ଦିନକ ପରେ ରଙ୍ଗର ପର୍ବ ‘ହୋଲି’; ଭଳି କି ଭଳି ରଙ୍ଗ ପସରାରେ ରଙ୍ଗିନ ରାଜଧାନୀ

ଭୁବନେଶ୍ୱର: ଶନିବାର ଫଗୁ ଓ ଫଗୁଣର ପର୍ବ ହୋଲି। ଯାହାର ଝଲକ ମଧ୍ୟ ରାଜଧାନୀର ରାସ୍ତାଘାଟ ଠାରୁ ଆରମ୍ଭ କରି ହାଟବଜାରରେ ମଧ୍ୟ ଅନୁଭୂତ ହୋଇଛି। ଭଳି କି ଭଳି ରଙ୍ଗ ପସରା ସାଙ୍ଗକୁ ହୋଲିରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀ ପଥଚାରୀଙ୍କ ଆଖି ଝଲସାଇ ଦେଉଛି। ବିଭିନ୍ନ ପ୍ରକାର ରଙ୍ଗ ଅବିର, ପିଚକାରୀ, ଟୋପି, ମୁଖା ଆଦି ଆକର୍ଷଣ ପାଲଟିଛି। ସେହିପରି ଛୋଟ ପିଲାମାନଙ୍କ ନିମନ୍ତେ ପଶୁ, ରାକ୍ଷସ, ଝିଅ, ପୁଅ ଆଦି ଆକର୍ଷଣୀୟ ମୁଖା […]

ଦିନକ ପରେ ରଙ୍ଗର ପର୍ବ ‘ହୋଲି’; ଭଳି କି ଭଳି ରଙ୍ଗ ପସରାରେ ରଙ୍ଗିନ ରାଜଧାନୀ
different type colour available for sell in bhubaneswar for holi festival

ଭୁବନେଶ୍ୱର: ଶନିବାର ଫଗୁ ଓ ଫଗୁଣର ପର୍ବ ହୋଲି। ଯାହାର ଝଲକ ମଧ୍ୟ ରାଜଧାନୀର ରାସ୍ତାଘାଟ ଠାରୁ ଆରମ୍ଭ କରି ହାଟବଜାରରେ ମଧ୍ୟ ଅନୁଭୂତ ହୋଇଛି। ଭଳି କି ଭଳି ରଙ୍ଗ ପସରା ସାଙ୍ଗକୁ ହୋଲିରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀ ପଥଚାରୀଙ୍କ ଆଖି ଝଲସାଇ ଦେଉଛି। ବିଭିନ୍ନ ପ୍ରକାର ରଙ୍ଗ ଅବିର, ପିଚକାରୀ, ଟୋପି, ମୁଖା ଆଦି ଆକର୍ଷଣ ପାଲଟିଛି। ସେହିପରି ଛୋଟ ପିଲାମାନଙ୍କ ନିମନ୍ତେ ପଶୁ, ରାକ୍ଷସ, ଝିଅ, ପୁଅ ଆଦି ଆକର୍ଷଣୀୟ ମୁଖା ଓ ଚଷମା ରହିଛି। ଯାହାର ମୂଲ୍ୟ ୫୦ଟଙ୍କାରୁ ଆରମ୍ଭ ହୋଇ ୫ଶହ ଟଙ୍କା ପର୍ଯ୍ୟନ୍ତ ରହିଛି।

ସେହିପରି ଡାଇନୋସର୍‌‌, ଆଇରନମ୍ୟାନ୍‌‌, ଡୋରେମନ୍‌‌, ଛୋଟାଭୀମ୍‌‌ ଭଳି ପିଚକାରୀ ମଧ୍ୟ ରହିଛି। ଯାହା ଛୋଟ ପିଲାଙ୍କୁ ଆକର୍ଷିତ କରୁଛି। ତେବେ ଉପହାର ଦେବା ପାଇଁ ବିଭିନ୍ନ ରଙ୍ଗର ପ୍ୟାକେଟ୍‌‌ ରହିବା ସହ ରଙ୍ଗ ବେରଙ୍ଗର ଅବିର ରହିଛି। ଯାହା କିଲୋ ପ୍ରତି ଦର ଶହେରୁ ୨ଶହ ଟଙ୍କା ରହିଥିବା ବେଳେ ସୁଗନ୍ଧ ବା ବାସ୍ନା ଅବିର କିଲୋ ପିଛା ୩ଶହ ଟଙ୍କା ରହିଛି।

ମୁଣ୍ଡଫଟାରୁ ପ୍ରାକୃତିକ ରଙ୍ଗ

ପୂର୍ବରୁ ହୋଲି ପର୍ବ ଆସିବା ପୂର୍ବରୁ ବଜାରକୁ ଆସିଥାଏ ବିଭିନ୍ନ ପ୍ରକାର ରଙ୍ଗ। ସବୁଠାରୁ ଅଧିକ ମୁଣ୍ଡଫଟା ରଙ୍ଗ, ବାର୍ନିସ୍‌‌, ଆଲକାତରା ଆଦିକୁ ବ୍ୟବହାର କରୁଥିଲେ ଲୋକେ। ଏହିସବୁଥିରେ ପ୍ରଚୁର ପରିମାଣରେ ରସାୟନ ପଦାର୍ଥ ମିଶ୍ରଣ କରାଯାଉଥିବାରୁ ଚର୍ମ ଓ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ବିଶେଷ କରି ଆଖି ପାଇଁ କ୍ଷତିକାରକ ହୋଇଥାଏ। ଏହି ରଙ୍ଗ ଲାଗିଲେ ତାହା ସହଜରେ ଛାଡ଼ି ନ ଥାଏ। ତେଣୁ ଧୀରେ ଧୀରେ ଲୋକମାନେ ସଚେତନତା ଅବଲମ୍ବନ କରି ଅବିର ଖେଳିବାକୁ ପସନ୍ଦ କରିଥିଲେ। ଏବେ ପ୍ରାୟ ବଜାରରେ ହର୍ବାଲ ରଙ୍ଗ ଅଧିକ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି।

ବିଭିନ୍ନ ଫୁଲ, ଫଳ, ପନିପରିବା ସହ ଘରେ ନିତିଦିନ ବ୍ୟବହାର ହେଉଥିବା ହଳଦୀ ଗୁଣ୍ଡ, ଚନ୍ଦନ, ମୁଲତାନି ମାଟି ଆଦିରୁ ତିଆରି ରଙ୍ଗର ଟ୍ରେଣ୍ଡ୍‌‌ ଆରମ୍ଭ ହୋଇଛି। ବଜାରରେ ମଧ୍ୟ ଏହିସବୁ ପ୍ରାକୃତିକ ରଙ୍ଗ ଉପଲବ୍ଧ ହେଲାଣି। ଯାହା ଏକ ସୁରକ୍ଷିତ ହୋଲିର ନୂଆ ଧାରା ସୃଷ୍ଟି କରିଛି। ଏହାଦ୍ୱାରା ଯେକୌଣସି ବୟସର ବ୍ୟକ୍ତି ବିନା ଦ୍ୱିଧାରେ ଏହିସବୁ ପ୍ରାକୃତିକ ରଙ୍ଗ ବ୍ୟବହାର କରିପାରିବ ବୋଲି ବ୍ୟବସାୟୀମାନେ କହିଛନ୍ତି। ଏହାକୁ ମହିଳାମାନେ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।