କେମିତି ମଣ୍ଡିରେ ଦେବେ ଧାନ, ସୂଚନା ଦେଲେ ମନ୍ତ୍ରୀ

ଗୋପାଳପୁର,୩।୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ଦାସପୁର ସେବା ସମବାୟ ସମିତିର କୋଳଥି ଗାଁରେ ଶୁକ୍ରବାର ଜିଲାସ୍ତରୀୟ ଧାନମଣ୍ଡି ଶୁଭ ଆରମ୍ଭ ହୋଇଛି l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବିଭୁତି ଭୂଷଣ ଜେନା ଯୋଗଦେଇ ଶୁଭାରମ୍ଭ କରିଥିବାବେଳେ ଅନ୍ୟ ଅତିଥିମାନେ ଅତିରିକ୍ତ ଜିଲାପାଳ ପ୍ରମୋଦ କୁମାର ପୃଷ୍ଟି, ମୁଖ୍ୟ ଯୋଗାଣ ଅଧିକାରୀ ପୁସା ମୁଣ୍ଡା,କୋଳଥିଗାଁ ସରପଞ୍ଚ […] The post କେମିତି ମଣ୍ଡିରେ ଦେବେ ଧାନ, ସୂଚନା ଦେଲେ ମନ୍ତ୍ରୀ appeared first on Dharitri Odia News.

କେମିତି ମଣ୍ଡିରେ ଦେବେ ଧାନ, ସୂଚନା ଦେଲେ ମନ୍ତ୍ରୀ

ଗୋପାଳପୁର,୩।୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ଦାସପୁର ସେବା ସମବାୟ ସମିତିର କୋଳଥି ଗାଁରେ ଶୁକ୍ରବାର ଜିଲାସ୍ତରୀୟ ଧାନମଣ୍ଡି ଶୁଭ ଆରମ୍ଭ ହୋଇଛି l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବିଭୁତି ଭୂଷଣ ଜେନା ଯୋଗଦେଇ ଶୁଭାରମ୍ଭ କରିଥିବାବେଳେ ଅନ୍ୟ ଅତିଥିମାନେ ଅତିରିକ୍ତ ଜିଲାପାଳ ପ୍ରମୋଦ କୁମାର ପୃଷ୍ଟି, ମୁଖ୍ୟ ଯୋଗାଣ ଅଧିକାରୀ ପୁସା ମୁଣ୍ଡା,କୋଳଥିଗାଁ ସରପଞ୍ଚ ଜଗମୋହନ ପାତ୍ର ଯୋଗଦେଇଥିଲେ।
କାର୍ଯ୍ୟକ୍ରମକୁ କନିସି ତହସିଲଦାର କବି ରାଜ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିବା ସହ ସଭାପତିତ୍ୱ କରିଥିଲେ l ଭଲ ଧାନ ଓ ଭିଜା ଧାନକୁ ଅଲଗା କରି ମଣ୍ଡିରେ ଦେବା ପାଇଁ ମନ୍ତ୍ରୀ ଜେନା କହିଥିଲେ ଓ ଏହି ସରକାର ଚାଷୀଙ୍କ ସରକାର ଏହାର ଭରପୁର ସୁଯୋଗ ନେବା ପାଇଁ ଆହୱାନ କରିଥିଲେ l ପାଞ୍ଚ ଶହ କୁଇଣ୍ଟାଲ ଧାନ ଉଠେଇ ଥିବା ଜଣାପଡିଛି l ପୂର୍ବରୁ ଗଞ୍ଜାମ ଜିଲାରେ ଡିସେମ୍ବର ୨୩ ଧାନମଣ୍ଡି ଖୋଲିବାକୁ ସ୍ଥିର ହୋଇଥିବା ବେଳେ ଅଦିନିଆ ବର୍ଷା ଯୋଗୁ ଜିଲାପାଳ ମଣ୍ଡି ତାରିଖ ଘୁଞ୍ଚାଇଥିଲେ l
ଏହି ଅବସରରେ ଅତିରିକ୍ତ ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ବାଗ, ଉପ ଖଣ୍ଡ ଯୋଗାଣ ଅଧିକାରୀ ଶଙ୍କଳେସୱର ଦାସ,ଏଆରସିଏସ ପର୍ଶୁରାମ ପାତ୍ର ,ସମବାୟ ନିରକ୍ଷକ ସସ୍ମିତା ମାଳି ରଙ୍ଗେଈଲୁଣ୍ଡା ଯୋଗାଣ ନୀରିକ୍ଷକ ସମ୍ବିତ ପ୍ରସାଦ ଦାସ, ସମିତି ସଭ୍ୟ ତନୁଯା ବେହେରା,ସୁନୀଲ ପାତ୍ର ଓ ଅନ୍ୟ ମାନେ ଉପସ୍ଥିତ ଥିଲେ l

The post କେମିତି ମଣ୍ଡିରେ ଦେବେ ଧାନ, ସୂଚନା ଦେଲେ ମନ୍ତ୍ରୀ appeared first on Dharitri Odia News.