ଦିଲ୍ଲୀ ଟ୍ରିପଲ ମର୍ଡରର ପର୍ଦ୍ଦାଫାସ କଲା ପୁଲିସ
ନୂଆଦିଲ୍ଲୀ: ନେବ ସରାଇ ଅଞ୍ଚଳରେ ଏକ ଦମ୍ପତି ଓ ତାଙ୍କ ଝିଅଙ୍କ ମୃତଦେହ ତାଙ୍କ ଘରୁ ମିଳିବା ଘଟଣାର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୁଲିସ। ପାରିବାରିକ କଳହରୁ ଦମ୍ପତିଙ୍କ ପୁଅ ଅର୍ଜୁନ ଏହି ହତ୍ୟାକାଣ୍ଡ ଘଟାଇଥିବା ପୁଲିସ କହିଛି। ଅଧିକାରୀଙ୍କ କହିବା ଅନୁସାରେ, ଅର୍ଜୁନଙ୍କ ପିତାମାତା ତାଙ୍କ ଭଉଣୀକୁ ସେମାନଙ୍କ ସମ୍ପତ୍ତି ହସ୍ତାନ୍ତର କରିବାକୁ ଯୋଜନା କରିଥିଲେ। ଏହାକୁ ବିରୋଧ କରି ଅର୍ଜୁନ ତିନିଜଣଙ୍କୁ ବାଟରୁ ସଫା କରିଦେଲେ। ମୃତ ଦମ୍ପତିଙ୍କ ୨୦ ବର୍ଷୀୟ ପୁଅ ଅର୍ଜୁନ […]

ନୂଆଦିଲ୍ଲୀ: ନେବ ସରାଇ ଅଞ୍ଚଳରେ ଏକ ଦମ୍ପତି ଓ ତାଙ୍କ ଝିଅଙ୍କ ମୃତଦେହ ତାଙ୍କ ଘରୁ ମିଳିବା ଘଟଣାର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୁଲିସ। ପାରିବାରିକ କଳହରୁ ଦମ୍ପତିଙ୍କ ପୁଅ ଅର୍ଜୁନ ଏହି ହତ୍ୟାକାଣ୍ଡ ଘଟାଇଥିବା ପୁଲିସ କହିଛି। ଅଧିକାରୀଙ୍କ କହିବା ଅନୁସାରେ, ଅର୍ଜୁନଙ୍କ ପିତାମାତା ତାଙ୍କ ଭଉଣୀକୁ ସେମାନଙ୍କ ସମ୍ପତ୍ତି ହସ୍ତାନ୍ତର କରିବାକୁ ଯୋଜନା କରିଥିଲେ। ଏହାକୁ ବିରୋଧ କରି ଅର୍ଜୁନ ତିନିଜଣଙ୍କୁ ବାଟରୁ ସଫା କରିଦେଲେ। ମୃତ ଦମ୍ପତିଙ୍କ ୨୦ ବର୍ଷୀୟ ପୁଅ ଅର୍ଜୁନ ତନୱାର ନିଜ ବାପା, ମା’ ଓ ଭଉଣୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ଏହି ଅପରାଧ ଘଟାଇବା ପାଇଁ ସେ ସେନାର ଛୁରୀ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଅର୍ଜୁନ ତନୱାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏକ କଲେଜରେ ରାଜନୀତି ବିଜ୍ଞାନରେ ଡିଗ୍ରି ପଢୁଥିଲେ ଓ ଜଣେ ପ୍ରଶିକ୍ଷିତ ବକ୍ସର ଥିଲେ। ସେ ଏକ ରାଜ୍ୟ ବକ୍ସିଂ ଇଭେଣ୍ଟରେ ଦିଲ୍ଲୀର ପ୍ରତିନିଧିତ୍ୱ କରି ରୌପ୍ୟ ପଦକ ଜିତିଥିଲେ। ପୂର୍ବରୁ ସେ ଧଉଲାକୁଆଁସ୍ଥିତ ଆର୍ମି ପବ୍ଲିକ୍ ସ୍କୁଲରେ ପାଠ ପଢ଼ିଥିଲେ। ତାଙ୍କ ପିତା ଜଣେ ପୂର୍ବତନ ସୈନିକ ଥିଲେ। ତଦନ୍ତ ବେଳେ ସେ ପୁଲିସକୁ କହିଥିଲେ ଯେ ସେ ଶୋଇଥିବା ବେଳେ ପ୍ରଥମେ ତାଙ୍କ ଭଉଣୀକୁ ଗଳା କାଟି ହତ୍ୟା କରିଥିଲେ। ଏହାପରେ ସେ ଉପର ମହଲାକୁ ଯାଇ ନିଜ ବାପାଙ୍କ ବେକରେ ଛୁରି ଭୁସିବା ସହ ଶୌଚାଳୟରେ ଥିବା ମା’ଙ୍କ ଗଳା କାଟି ଦେଇଥିଲେ।