ଦିନକୁ ୩ ଥର ରଙ୍ଗ ବଦଳାଉଛି ଫୁଲ

ନୂଆଦିଲ୍ଲୀ: ପ୍ରକୃତିର କୋଳରେ ଅନେକ ଚମତ୍କାରୀ ଉଦ୍ଭିଦ ରହିଥାନ୍ତି। ଏହିପରି ଏକ ନିଆରା ଉଦ୍ଭିଦ ହେଉଛି ହିବିସ୍‌ସ୍କସ୍‌ ମୁଟାବିଲିସ୍‌। ଏହାକୁ ପୃଥିବୀର ପଦ୍ମ ବୋଲି ମଧ୍ୟ କୁହାଯାଏ। ସାଧାରଣତଃ ପଦ୍ମ ଫୁଲ ପାଣିରେ ଫୁଟିଥାଏ, କିନ୍ତୁ ଏହି ବିଶେଷ ପ୍ରକାରର ପଦ୍ମ ଫୁଲ ଗଛ ମାଟିରେ ବଢ଼ିଥାଏ। ଏହି ଉଦ୍ଭିଦର ଏକ ଅନନ୍ୟ ବୈଶିଷ୍ଟ୍ୟ ରହିଛି। ଏହାର ଫୁଲ ଦୈନିକ ୩ ଥର ରଙ୍ଗ ବଦଳାଇଥାଏ। ଏହାର ରଙ୍ଗ ସକାଳେ ଧଳା, ଅପରାହ୍ନରେ ଗୋଲାପୀ ଏବଂ ସାରେ […] The post ଦିନକୁ ୩ ଥର ରଙ୍ଗ ବଦଳାଉଛି ଫୁଲ appeared first on Dharitri Odia News.

ଦିନକୁ ୩ ଥର ରଙ୍ଗ ବଦଳାଉଛି ଫୁଲ

ନୂଆଦିଲ୍ଲୀ: ପ୍ରକୃତିର କୋଳରେ ଅନେକ ଚମତ୍କାରୀ ଉଦ୍ଭିଦ ରହିଥାନ୍ତି। ଏହିପରି ଏକ ନିଆରା ଉଦ୍ଭିଦ ହେଉଛି ହିବିସ୍‌ସ୍କସ୍‌ ମୁଟାବିଲିସ୍‌। ଏହାକୁ ପୃଥିବୀର ପଦ୍ମ ବୋଲି ମଧ୍ୟ କୁହାଯାଏ। ସାଧାରଣତଃ ପଦ୍ମ ଫୁଲ ପାଣିରେ ଫୁଟିଥାଏ, କିନ୍ତୁ ଏହି ବିଶେଷ ପ୍ରକାରର ପଦ୍ମ ଫୁଲ ଗଛ ମାଟିରେ ବଢ଼ିଥାଏ। ଏହି ଉଦ୍ଭିଦର ଏକ ଅନନ୍ୟ ବୈଶିଷ୍ଟ୍ୟ ରହିଛି। ଏହାର ଫୁଲ ଦୈନିକ ୩ ଥର ରଙ୍ଗ ବଦଳାଇଥାଏ। ଏହାର ରଙ୍ଗ ସକାଳେ ଧଳା, ଅପରାହ୍ନରେ ଗୋଲାପୀ ଏବଂ ସାରେ ଗାଢ଼ ଲାଲ ହୋଇଯାଇଥାଏ। ଉକ୍ତ ଚମତ୍କାର ରଙ୍ଗ ପରିବର୍ତ୍ତନ ବୈଶିଷ୍ଟ୍ୟ ହେତୁ, ଭାରତରେ ମଧ୍ୟ ଏହି ଫୁଲ ଗଛ ବେଶ୍‌ ଅଧିକ ଲୋକପ୍ରିୟ ହେବାରେ ଲାଗିଛି। ଲୋକମାନେ ଏହାକୁ ଅନଲାଇନ୍‌ କିମ୍ବା ସ୍ଥାନୀୟ ନର୍ସରୀରୁ ଅଧିକ ମାତ୍ରାରେ ଅର୍ଡର କରି ନିଜ ବଗିଚାରେ ଲଗାଇବାକୁ ଆରମ୍ଭ କରିଛନ୍ତି।
ହିବିସସ୍କସ୍‌ ମୁଟାବିଲିସ୍‌ ପ୍ରଜାତି ଉଦ୍ଭିଦର ଫୁଲଗୁଡ଼ିକ ସକାଳେ ଧଳା ରଙ୍ଗର ହୋଇଯାଏ, ଯାହା ଶାନ୍ତି ଏବଂ ଶୁଦ୍ଧତାର ପ୍ରତୀକ ଅଟେ। ମଧ୍ୟାହ୍ନ ସୁଦ୍ଧା ଫୁଲର ରଙ୍ଗ ଗୋଲାପୀ ହୋଇଯାଇଥାଏ ଯାହା ପ୍ରେମ ଏବଂ କୋମଳତାକୁ ପ୍ରତିପାଦିତ କରିଥାଏ। ସା ପାଖେଇ ଆସିବା ପରେ ଏହି ଫୁଲର ରଙ୍ଗ ଗଭୀର ଲାଲ୍‌ ହୋଇଯାଏ ଯାହା ଶକ୍ତିର ପ୍ରତୀକ ହୋଇଥାଏ। ତେଣୁ ଲୋକମାନେ ଏହି ଫୁଲ ଗଛକୁ ନିଜ ବଗିଚାରେ ଲଗାଇବାକୁ ଚାହିଁଥାନ୍ତି।

The post ଦିନକୁ ୩ ଥର ରଙ୍ଗ ବଦଳାଉଛି ଫୁଲ appeared first on Dharitri Odia News.