ମହାଶିବରାତ୍ରୀରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆରଡି ପୀଠକୁ ୧୦କୋଟି ଟଙ୍କା

ଭଦ୍ରକ,୨୬।୨: ଆରଡ଼ି ପୀଠ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମହାଶିବରାତ୍ରୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ୧୦ କୋଟି ଘୋଷଣା କରିଛନ୍ତି। ଭଦ୍ରକ ଆଖଣ୍ଡଳମଣି ପୀଠ ଉନ୍ନତିକରଣ ପାଇଁ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପରିକ୍ରମା ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଉନ୍ନୟନ ପାଣ୍ଠିରୁ ୧୦ କୋଟି ଟଙ୍କା ମନ୍ଦିରକୁ ପ୍ରଦାନ କରିଛନ୍ତି। ଏନେଇ ଉଚ୍ଚ ଶିକ୍ଷା ତଥା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି। […] The post ମହାଶିବରାତ୍ରୀରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆରଡି ପୀଠକୁ ୧୦କୋଟି ଟଙ୍କା appeared first on Dharitri Odia News.

ମହାଶିବରାତ୍ରୀରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆରଡି ପୀଠକୁ ୧୦କୋଟି ଟଙ୍କା

ଭଦ୍ରକ,୨୬।୨: ଆରଡ଼ି ପୀଠ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମହାଶିବରାତ୍ରୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ୧୦ କୋଟି ଘୋଷଣା କରିଛନ୍ତି। ଭଦ୍ରକ ଆଖଣ୍ଡଳମଣି ପୀଠ ଉନ୍ନତିକରଣ ପାଇଁ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ପରିକ୍ରମା ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଉନ୍ନୟନ ପାଣ୍ଠିରୁ ୧୦ କୋଟି ଟଙ୍କା ମନ୍ଦିରକୁ ପ୍ରଦାନ କରିଛନ୍ତି। ଏନେଇ ଉଚ୍ଚ ଶିକ୍ଷା ତଥା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି।
ମନ୍ଦିର ପରିସରରେ ଥିବା ଗଣେଶ ମଣ୍ଡପରେ ସଂକଳ୍ପ, ଶ୍ରାବଣୀ ମହାଦେବଙ୍କ ନିକଟରେ ପୂଜାର୍ଚ୍ଚନା ସହ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିଛନ୍ତି । ଏହାପରେ ମନ୍ଦିର ପରିକ୍ରମା କରି ମନ୍ଦିରକୁ ଅନୁଦାନ ରାଶି ପ୍ରଦାନ କରିଛନ୍ତି।

The post ମହାଶିବରାତ୍ରୀରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆରଡି ପୀଠକୁ ୧୦କୋଟି ଟଙ୍କା appeared first on Dharitri Odia News.