ଲଜରୁ ହାତଗୋଡ଼ ବନ୍ଧା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଲାଙ୍ଗିର: ବଲାଙ୍ଗିର ରେଳ ଷ୍ଟେସନ ନିକଟ ଏକ ଲଜରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ସୁବର୍ଣ୍ଣପୁର ରିଜର୍ଭ ପୁଲିସର କନଷ୍ଟେବଳ ଶଙ୍କରଭାନୁ ବେହେରା ବୋଲି ସୂଚନା ମିଳିଛି। ମୃତକ ଶଙ୍କରଭାନୁ ଗୁରୁବାର ସକାଳୁ ଡୁଙ୍ଗୁରିପାଲି ଘରୁ କାରରେ ଆସିଥିବା ପରିବାରର ପ୍ରକାଶ କରିଛନ୍ତି।ଝାଡ଼ଖଣ୍ଡ ଧାନବାଦର ଜଣେ ବ୍ୟକ୍ତିଙ୍କ ନାମରେ ହୋଟେଲ ରୁମ ବୁକ ହୋଇଥିଲା। ଉଭୟ ରୁମ ନେଇ ରହିଥିଲେ। ଆଜି ହୋଟେଲ ଷ୍ଟାଫ ଭିତରକୁ ଯାଇ ଦେଖିଲା ବେଳକୁ […]

ଲଜରୁ ହାତଗୋଡ଼ ବନ୍ଧା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
murder-death-kill

ବଲାଙ୍ଗିର: ବଲାଙ୍ଗିର ରେଳ ଷ୍ଟେସନ ନିକଟ ଏକ ଲଜରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ସୁବର୍ଣ୍ଣପୁର ରିଜର୍ଭ ପୁଲିସର କନଷ୍ଟେବଳ ଶଙ୍କରଭାନୁ ବେହେରା ବୋଲି ସୂଚନା ମିଳିଛି। ମୃତକ ଶଙ୍କରଭାନୁ ଗୁରୁବାର ସକାଳୁ ଡୁଙ୍ଗୁରିପାଲି ଘରୁ କାରରେ ଆସିଥିବା ପରିବାରର ପ୍ରକାଶ କରିଛନ୍ତି।ଝାଡ଼ଖଣ୍ଡ ଧାନବାଦର ଜଣେ ବ୍ୟକ୍ତିଙ୍କ ନାମରେ ହୋଟେଲ ରୁମ ବୁକ ହୋଇଥିଲା। ଉଭୟ ରୁମ ନେଇ ରହିଥିଲେ। ଆଜି ହୋଟେଲ ଷ୍ଟାଫ ଭିତରକୁ ଯାଇ ଦେଖିଲା ବେଳକୁ ଶଙ୍କରଭାନୁ ବେହେରାଙ୍କ ମୃତଦେହ ପଡ଼ିଥିଲା କିନ୍ତୁ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ଫେରାର ଥିବା ସୂଚନା ମିଳିଛି।

ଗୁରୁବାର ଲଜ୍‌ର ରୁମ ନମ୍ବର ୨୧୨ରେ ଶଙ୍କରଭାନୁ ବେହେରା ଏବଂ ବିନିତ ଶର୍ମା ରହିଥିଲେ। ଆଜି ହୋଟେଲ ଷ୍ଟାଫ ଭିତରକୁ ଯାଇ ଦେଖିଲା ବେଳକୁ ଶଙ୍କରଭାନୁ ବେହେରାଙ୍କ ମୃତଦେହ ଚଟାଣରେ ପଡ଼ିଥିଲା। ବିନିତ ଶର୍ମା ଲଜ ରୁମ ଛାଡ଼ି ଫେରାର ହୋଇଯାଇଥିଲେ। ଶଙ୍କରଭାନୁଙ୍କ ମୃତଦେହ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହୋଇଥିବାରୁ ତାଙ୍କୁ ବିନିତ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ବଲାଙ୍ଗିର ଟାଉନ ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଲଜ ରୁମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।