ଦିନେ କପଡା ଫ୍ୟାକ୍ଟ୍ରିରେ କାମ କରୁଥିଲେ ଏହି ଅଭିନେତା: ଏବେ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଉଥ୍‌ ସିନେମାର ପ୍ରସିଦ୍ଧ ଅଭିନେତା ସୂର୍ଯ୍ୟା ୪୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସୂର୍ଯ୍ୟ ଜୁଲାଇ ୨୩, ୧୯୭୫ରେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ସୂର୍ଯ୍ୟଙ୍କ ପ୍ରକୃତ ନାମ ହେଉଛି ସରଭାନନ ଶିବକୁମାର। ସେ ତାମିଲ ଅଭିନେତା ଶିବକୁମାରଙ୍କ ପୁଅ। ଦକ୍ଷିଣ ଭାରତୀୟ ସିନେମାରେ ସୂର୍ଯ୍ୟା ଏକ ପ୍ରସିଦ୍ଧ ନାମ। ବେଳେବେଳେ ସେ ନିଜର ପରିଚୟ ଲୁଚାଇ ଏକ ଟେକ୍ସଟାଇଲ କାରଖାନାରେ କାମ କରି ୧୦୦୦ ଟଙ୍କା ରୋଜଗାର କରୁଥିଲେ। କିନ୍ତୁ ଆଜି ତାଙ୍କର କୋଟି […] The post ଦିନେ କପଡା ଫ୍ୟାକ୍ଟ୍ରିରେ କାମ କରୁଥିଲେ ଏହି ଅଭିନେତା: ଏବେ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.

ଦିନେ କପଡା ଫ୍ୟାକ୍ଟ୍ରିରେ କାମ କରୁଥିଲେ ଏହି ଅଭିନେତା: ଏବେ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଉଥ୍‌ ସିନେମାର ପ୍ରସିଦ୍ଧ ଅଭିନେତା ସୂର୍ଯ୍ୟା ୪୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସୂର୍ଯ୍ୟ ଜୁଲାଇ ୨୩, ୧୯୭୫ରେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ସୂର୍ଯ୍ୟଙ୍କ ପ୍ରକୃତ ନାମ ହେଉଛି ସରଭାନନ ଶିବକୁମାର। ସେ ତାମିଲ ଅଭିନେତା ଶିବକୁମାରଙ୍କ ପୁଅ।
ଦକ୍ଷିଣ ଭାରତୀୟ ସିନେମାରେ ସୂର୍ଯ୍ୟା ଏକ ପ୍ରସିଦ୍ଧ ନାମ। ବେଳେବେଳେ ସେ ନିଜର ପରିଚୟ ଲୁଚାଇ ଏକ ଟେକ୍ସଟାଇଲ କାରଖାନାରେ କାମ କରି ୧୦୦୦ ଟଙ୍କା ରୋଜଗାର କରୁଥିଲେ। କିନ୍ତୁ ଆଜି ତାଙ୍କର କୋଟି କୋଟି ଟଙ୍କା ସମ୍ପତ୍ତି ଅଛି।
ସୂର୍ଯ୍ୟାଙ୍କ ପିତା ଜଣେ ଅଭିନେତା ଥିଲେ ମଧ୍ୟ ଫିଲ୍ମ ଜଗତରେ କାମ କରିବାକୁ ଚାହୁଁ ନ ଥିଲେ। ଚଳଚ୍ଚିତ୍ର ଜଗତକୁ ଆସିବା ପୂର୍ବରୁ ସେ ଏକ ଟେକ୍ସଟାଇଲ୍‌ କାରଖାନାରେ କାମ କରୁଥିଲେ। ସେ ପାରିଶ୍ରମିକ ଭାବେ ଏକ ହଜାର ଟଙ୍କା ପାଉଥିଲେ। ସେ ଆଠ ମାସ ପର୍ଯ୍ୟନ୍ତ କାରଖାନାରେ କାର୍ଯ୍ୟ କରିଥିଲେ। ଏହିସମୟରେ ଅଭିନେତା ନିଜର ପରିଚୟ ଲୁଚାଇ ରଖିଥିଲେ। ଅଭିନେତା ଶିବକୁମାରଙ୍କ ପୁଅ ବୋଲି କେହି ଜାଣନ୍ତୁ ବୋଲି ସେ ଚାହୁଁ ନ ଥିଲେ। ନିଜେ ନିଜର ପରିଚୟ ସୃଷ୍ଟି କରନ୍ତୁ ସୂର୍ଯ୍ୟା।
ସୁର୍ଯ୍ୟା ୨୨ ବର୍ଷ ବୟସରେ ‘ନେରୁକ୍କୁ ନେର୍‌’ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ୧୯୯୭ରେ ମଣି ରତ୍ନମଙ୍କ ଦ୍ୱାରା ନିର୍ମିତ ‘ନେରୁକ୍କୁ ନେର୍‌’ ପରେ ଅଭିନେତା ପଛକୁ ଚାହିଁ ନ ଥିଲେ। ଅନେକ ସୁପରହିଟ୍‌ ଫିଲ୍ମରେ ସେ ଅଭିନୟ କରିଥିଲେ।
୨୭ ବର୍ଷର ଚଳଚ୍ଚିତ୍ର କ୍ୟାରିୟରରେ ସୂର୍ଯ୍ୟା ଅନେକ ଖ୍ୟାତି ଅର୍ଜନ କରିବା ସହିତ ଧନ ଅର୍ଜନ କରିଛନ୍ତି। ସେ ସାଉଥ୍‌ର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତାମାନଙ୍କ ମଧ୍ୟରୁ ଜଣେ। ତାଙ୍କର ମୋଟ ସମ୍ପତ୍ତି ହେଉଛି ୩୫୦ କୋଟି ଟଙ୍କା।

The post ଦିନେ କପଡା ଫ୍ୟାକ୍ଟ୍ରିରେ କାମ କରୁଥିଲେ ଏହି ଅଭିନେତା: ଏବେ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.