ଦିବ୍ରୁଗଡ଼ ଚେକ୍ପୋଷ୍ଟ ସିଲ୍ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍
ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍ପୋଷ୍ଟ ସିଲ୍ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ ସୀମାକୁ ୩ ଦିନ ପାଇଁ ସିଲ୍ କରିବା ନିମନ୍ତେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଝାଡ଼ଖଣ୍ଡକୁ ସୁରକ୍ଷିତ ରଖିବା ପାଇଁ ଦାମୋଦର ଭ୍ୟାଲି କର୍ପୋରେଶନ (ଡିଭିସି) ଡ୍ୟାମ୍ରୁ ଜଳ ଛାଡ଼ିଦେବାରୁ ପଶ୍ଚିମବଙ୍ଗରେ ବନ୍ୟା ହୋଇଥିବା ଦର୍ଶାଇ ମମତା ଝାଡ଼ଖଣ୍ଡ ସରକାରଙ୍କୁ ସମାଲୋଚନା କରିଛନ୍ତି। ତେବେ ଝାଡ଼ଖଣ୍ଡ […] The post ଦିବ୍ରୁଗଡ଼ ଚେକ୍ପୋଷ୍ଟ ସିଲ୍ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍ appeared first on Dharitri Odia News.
ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍ପୋଷ୍ଟ ସିଲ୍ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ ସୀମାକୁ ୩ ଦିନ ପାଇଁ ସିଲ୍ କରିବା ନିମନ୍ତେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଝାଡ଼ଖଣ୍ଡକୁ ସୁରକ୍ଷିତ ରଖିବା ପାଇଁ ଦାମୋଦର ଭ୍ୟାଲି କର୍ପୋରେଶନ (ଡିଭିସି) ଡ୍ୟାମ୍ରୁ ଜଳ ଛାଡ଼ିଦେବାରୁ ପଶ୍ଚିମବଙ୍ଗରେ ବନ୍ୟା ହୋଇଥିବା ଦର୍ଶାଇ ମମତା ଝାଡ଼ଖଣ୍ଡ ସରକାରଙ୍କୁ ସମାଲୋଚନା କରିଛନ୍ତି। ତେବେ ଝାଡ଼ଖଣ୍ଡ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ପଶ୍ଚିମବଙ୍ଗରେ ମାନବକୃତ ବନ୍ୟା ପାଇଁ ମମତା ଡିଭିସିକୁ ଦାୟୀ କରିଛନ୍ତି। ଏହି ନିଗମ ସହ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ସେ ଧମକ ଦେଇଛନ୍ତି।
The post ଦିବ୍ରୁଗଡ଼ ଚେକ୍ପୋଷ୍ଟ ସିଲ୍ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍ appeared first on Dharitri Odia News.