ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡ୍ରେ ଭାଗନେବେ ଶିବାନୀ
ଭବାନୀପାଟଣା, ୧୪ା୧୨ (ଉତ୍ତମ କୁମାର ଦାଶ): ଜାନୁଆରୀ ୨୨ରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ହେବାକୁ ଥିବା ଜାତୀୟ ପରେଡ୍ରେ ଭାଗ ନେବେ ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରୀ ତଥା ଏନ୍ଏସ୍ଏସ୍ ସ୍ବେଚ୍ଛାସେବୀ ଶିବାନୀ ବାଗ। ଭବାନୀପାଟଣା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେ ପ୍ରତିନିଧିତ୍ୱ କରିବେ। ଶିବାନୀ ପ୍ରଥମେ ମହାବିଦ୍ୟାଳୟ ସ୍ତରୀୟ ପରେ ବିଶ୍ୱବିଦ୍ୟାଳୟ ସ୍ତରରେ ଚୟନ ହୋଇ ରାଉରକେଲାଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚୟନ ଶିବିରରେ […] The post ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡ୍ରେ ଭାଗନେବେ ଶିବାନୀ appeared first on Dharitri Odia News.
ଭବାନୀପାଟଣା, ୧୪ା୧୨ (ଉତ୍ତମ କୁମାର ଦାଶ): ଜାନୁଆରୀ ୨୨ରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ହେବାକୁ ଥିବା ଜାତୀୟ ପରେଡ୍ରେ ଭାଗ ନେବେ ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରୀ ତଥା ଏନ୍ଏସ୍ଏସ୍ ସ୍ବେଚ୍ଛାସେବୀ ଶିବାନୀ ବାଗ। ଭବାନୀପାଟଣା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେ ପ୍ରତିନିଧିତ୍ୱ କରିବେ। ଶିବାନୀ ପ୍ରଥମେ ମହାବିଦ୍ୟାଳୟ ସ୍ତରୀୟ ପରେ ବିଶ୍ୱବିଦ୍ୟାଳୟ ସ୍ତରରେ ଚୟନ ହୋଇ ରାଉରକେଲାଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚୟନ ଶିବିରରେ ଯୋଗଦେଇଥିଲେ। ସେଠାରେ ଚୟନ ହୋଇ ସେ ଆସାମର ଗୌହାଟିଠାରେ ଅନୁଷ୍ଠିତ ପୂର୍ବାଞ୍ଚଳ ଚୟନ ଶିବିରରେ ଅଂଶଗ୍ରହଣ କରିଥିଲେ। ସେଠାରୁ ସେ ଅନ୍ତିମ ଚୟନ ପାଇଁ ମନୋନୀତ ହୋଇଥିଲେ। ଶିବାନୀଙ୍କୁ ମିଶାଇ ମୋଟ ୮ଜଣ ବିଭିନ୍ନ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ସ୍ବେଚ୍ଛାସେବୀ ଆସନ୍ତା ଜାନୁଆରୀ ୧ରୁ ଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ଅଭ୍ୟାସ ପ୍ରକ୍ରିୟାରେ ଯୋଗଦେବେ। ଏହି ଶିବିରରେ ମୋଟ ୨୦୦ଜଣ ସର୍ବଭାରତୀୟ ସ୍ତରୀୟ ଏନ୍ଏସ୍ଏସ୍ ସ୍ବେଚ୍ଛାସେବୀ ଯୋଗଦେଇ ଅଭ୍ୟାସ କରିବା ସହିତ ଜାନୁଆରୀ ୨୬ରେ କର୍ତ୍ତବ୍ୟ ପଥ ପରେଡ୍ରେ ଭାଗନେବେ।
ଏହି ସଫଳତା ପାଇଁ ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ତ୍ରିଲୋଚନ ଜେନା, ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ନାୟକ, ଏନ୍ଏସ୍ଏସ୍ ବ୍ୟୁରୋ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ସଂଯୋଜକ ଚିତ୍ତରଞ୍ଜନ ଖୁଣ୍ଟିଆ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।
The post ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡ୍ରେ ଭାଗନେବେ ଶିବାନୀ appeared first on Dharitri Odia News.