ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ
ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ ଷ୍ଟକ୍ ବଜାର ଉପରେ ପଡିଛି। ଫଳରେ କ୍ରମାଗତ ଭାବେ ଘରୋଇ ଶେୟାର ବଜାରର କାରବାରରେ ହ୍ରାସ ଘଟୁଛୁ। ଚଳିତ ସପ୍ତାହର ଶେଷ ଦିନରେ ବଡ ଧରଣର ହ୍ରାସ ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) କାରବାରରେ ଦେଖିବାକୁ ମିଳିଛି। ଏପରିକି ଦିନକରେ ପୁଞ୍ଜିବଜାରର […] The post ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ appeared first on Dharitri Odia News.
ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ ଷ୍ଟକ୍ ବଜାର ଉପରେ ପଡିଛି। ଫଳରେ କ୍ରମାଗତ ଭାବେ ଘରୋଇ ଶେୟାର ବଜାରର କାରବାରରେ ହ୍ରାସ ଘଟୁଛୁ। ଚଳିତ ସପ୍ତାହର ଶେଷ ଦିନରେ ବଡ ଧରଣର ହ୍ରାସ ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) କାରବାରରେ ଦେଖିବାକୁ ମିଳିଛି। ଏପରିକି ଦିନକରେ ପୁଞ୍ଜିବଜାରର ନିବେଶକ ପ୍ରାୟ ୫ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ହରାଇଛନ୍ତି। ଉଲ୍ଲେଖଯୋଗ୍ୟ, ୩୦ ଶେୟାର ବିଶିଷ୍ଟ ବିଏସ୍ଇ ସେନ୍ସେକ୍ସ ୧.୨୪%ର କାରବାର ସହ ୮୧,୧୮୩.୯୩ ଅଙ୍କରେ ଥିଲାବେଳେ ଏନ୍ଏସ୍ଇ ନିଫ୍ଟରେ ୧.୧୭% କାରବାର ସହ ୨୪,୮୫୨.୧୫ ଅଙ୍କରେ ଶେଷ କରିଥିଲା। ଫଳରେ ଶୁକ୍ରବାରର କାରବାର ଶେଷ ସୁଦ୍ଧା ପୁଞ୍ଜି ବଜାର ୫,୪୯,୯୨୫.୧୬ କୋଟି ଟଙ୍କା ହ୍ରାସ ପାଇ ୪,୬୦,୧୮,୯୭୬.୦୯ କୋଟିରେ ପହଞ୍ଚତ୍ଛି। ସେହିଭଳି ଚଳିତ ସପ୍ତାହର ଶେଷ ଦିନରେ ରିଲାଏନ୍ସ ଇଣ୍ଡଷ୍ଟ୍ରି ସର୍ବାଧିକ କ୍ଷତି ସହିଥିବାବେଳେ ବ୍ୟାଙ୍କ ଏବଂ ଅଟୋ ଶିଳ୍ପ ଭଳି ନିବେଶକମାନେ ବଡ ଧରଣର ନିବେଶ ହରାଇଛନ୍ତି।
The post ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ appeared first on Dharitri Odia News.