ବନ୍ଧୁକ ମୁନରେ ଲୁଟ୍ ଉଦ୍ୟମ
କନ୍ଧମାଳ: ବନ୍ଧୁକ ମୁନରେ ଲୁଟ୍ ଉଦ୍ୟମ। ଫୁଲବାଣୀ ଟାଉନ୍ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଫୁଲବାଣୀର ଫୁଲବାଣୀ ସାହିରେ ଥିବା ଅଧିକାରୀ ଫାଇନାନ୍ସ କାର୍ଯ୍ୟାଳୟରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଅଧିକାରୀ ଫାଇନାନ୍ସ କାର୍ଯ୍ୟାଳୟରେ ତିନିଜଣ କର୍ମଚାରୀ ଗତକାଲି ଦୁଇ ଲକ୍ଷକୁ ଉର୍ଦ୍ଧ୍ବ ଋଣ ଟଙ୍କା ଆଦାୟ କରି କାର୍ଯ୍ୟାଳୟରେ ଟଙ୍କା ଗଣତି କରୁଥିବା ବେଳେ ହଠାତ୍ ପହଁଚିଥିଲେ ତିନି ଜଣ ମୁଖା ପିନ୍ଧା ଦୁର୍ବୁତ୍ତ। ଜଣେ ଦୁର୍ବୃତ୍ତ କାର୍ଯ୍ୟାଳୟ […]

କନ୍ଧମାଳ: ବନ୍ଧୁକ ମୁନରେ ଲୁଟ୍ ଉଦ୍ୟମ। ଫୁଲବାଣୀ ଟାଉନ୍ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଫୁଲବାଣୀର ଫୁଲବାଣୀ ସାହିରେ ଥିବା ଅଧିକାରୀ ଫାଇନାନ୍ସ କାର୍ଯ୍ୟାଳୟରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଅଧିକାରୀ ଫାଇନାନ୍ସ କାର୍ଯ୍ୟାଳୟରେ ତିନିଜଣ କର୍ମଚାରୀ ଗତକାଲି ଦୁଇ ଲକ୍ଷକୁ ଉର୍ଦ୍ଧ୍ବ ଋଣ ଟଙ୍କା ଆଦାୟ କରି କାର୍ଯ୍ୟାଳୟରେ ଟଙ୍କା ଗଣତି କରୁଥିବା ବେଳେ ହଠାତ୍ ପହଁଚିଥିଲେ ତିନି ଜଣ ମୁଖା ପିନ୍ଧା ଦୁର୍ବୁତ୍ତ। ଜଣେ ଦୁର୍ବୃତ୍ତ କାର୍ଯ୍ୟାଳୟ ବାହାରେ ଥିବାବେଳେ ଦୁଇଜଣ ଦୁର୍ବୃତ୍ତ ବନ୍ଧୁକ ଧରି କାର୍ଯ୍ୟାଳୟ ଭିତରକୁ ପଶି କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ମାଗିଥିଲେ।
ସେହି ସମୟରେ ନିଜ ଜୀବନ ବଞ୍ଚାଇବାସହ ଟଙ୍କା ବଞ୍ଚାଇବାକୁ ଦୁର୍ବୃତ୍ତଙ୍କ ସହ ଧସ୍ତାଧସ୍ତି ହୋଇଥିଲେ। ତେବେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଜଣେ ଦୁର୍ବୃତ୍ତକୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି।
ସେପଟେ ଖବରପାଇ ଟାଉନ୍ ଥାନା ପୋଲିସ୍ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଚିକିତ୍ସା କରାଇବା ସହ ଜଣେ ଦୁର୍ବୃତ୍ତକୁ ଥାନାରେ ଅଟକ ରଖି ଛାନ୍ ଭିନ୍ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା କେତେ ଟଙ୍କା ଲୁଟ୍ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।