ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: କୋର୍ଟ ଶୁଣିଲେନି କେ.କବିତାଙ୍କ ଗୁହାରୀ, ଏପ୍ରିଲ ୨୩ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ ୯।୪: ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.କବିତାଙ୍କ ଅନ୍ତରୀଣ ଜାମିନ ନିବେଦନ ଉପରେ ମଙ୍ଗଳବାର ଶୁଣାଣି ହୋଇଛି। ଏଥିରେ କୋର୍ଟ କବିତାଙ୍କ ବିଚାରବିଭାଗୀୟ ହଜାତ ମିଆଦ ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସୋମବାର ରାଉଜ ଏଭେନ୍ୟୁ କୋର୍ଟରେ ହୋଇଥିବା ଶୁଣାଣିରେ କବିତାଙ୍କ ଜାମିନ ନିବେଦନ ଖାରଜ ହୋଇଯାଇଥିଲା। ମଧ୍ୟବର୍ତ୍ତୀ ଜାମିନ ପ୍ରଦାନ ନିମନ୍ତେ ଏହା ଉଚିତ ସମୟ ନୁହେଁ ବୋଲି କୋର୍ଟ କହିଥିଲେ। କେ. କବିତା କଥିତ ରୂପେ ଏକ ୪ ପୃଷ୍ଠାର ପତ୍ର ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି ଯେ କଥିତ ଦୁର୍ନୀତିରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ। ସେ ଉଲ୍ଲେଖ କରିଛନ୍ତି ଯେ ଦିଲ୍ଲୀ ଉତ୍ପାଦ ଶୁଳ୍କ ଅନିୟମିତତା ମାମଲାରେ ମୋର କୌଣସି ସମ୍ପୃକ୍ତି ନାହିଁ କି ଏହି ‘ଦୁର୍ନୀତି’ ରୁ ମୋତେ କୌଣସି ଲାଭ ମିଳି ନାହିଁ। ତେବେ ମାମଲାରେ ଇଡି ଓ ସିବିଆଇ ଯାଞ୍ଚ କେବଳ ଏକ ମିଡିଆ ଟ୍ରାୟଲ ବୋଲି ସେ ଉଲ୍ଲେଖ କରିଛନ୍ତି। କେ. କବିତା  କୋର୍ଟରେ ଅନ୍ତରୀଣ ଜାମିନ ନିମନ୍ତେ ଆବେଦନ କରିଥିଲେ। କହିଥିଲେ ତାଙ୍କର ଗୋଟିଏ ୧୬ ବର୍ଷର ପୁଅ ଅଛି ଓ ସେ ବାର୍ଷିକ ପରୀକ୍ଷା  ଦେବ ଏଣୁ ତାଙ୍କୁ ଜାମିନ ପ୍ରଦାନ କରାଯାଉ ବୋଲି ଗୁହାରି କରିଥିଲେ। ତେବେ କୋର୍ଟରେ ଇଡି କବିତାଙ୍କ ଆବେଦନକୁ ବିରୋଧ କରିଥିଲା ଓ କହିଥିଲା ଯେ ସେ ଜାମିନରେ ମୁକୁଳିଲେ ପ୍ରମାଣକୁ ପ୍ର

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: କୋର୍ଟ ଶୁଣିଲେନି କେ.କବିତାଙ୍କ ଗୁହାରୀ, ଏପ୍ରିଲ ୨୩ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ ୯।୪: ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.କବିତାଙ୍କ ଅନ୍ତରୀଣ ଜାମିନ ନିବେଦନ ଉପରେ ମଙ୍ଗଳବାର ଶୁଣାଣି ହୋଇଛି। ଏଥିରେ କୋର୍ଟ କବିତାଙ୍କ ବିଚାରବିଭାଗୀୟ ହଜାତ ମିଆଦ ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସୋମବାର ରାଉଜ ଏଭେନ୍ୟୁ କୋର୍ଟରେ ହୋଇଥିବା ଶୁଣାଣିରେ କବିତାଙ୍କ ଜାମିନ ନିବେଦନ ଖାରଜ ହୋଇଯାଇଥିଲା। ମଧ୍ୟବର୍ତ୍ତୀ ଜାମିନ ପ୍ରଦାନ ନିମନ୍ତେ ଏହା ଉଚିତ ସମୟ ନୁହେଁ ବୋଲି କୋର୍ଟ କହିଥିଲେ। 

କେ. କବିତା କଥିତ ରୂପେ ଏକ ୪ ପୃଷ୍ଠାର ପତ୍ର ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି ଯେ କଥିତ ଦୁର୍ନୀତିରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ। ସେ ଉଲ୍ଲେଖ କରିଛନ୍ତି ଯେ ଦିଲ୍ଲୀ ଉତ୍ପାଦ ଶୁଳ୍କ ଅନିୟମିତତା ମାମଲାରେ ମୋର କୌଣସି ସମ୍ପୃକ୍ତି ନାହିଁ କି ଏହି ‘ଦୁର୍ନୀତି’ ରୁ ମୋତେ କୌଣସି ଲାଭ ମିଳି ନାହିଁ। ତେବେ ମାମଲାରେ ଇଡି ଓ ସିବିଆଇ ଯାଞ୍ଚ କେବଳ ଏକ ମିଡିଆ ଟ୍ରାୟଲ ବୋଲି ସେ ଉଲ୍ଲେଖ କରିଛନ୍ତି। କେ. କବିତା  କୋର୍ଟରେ ଅନ୍ତରୀଣ ଜାମିନ ନିମନ୍ତେ ଆବେଦନ କରିଥିଲେ। କହିଥିଲେ ତାଙ୍କର ଗୋଟିଏ ୧୬ ବର୍ଷର ପୁଅ ଅଛି ଓ ସେ ବାର୍ଷିକ ପରୀକ୍ଷା  ଦେବ ଏଣୁ ତାଙ୍କୁ ଜାମିନ ପ୍ରଦାନ କରାଯାଉ ବୋଲି ଗୁହାରି କରିଥିଲେ। 

ତେବେ କୋର୍ଟରେ ଇଡି କବିତାଙ୍କ ଆବେଦନକୁ ବିରୋଧ କରିଥିଲା ଓ କହିଥିଲା ଯେ ସେ ଜାମିନରେ ମୁକୁଳିଲେ ପ୍ରମାଣକୁ ପ୍ରଭାବିତ କରିପାରନ୍ତି। କେବଳ ଏତିକି ନୁହେଁ ସେ ସାକ୍ଷଙ୍କୁ ମଧ୍ୟ ପ୍ରଭାବିତ କରିବାର ଇଡି ଆଶଙ୍କା କରିଥିଲା। ଉଲ୍ଲେଖ ଯୋଗ୍ୟ ଯେ ଇଡି ଦିଲ୍ଲୀ ଅବକାରୀ ନୀତି ସମ୍ପର୍କିତ କଥିତ ମନିଲଣ୍ଡ୍ରିଂ ମାମଲାରେ କେ. କବିତାଙ୍କୁ ମାର୍ଚ୍ଚ ୧୫ ତାରିଖ ଦିନ ଗିରଫ କରିଥିଲା। ତାଙ୍କୁ ହାଇଦ୍ରାବାଦ ବଞ୍ଜାରା ହିଲସ୍‌ ସ୍ଥିତ ବାସଭବନରୁ ଗିରଫ କରାଯାଇଥିଲା। 

ଗିରଫ ପରେ ଇଡି ତାଙ୍କୁ ମାର୍ଚ୍ଚ ୨୩ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଥିଲା। ରାଉଜ ଏଭେନ୍ୟୁ କୋର୍ଟ ମାର୍ଚ୍ଚ ୨୬ ତାରିଖଦିନ ତାଙ୍କୁ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ଓ ସେବେଠୁ କବିତା ତିହାର ଜେଲରେ ବନ୍ଦୀ ଅଛନ୍ତି। ଇଡି ମନିଲଣ୍ଡ୍ରିଂ ସମ୍ପର୍କିତ ମାମଲାରେ ନିୟମର ଉଦାହରଣ ଦେଇ କେ. କବିତାଙ୍କ ଆବେଦନକୁ ବିରାଧ କରିଥିଲା। ଏହା ପୂର୍ବରୁ ସୁପ୍ରିମକୋର୍ଟ ମାର୍ଚ୍ଚ ୨୨ ତାରିଖ ଦିନ କବିତାଙ୍କୁ ଜାମିନ ଦେବାକୁ ମନା କରିଥିଲେ ଓ ଜାମିନ ପାଇଁ ତାଙ୍କୁ ଟ୍ରାୟଲ କୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ।