ଦିଲ୍ଲୀ ପାଇଁ ଫିଟିଲା ବାଟ, କଂଗ୍ରେସ ଏବଂ ଆପ ମଧ୍ୟରେ ଆସନ ଭାଗବଂଟାକୁ ନେଇ ସହମତ

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଦିଲ୍ଲୀ ପାଇଁ ଆସନ ବୁଝାମଣା ଚୁଡାନ୍ତ ହୋଇଛି । ଆପ ୪ଟି ଓ କଂଗ୍ରେସ ୩ଟି ଆସନରେ ଲଢ଼ିବା ନେଇ ସହମତି ପ୍ରକାଶ ପାଇଛି । ଗୁରୁବାର ଦିଲ୍ଲୀରେ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଓ ଆମ ଆଦମୀ ପାର୍ଟି ମଧ୍ୟରେ ବୈଠକ ବସିଥିଲା ଓ ବୈଠକରେ ହିଁ ଆସନ ବୁଝାମଣା ବାବଦରେ ଫଇସଲା ନିଆଯାଇଥିବା ସୂଚନା ମିଳିଛି […] The post ଦିଲ୍ଲୀ ପାଇଁ ଫିଟିଲା ବାଟ, କଂଗ୍ରେସ ଏବଂ ଆପ ମଧ୍ୟରେ ଆସନ ଭାଗବଂଟାକୁ ନେଇ ସହମତ first appeared on Kanak News.

ଦିଲ୍ଲୀ ପାଇଁ ଫିଟିଲା ବାଟ, କଂଗ୍ରେସ ଏବଂ ଆପ ମଧ୍ୟରେ ଆସନ ଭାଗବଂଟାକୁ ନେଇ ସହମତ

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଦିଲ୍ଲୀ ପାଇଁ ଆସନ ବୁଝାମଣା ଚୁଡାନ୍ତ ହୋଇଛି । ଆପ ୪ଟି ଓ କଂଗ୍ରେସ ୩ଟି ଆସନରେ ଲଢ଼ିବା ନେଇ ସହମତି ପ୍ରକାଶ ପାଇଛି । ଗୁରୁବାର ଦିଲ୍ଲୀରେ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଓ ଆମ ଆଦମୀ ପାର୍ଟି ମଧ୍ୟରେ ବୈଠକ ବସିଥିଲା ଓ ବୈଠକରେ ହିଁ ଆସନ ବୁଝାମଣା ବାବଦରେ ଫଇସଲା ନିଆଯାଇଥିବା ସୂଚନା ମିଳିଛି । ତେବେ ଉଭୟ ଦଳ ପକ୍ଷରୁ ଔପଚାରିକ ଘୋଷଣା କରାଯାଇନି । ପୂର୍ବରୁ ପଂଜାବରେ ଆମ ଆଦମୀ ପାର୍ଟି ଏକାକୀ ଲଢ଼ିବା ନେଇ ଘୋଷଣା କରିବା ପରେ କଂଗ୍ରେସ ସହ ଆପ ସର୍ମ୍ପକକୁ ନେଇ ପ୍ରଶ୍ନ ଉଠିଥିଲା ।ତେବେ ଆପ ମୁଖ୍ୟ କେଜ୍ରିୱାଲ କହିଥିଲେ କଂଗ୍ରେସ ସହ କୌଣସି ମତଭେଦ ନାହିଁ । ଏହା ଭିତରେ ଦିଲ୍ଲୀ ପାଇଁ ଆସନ ବୁଝାମଣା କଂଗ୍ରେସ ପାଇଁ ଏକ ଆଶ୍ୱସ୍ତି ନିଶ୍ଚୟ ।

The post ଦିଲ୍ଲୀ ପାଇଁ ଫିଟିଲା ବାଟ, କଂଗ୍ରେସ ଏବଂ ଆପ ମଧ୍ୟରେ ଆସନ ଭାଗବଂଟାକୁ ନେଇ ସହମତ first appeared on Kanak News.