ଦିନକ ପାଇଁ ଜେଲ୍‌ ଗଲେ ହେମନ୍ତ ସୋରେନ

ନୂଆଦିଲ୍ଲୀ : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବୁଧବାର ବିଳମ୍ବିତ ରାତିରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ଦ୍ବାରା ଗିରଫ କରାଯିବାପରେ ଆଜି ଦିନକ ପାଇଁ ତାଙ୍କୁ ନ୍ୟାୟିକ ହାଜତ ପଠାଇ ଦିଆଯାଇଛି ତଦନ୍ତକାରୀ ସଂସ୍ଥା ଇଡି ସୋରେନଙ୍କୁ ଚ୧୦ ଦିନ ହାଜତକୁ ନେବାପାଇଁ କୋର୍ଟରେ ଅନୁରୋଧ କରିଥିବାବେଳେ କୋର୍ଟ ଏହି ଅନୁରୋଧ ଉପରେ ରାୟ ସଂରକ୍ଷିତ ରଖିଛନ୍ତି। ଅନ୍ୟପକ୍ଷେ ଗିରଫ ବିରୋଧରେ ସୋରେନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆଜି ‌କୋର୍ଟରେ ସୋରେନଙ୍କୁ ହାଜର କରାଯିବା ପୂର୍ବରୁ ସେ […]

ଦିନକ ପାଇଁ ଜେଲ୍‌ ଗଲେ ହେମନ୍ତ ସୋରେନ

ନୂଆଦିଲ୍ଲୀ : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବୁଧବାର ବିଳମ୍ବିତ ରାତିରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ଦ୍ବାରା ଗିରଫ କରାଯିବାପରେ ଆଜି ଦିନକ ପାଇଁ ତାଙ୍କୁ ନ୍ୟାୟିକ ହାଜତ ପଠାଇ ଦିଆଯାଇଛି ତଦନ୍ତକାରୀ ସଂସ୍ଥା ଇଡି ସୋରେନଙ୍କୁ ଚ୧୦ ଦିନ ହାଜତକୁ ନେବାପାଇଁ କୋର୍ଟରେ ଅନୁରୋଧ କରିଥିବାବେଳେ କୋର୍ଟ ଏହି ଅନୁରୋଧ ଉପରେ ରାୟ ସଂରକ୍ଷିତ ରଖିଛନ୍ତି। ଅନ୍ୟପକ୍ଷେ ଗିରଫ ବିରୋଧରେ ସୋରେନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆଜି ‌କୋର୍ଟରେ ସୋରେନଙ୍କୁ ହାଜର କରାଯିବା ପୂର୍ବରୁ ସେ ତାଙ୍କ ଗିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ। ସେ ମଧ୍ୟ ତାଙ୍କ ଗିରଫକୁ ବେଆଇନ କହିଛନ୍ତି। ସୋରେନ ମଧ୍ୟ ଏସସିଏସ୍‌ଟି ଆଇନ ଅଧୀନରେ ଇଡିର ବରିଷ୍ଠ ଅଧିକାରୀମାନଙ୍କ ବି‌ରୋଧରେ ମାମଲା ରୁଜୁ କରି ସାରିଛନ୍ତି।