ଦିଲ୍ଲୀ ଆୟକର ଅଫିସରେ ଅଗ୍ନିକାଣ୍ଡ, ଜଣେ ମୃତ

ନୂଆଦିଲ୍ଲୀ : ଦିଲ୍ଲୀରେ ଆଜି ଆୟକର ଅଫିସରେ ଅଗ୍ନିକାଣ୍ଡ ହୋଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୭ ଜଣ ଆହତ ହୋଇଛନ୍ତି। ଆଇଟିଓ ଅଞ୍ଚଳର ସେଣ୍ଟ୍ରାଲ ରେଭିନ୍ୟୁ ବିଲ୍ଡିଂରେ ଆଜି ନିଆଁ ଲାଗିଯିବା ଫଳରେ ଜଣେ ଅଫିସରଙ୍କ ମୃତ୍ୟୁ ହୋଇଥିବା ଅଗ୍ନିଶମ ବିଭାଗ ସୂତ୍ରରୁ ଜଣାପଡ଼ିଛି। ମୃତ ବ୍ୟକ୍ତିଙ୍କ ବୟସ ୪୬। ସେ ଜଣେ ଅଫିସ ସୁପରିନ‌ଟେଣ୍ଡେଣ୍ଟ୍‌ ଭାବେ କାମ କରୁଥିଲେ। ଅନ୍ୟପକ୍ଷେ ନିଆଁ ଲାଗିଥିବା ଅଫିସରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଦିଲ୍ଲୀ ଅଗ୍ନିସେବା ଅଧିକାରୀମାନେ […]

ଦିଲ୍ଲୀ ଆୟକର ଅଫିସରେ ଅଗ୍ନିକାଣ୍ଡ, ଜଣେ ମୃତ

ନୂଆଦିଲ୍ଲୀ : ଦିଲ୍ଲୀରେ ଆଜି ଆୟକର ଅଫିସରେ ଅଗ୍ନିକାଣ୍ଡ ହୋଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୭ ଜଣ ଆହତ ହୋଇଛନ୍ତି। ଆଇଟିଓ ଅଞ୍ଚଳର ସେଣ୍ଟ୍ରାଲ ରେଭିନ୍ୟୁ ବିଲ୍ଡିଂରେ ଆଜି ନିଆଁ ଲାଗିଯିବା ଫଳରେ ଜଣେ ଅଫିସରଙ୍କ ମୃତ୍ୟୁ ହୋଇଥିବା ଅଗ୍ନିଶମ ବିଭାଗ ସୂତ୍ରରୁ ଜଣାପଡ଼ିଛି। ମୃତ ବ୍ୟକ୍ତିଙ୍କ ବୟସ ୪୬। ସେ ଜଣେ ଅଫିସ ସୁପରିନ‌ଟେଣ୍ଡେଣ୍ଟ୍‌ ଭାବେ କାମ କରୁଥିଲେ। ଅନ୍ୟପକ୍ଷେ ନିଆଁ ଲାଗିଥିବା ଅଫିସରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଦିଲ୍ଲୀ ଅଗ୍ନିସେବା ଅଧିକାରୀମାନେ କହିଛନ୍ତି, ଆଜି ଅପରାହ୍ନ ୩.୦୭ ସମୟରେ ଆମେ ଆୟକର ବିଭାଗରେ ନିଆଁ ଲାଗିଥିବା ଖବର ପାଇଥିଲୁ। ଆମେ ଘଟଣାସ୍ଥଳକୁ ମୋଟ୍‌ ୨୧ ଅଗ୍ନିନିର୍ବାପକ ଦଳ ପଠାଇଥିଲୁ। ସ୍ଥାନୀୟ ପୁଲିସକୁ ଏନେଇ ଅବଗତ କରାଯାଇଛି ଏବଂ ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ବୋଲି ଅଧିକାରୀ କହିଛନ୍ତି।