ପାଇଁ ପରେ ସମସ୍ତ ଅଫିସରଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଏହିକ୍ରମରେ ଗୁରୁବାର ଦିନ ଆଇପିଏସ୍ ପିନାକ ମିଶ୍ର ଭୁବନେଶ୍ୱରର ନୂତନ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୋଲିସ ସେବା ଭବନରେ ଭୁବେନଶ୍ୱର ୟୁପିଡିର ନୂଆ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ପିନାକ ମିଶ୍ର । ପୋଲିସ କମିଶନର ପିନାକ ମିଶ୍ରଙ୍କୁ କମିଶନରେଟ୍ ପୋଲିସର ବ୍ୟାଚ ପିନ୍ଧାଇ ସ୍ୱାଗତ କରିଛନ୍ତି । ୨୦୧୧ ବ୍ୟାଚ୍ରେ ଏହି ଆଇପିଏସ୍ ଅଫିସର ବ୍ରହ୍ମପୁରରେ ଥିବା ବେଳେ ଏକାଧିକ ଅପରାଧୀଙ୍କୁ ଏନ୍କାଉଣ୍ଟର କରିଥିଲେ । ତାଙ୍କ କାର୍ଯ୍ୟଦକ୍ଷତାକୁ ନଜରରେ ରଖି ତାଙ୍କୁ କମିଶନରେଟ୍
ଭୁବନେଶ୍ୱର ୦୩।୧୦ : ଦାୟିତ୍ୱ ନେଲେ ନୂଆ DCP । ଭୁବନେଶ୍ୱରର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର ।ଆଇପିଏସ୍ ପ୍ରତୀକ ସିଂଙ୍କ ଜାଗା ନେଲେ ପିନାକ ମିଶ୍ର ।
ଖବର ଅନୁଯାୟୀ, କିଛି ଦିନ ତଳେ ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ କରିଥିଲେ । ୨୫ ଜଣ ଆଇପିଏସ୍ ଅଫିସରଙ୍କୁ ଅବଦଳବଦଳ କରାଯାଇଥିଲା । ଯେଉଁଥିରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କୁ ମଧ୍ୟ ବଦଳି କରାଯାଇଥିଲା । ପ୍ରତୀକ ସିଂହଙ୍କୁ କଟକ ଗ୍ରାମାଞ୍ଚଳର ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଥିଲା । ଆଉ ପ୍ରତୀକ ସିଂହଙ୍କ ବଦଳରେ ପିନାକ ମିଶ୍ରଙ୍କୁ ଭୁବନେଶ୍ୱରର ଡିସିପି ଭାବେ ନିଯୁକ୍ତ କରିଥିଲେ ରାଜ୍ୟ ସରକାର । ତେବେ ବିଜ୍ଞପ୍ତି ପ୍ରକାଶ ପାଇଁ ପରେ ସମସ୍ତ ଅଫିସରଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଏହିକ୍ରମରେ ଗୁରୁବାର ଦିନ ଆଇପିଏସ୍ ପିନାକ ମିଶ୍ର ଭୁବନେଶ୍ୱରର ନୂତନ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୋଲିସ ସେବା ଭବନରେ ଭୁବେନଶ୍ୱର ୟୁପିଡିର ନୂଆ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ପିନାକ ମିଶ୍ର । ପୋଲିସ କମିଶନର ପିନାକ ମିଶ୍ରଙ୍କୁ କମିଶନରେଟ୍ ପୋଲିସର ବ୍ୟାଚ ପିନ୍ଧାଇ ସ୍ୱାଗତ କରିଛନ୍ତି ।
୨୦୧୧ ବ୍ୟାଚ୍ରେ ଏହି ଆଇପିଏସ୍ ଅଫିସର ବ୍ରହ୍ମପୁରରେ ଥିବା ବେଳେ ଏକାଧିକ ଅପରାଧୀଙ୍କୁ ଏନ୍କାଉଣ୍ଟର କରିଥିଲେ । ତାଙ୍କ କାର୍ଯ୍ୟଦକ୍ଷତାକୁ ନଜରରେ ରଖି ତାଙ୍କୁ କମିଶନରେଟ୍ ପୁଲିସକୁ ଅଣାଯାଇଛି । କଟକ ଡିସିପି ଭାବେ ସେ ଦୀର୍ଘ ସମୟ କାମ କରି ସଫଳତାର ସହ ଅପରାଧ ଦମନ କରିଥିଲେ । କଟକରୁ ତାଙ୍କର ପୁରୀ ଏସ୍ପି ଭାବେ ବଦଳି ହୋଇଥିଲା । ସେଠାରେ ସାଧାରଣ ନିର୍ବାଚନ ଓ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନା କରିଥିଲେ । ଆଉ ଏବେ ଭୁବନେଶ୍ୱରୁ ବଦଳି ହୋଇଛନ୍ତି ପିନାକ ମିଶ୍ର