ଦିବ୍ୟାଙ୍ଗ ଛାତ୍ରଙ୍କ ସାର୍ଟିଫିକେଟରେ ପରବର୍ତ୍ତନ ନେଇ ଅଭିଭାବକ ହଟହଟା, ଉପଯୁକ୍ତ ସରକାରୀ ସହାୟତା ନ ପାଇ…

ଦାରିଙ୍ଗବାଡ଼ି,୧୦ା୩(ଅରୁଣ ସାହୁ): ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି। ତେବେ ତୃଣମୂଳସ୍ତରରେ କିଛିଟା ତ୍ରୁଟି ପାଇଁ ଅନେକ ହିତାଧିକାରୀ ହଇରାଣ ଭୋଗୁଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ। ପ୍ରକାଶ ଯେ, ଉକ୍ତ ବ୍ଲକ ଦାରିଙ୍ଗବାଡ଼ିର ଇଗ୍ନେଶ ବଳିୟାରସିଂଙ୍କ ୧୩ ବର୍ଷର ପୁଅ ମାର୍ଟିନ ଜନ୍ମରୁ ମସ୍ତିକ ପକ୍ଷାଘାତରେ ଆକ୍ରାନ୍ତ। ତାଙ୍କୁ ୨୦୧୫ ମାର୍ଚ୍ଚ ୧୦ରେ ୯୦ ପ୍ରତିଶତ ଦିବ୍ୟାଙ୍ଗ ରହିଥିବା ନେଇ […] The post ଦିବ୍ୟାଙ୍ଗ ଛାତ୍ରଙ୍କ ସାର୍ଟିଫିକେଟରେ ପରବର୍ତ୍ତନ ନେଇ ଅଭିଭାବକ ହଟହଟା, ଉପଯୁକ୍ତ ସରକାରୀ ସହାୟତା ନ ପାଇ… appeared first on Dharitri Odia News.

ଦିବ୍ୟାଙ୍ଗ ଛାତ୍ରଙ୍କ ସାର୍ଟିଫିକେଟରେ ପରବର୍ତ୍ତନ ନେଇ ଅଭିଭାବକ ହଟହଟା, ଉପଯୁକ୍ତ ସରକାରୀ ସହାୟତା ନ ପାଇ…

ଦାରିଙ୍ଗବାଡ଼ି,୧୦ା୩(ଅରୁଣ ସାହୁ): ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି। ତେବେ ତୃଣମୂଳସ୍ତରରେ କିଛିଟା ତ୍ରୁଟି ପାଇଁ ଅନେକ ହିତାଧିକାରୀ ହଇରାଣ ଭୋଗୁଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ।
ପ୍ରକାଶ ଯେ, ଉକ୍ତ ବ୍ଲକ ଦାରିଙ୍ଗବାଡ଼ିର ଇଗ୍ନେଶ ବଳିୟାରସିଂଙ୍କ ୧୩ ବର୍ଷର ପୁଅ ମାର୍ଟିନ ଜନ୍ମରୁ ମସ୍ତିକ ପକ୍ଷାଘାତରେ ଆକ୍ରାନ୍ତ। ତାଙ୍କୁ ୨୦୧୫ ମାର୍ଚ୍ଚ ୧୦ରେ ୯୦ ପ୍ରତିଶତ ଦିବ୍ୟାଙ୍ଗ ରହିଥିବା ନେଇ ପ୍ରମାଣପତ୍ର ସଂଖ୍ୟା ୨୧୧୬୧୫୩୦୦୪୯ ପ୍ରଦାନ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ୨୦୨୩ରେ ଅନ୍‌ଲାଇନ୍‌ ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରକୁ ଡକାଯାଇ ମାର୍ଟିନଙ୍କୁ ପୁନର୍ବାର ଏକ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସେଥିରେ ମାତ୍ର ୬୦ ପ୍ରତିଶତ ଦିବ୍ୟାଙ୍ଗ ରହିଥିବା ସେହି ସମୟରେ ଡାକ୍ତର ପରୀକ୍ଷା କରି ଉକ୍ତ ମସିହା ଏପ୍ରିଲ ୪ରେ ସାର୍ଟିଫିକେଟ ସଂଖ୍ୟା (ଓଡି୨୧୧୦୩୨୦୧୦୦୧୪୦୫୪୯) ପ୍ରଦାନ କରିଛନ୍ତି। ଫଳରେ ମାର୍ଟିନ ସରକାରଙ୍କ ମାସିକ ଭତ୍ତା ବୃଦ୍ଧିର ଲାଭ ନେଇ ପାରୁ ନ ଥିବା ନେଇ ମାର୍ଟିନଙ୍କ ମା’ ସଲମୀ ନାୟକ ଦାରିଙ୍ଗବାଡ଼ି ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ରଶ୍ମିତା ସେନାପତିଙ୍କ ନିକଟରେ ଅଭିଯୋଗ ଜଣାଇଛନ୍ତି।

ଏନେଇ ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ କହିଛନ୍ତି ଯେ, ମାର୍ଟିନଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ। କୌଣସି କାରଣରୁ ତାଙ୍କୁ ପ୍ରମାଣପତ୍ର ମିଳିଛି ତାର ବିଚାର କରାଯିବା ଆବଶ୍ୟକ । ଏନେଇ ମାର୍ଟିନଙ୍କ ମା’ ଅଭିଯୋଗ କରିଥିବା କହିଛନ୍ତି।

ଏନେଇ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟଙ୍କୁ ପଚାରି ବୁଝିବାରୁ ସେ ସେ ଏହାର ତଦନ୍ତ କରିବେ ଏବଂ ପୁଣି ତାଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରି ପୁନଃ ସାର୍ଟିଫିକେଟ ପ୍ରଦାନ କରାଯାଇପାରିବ ବୋଲି କହିଛନ୍ତି। ଏନେଇ ବିଡିଓ ପ୍ରୀତିରଞ୍ଜନ ରଥ ମଧ୍ୟ ସମାନ ମତାମତ ଦେଇଛନ୍ତି ପୁନଃ ମାର୍ଟିନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ସରକାରୀ ଭତ୍ତା ବୃଦ୍ଧିର ଫାଇଦା ପାଇବା ଦରକାର ବୋଲି ସେ କହିଛନ୍ତି।

The post ଦିବ୍ୟାଙ୍ଗ ଛାତ୍ରଙ୍କ ସାର୍ଟିଫିକେଟରେ ପରବର୍ତ୍ତନ ନେଇ ଅଭିଭାବକ ହଟହଟା, ଉପଯୁକ୍ତ ସରକାରୀ ସହାୟତା ନ ପାଇ… appeared first on Dharitri Odia News.