ଆର୍ଥିକ ସର୍ଭେ ପୂର୍ବରୁ ଶେୟାର ବଜାର ଲାଲ୍; ଖସିଲା ସେନସେକ୍ସ, ନିଫ୍ଟି

ମୁମ୍ବାଇ,୨୨।୭: ଭାରତୀୟ ଶେୟାର ମାର୍କେଟରେ ସୋମବାର ଆରମ୍ଭରୁ ଧିମା ରହିଛି। ସପ୍ତାହର ପ୍ରଥମ ବାଣିଜ୍ୟ ଦିନ ଏବଂ ମୌସୁମୀ ଅଧିବେଶନ ଆରମ୍ଭ, ସେପଟେ କେନ୍ଦ୍ର ବଜେଟ ମଧ୍ୟ ଆସିବାକୁ ଯାଉଛି। ଏହି ଅବସରରେ ବ୍ୟାଙ୍କ ନିଫ୍ଟି ସମେତ ଆଇଟି ଏବଂ ଅଟୋ ଷ୍ଟକ୍ରେ ହ୍ରାସ ପାଇଛି। ସଂସଦରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅପରାହ୍ନ ୧ ଟାରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବେ। ଏହାପରେ ରାଜ୍ୟସଭାରେ ସର୍ଭେ ରିପୋର୍ଟ ଉପସ୍ଥାପନ କରିବାର ସମୟ ଅପରାହ୍ନ ୨ ଟାରେ […] The post ଆର୍ଥିକ ସର୍ଭେ ପୂର୍ବରୁ ଶେୟାର ବଜାର ଲାଲ୍; ଖସିଲା ସେନସେକ୍ସ, ନିଫ୍ଟି appeared first on Dharitri Odia News.

ଆର୍ଥିକ ସର୍ଭେ ପୂର୍ବରୁ ଶେୟାର ବଜାର ଲାଲ୍; ଖସିଲା ସେନସେକ୍ସ, ନିଫ୍ଟି

ମୁମ୍ବାଇ,୨୨।୭: ଭାରତୀୟ ଶେୟାର ମାର୍କେଟରେ ସୋମବାର ଆରମ୍ଭରୁ ଧିମା ରହିଛି। ସପ୍ତାହର ପ୍ରଥମ ବାଣିଜ୍ୟ ଦିନ ଏବଂ ମୌସୁମୀ ଅଧିବେଶନ ଆରମ୍ଭ, ସେପଟେ କେନ୍ଦ୍ର ବଜେଟ ମଧ୍ୟ ଆସିବାକୁ ଯାଉଛି। ଏହି ଅବସରରେ ବ୍ୟାଙ୍କ ନିଫ୍ଟି ସମେତ ଆଇଟି ଏବଂ ଅଟୋ ଷ୍ଟକ୍ରେ ହ୍ରାସ ପାଇଛି।

ସଂସଦରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅପରାହ୍ନ ୧ ଟାରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବେ। ଏହାପରେ ରାଜ୍ୟସଭାରେ ସର୍ଭେ ରିପୋର୍ଟ ଉପସ୍ଥାପନ କରିବାର ସମୟ ଅପରାହ୍ନ ୨ ଟାରେ ରଖାଯାଇଛି।

ବିଏସଇ’ର ସୁଚକାଙ୍କ ୧୯୫.୭୫ ପଏଣ୍ଟ କିମ୍ବା ୦.୨୪ ପ୍ରତିଶତ ହ୍ରାସ ସହିତ ୮୦,୪୦୮ ରେ ଖୋଲିଥିବା ବେଳେ ଏନଏସଇ’ର ନିଫ୍ଟି ୨୪,୪୪୫ ରେ ୮୫.୧୫ ପଏଣ୍ଟ କିମ୍ବା ୦.୩୫ ପ୍ରତିଶତ ହ୍ରାସ ସହିତ ଖୋଲିଛି।

The post ଆର୍ଥିକ ସର୍ଭେ ପୂର୍ବରୁ ଶେୟାର ବଜାର ଲାଲ୍; ଖସିଲା ସେନସେକ୍ସ, ନିଫ୍ଟି appeared first on Dharitri Odia News.