ଦିଗପହଣ୍ଡିରେ ଜବରଦଖଲ ଉଚ୍ଛେଦରେ ପାତରଅନ୍ତର; ଭ୍ରମରପୁର ଗ୍ରାମରେ ଚାପା ଉତ୍ତେଜନା
ଦିଗପହଣ୍ଡି,୨୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭ୍ରମରପୁର ଗ୍ରାମ ବଡଦାଣ୍ଡର ସର୍ବସାଧାରଣଙ୍କ ଯାତାୟାତ ରାସ୍ତାକୁ କିଛି ବ୍ୟକ୍ତି ଜବରଦଖଲ କରି ନିଜ ଅକ୍ତିଆରରେ ରଖିଥିବା ବେଳେ ମଙ୍ଗଳବାର ଦିଗପହଣ୍ଡି ତହସିଲ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। କିନ୍ତୁ ଏହି ଉଚ୍ଛେଦ ସମୟରେ ତହସିଲ ପକ୍ଷରୁ ପାତରଅନ୍ତର ନୀତି ଅବଲମ୍ବନ କରାଯାଇଥିବା ଅଭିଯୋଗ ହୋଇଛି। ଉଚ୍ଛେଦ ସମୟରେ ନିରୀହ ଗରିବ ଲୋକଙ୍କ ଘରକୁ ଭଙ୍ଗା ଯାଇଥିବା ବେଳେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜବରଦଖଲ […] The post ଦିଗପହଣ୍ଡିରେ ଜବରଦଖଲ ଉଚ୍ଛେଦରେ ପାତରଅନ୍ତର; ଭ୍ରମରପୁର ଗ୍ରାମରେ ଚାପା ଉତ୍ତେଜନା appeared first on Dharitri Odia News.
ଦିଗପହଣ୍ଡି,୨୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭ୍ରମରପୁର ଗ୍ରାମ ବଡଦାଣ୍ଡର ସର୍ବସାଧାରଣଙ୍କ ଯାତାୟାତ ରାସ୍ତାକୁ କିଛି ବ୍ୟକ୍ତି ଜବରଦଖଲ କରି ନିଜ ଅକ୍ତିଆରରେ ରଖିଥିବା ବେଳେ ମଙ୍ଗଳବାର ଦିଗପହଣ୍ଡି ତହସିଲ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। କିନ୍ତୁ ଏହି ଉଚ୍ଛେଦ ସମୟରେ ତହସିଲ ପକ୍ଷରୁ ପାତରଅନ୍ତର ନୀତି ଅବଲମ୍ବନ କରାଯାଇଥିବା ଅଭିଯୋଗ ହୋଇଛି। ଉଚ୍ଛେଦ ସମୟରେ ନିରୀହ ଗରିବ ଲୋକଙ୍କ ଘରକୁ ଭଙ୍ଗା ଯାଇଥିବା ବେଳେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜବରଦଖଲ ଅଂଶକୁ ବାଦ ଦିଆଯାଇଥିବାରୁ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ତେଣୁ ଏହାର ନିରପେକ୍ଷ ତଦନ୍ତ ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ନ ଗଲେ ଗୁଣ୍ଡିଚା ଯାତ୍ରା ରଥଟଣା ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିବା ଜଗନ୍ନାଥଙ୍କ ମନ୍ଦିର ତଥା ଯାତ୍ରା ପରିଚାଳକ ସୁଶାନ୍ତ କୁମାର ଷଡ଼ଙ୍ଗୀଙ୍କ ସମେତ ଶଶିଭୂଷଣ ରଥ, ସୁବାଷ ପଟ୍ଟନାୟକ, ପର୍ଶୁରାମ ସାହୁ, ପୁଷ୍ପଧ୍ବଜ ସାହୁ ପ୍ରମୁଖ ଗଞ୍ଜାମ ଜିଲାପାଳ ଓ ବ୍ରହ୍ମପୁର ଉପ ଜିଲାପାଳଙ୍କୁ ବୁଧବାର ଲିଖିତ ଭାବେ ଅବଗତ କରାଇଛନ୍ତି।
The post ଦିଗପହଣ୍ଡିରେ ଜବରଦଖଲ ଉଚ୍ଛେଦରେ ପାତରଅନ୍ତର; ଭ୍ରମରପୁର ଗ୍ରାମରେ ଚାପା ଉତ୍ତେଜନା appeared first on Dharitri Odia News.