ଦିଲ୍ଲୀ ପୋଲିସ ହଟାଇଲା କେଜରିୱାଲଙ୍କ ପଞ୍ଜାବ ପୋଲିସ ସୁରକ୍ଷା, ଜାଣନ୍ତୁ କ’ଣ କହିଲେ DGP

ନୂଆଦିଲ୍ଲୀ ୨୩।୧: ବିଧାନସଭା ନିର୍ବାଚନକୁ ନେଇ ରାଜଧାନୀ ଦିଲ୍ଲୀରେ ରାଜନୈତିକ ଟଣାଓଟରା ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଦିଲ୍ଲୀ ପୋଲିସ ଆମ ଆଦମୀ ପାର୍ଟି (ଆପ) ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପଞ୍ଜାବ ପୋଲିସ ସୁରକ୍ଷାକୁ ହଟାଇ ଦେଇଛି। ଦିଲ୍ଲୀ ପୋଲିସ କେଜରିୱାଲଙ୍କୁ ‘ଜେଡ୍ ପ୍ଲସ୍’ ସୁରକ୍ଷା ଦେଉଛି। ଏ ନେଇ ପଞ୍ଜାବ ପୋଲିସକୁ ପତ୍ର ଲେଖି ଦିଲ୍ଲୀ ପୋଲିସ୍ ଜଣାଇ ଦେଇଛି। ତେବେ କେଜରିୱାଲଙ୍କୁ ପଞ୍ଜାବ ପୋଲିସ ପକ୍ଷରୁ ମିଳିଥିବା ସୁରକ୍ଷା ହଟିବା ଯୋଗୁ ଦିଲ୍ଲୀ ରାଜନୀତି ପୁଣି ଉଷ୍ମ ହୋଇଛି। ସ୍ୱତନ୍ତ୍ର ପୋଲିସ କମିଶନର ସ୍ତରର ଜନୈକ ଅଧିକାରୀ କହିଛନ୍ତି ଯେ ଦିଲ୍ଲୀ ପୋଲିସ ଅନେକ ପୂର୍ବରୁ କେଜରିୱାଲଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦେଇଛି। ଏଣୁ ତାଙ୍କ ସୁରକ୍ଷାରେ ପଞ୍ଜାବ ପୋଲିସ ଜବାନଙ୍କ କୌଣସି ଆବଶ୍ୟକତା ନାହିଁ। ଅଧିକାରୀ କହିଛନ୍ତି ଯେ ଦିଲ୍ଲୀ ପୋଲିସ ପଞ୍ଜାବ ପୋଲିସ ପକ୍ଷରୁ କେଜରିୱାଲଙ୍କୁ ଦିଆଯାଇଥିବା ସ୍ୱତନ୍ତ୍ର ସୁରକ୍ଷାକୁ ହଟାଇ ଦିଆଯାଇଛି। ଏ ନେଇ ପଞ୍ଜାବ ପୋଲିସ ଅଧିକାରୀଙ୍କୁ ସୂଚିତ କରିଦିଆଯାଇଛି। ଅଧିକାରୀ କହିଛନ୍ତି ଯେ ଗତ ସପ୍ତାହରେ ପତ୍ର ଲେଖି ପଞ୍ଜାବ ପୋଲିସକୁ ସୂଚନା ଦିଆଯାଇଛି ଯେ ଯଦି ପଞ୍ଜାବରୁ କୌଣସି ଭିଆଇପି ଅଥବା ଏପରି କୌଣସି ବ୍ୟକ୍ତି ଦିଲ୍ଲୀ ଆସୁଛନ୍ତି ଯାହାଙ୍କୁ ସୁରକ୍ଷା ମିଳିଛି ତେବେ ପଞ୍ଜାବ ପୋଲିସ ଏହାର ସୂଚନା ଦିଲ୍ଲୀ ପୋଲିସକୁ ଦେବ। ଏହା ଦ୍ୱାରା ଦ

ଦିଲ୍ଲୀ ପୋଲିସ ହଟାଇଲା କେଜରିୱାଲଙ୍କ ପଞ୍ଜାବ ପୋଲିସ ସୁରକ୍ଷା, ଜାଣନ୍ତୁ କ’ଣ କହିଲେ DGP

ନୂଆଦିଲ୍ଲୀ ୨୩।୧: ବିଧାନସଭା ନିର୍ବାଚନକୁ ନେଇ ରାଜଧାନୀ ଦିଲ୍ଲୀରେ ରାଜନୈତିକ ଟଣାଓଟରା ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଦିଲ୍ଲୀ ପୋଲିସ ଆମ ଆଦମୀ ପାର୍ଟି (ଆପ) ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପଞ୍ଜାବ ପୋଲିସ ସୁରକ୍ଷାକୁ ହଟାଇ ଦେଇଛି। ଦିଲ୍ଲୀ ପୋଲିସ କେଜରିୱାଲଙ୍କୁ ‘ଜେଡ୍ ପ୍ଲସ୍’ ସୁରକ୍ଷା ଦେଉଛି। ଏ ନେଇ ପଞ୍ଜାବ ପୋଲିସକୁ ପତ୍ର ଲେଖି ଦିଲ୍ଲୀ ପୋଲିସ୍ ଜଣାଇ ଦେଇଛି। ତେବେ କେଜରିୱାଲଙ୍କୁ ପଞ୍ଜାବ ପୋଲିସ ପକ୍ଷରୁ ମିଳିଥିବା ସୁରକ୍ଷା ହଟିବା ଯୋଗୁ ଦିଲ୍ଲୀ ରାଜନୀତି ପୁଣି ଉଷ୍ମ ହୋଇଛି। 

ସ୍ୱତନ୍ତ୍ର ପୋଲିସ କମିଶନର ସ୍ତରର ଜନୈକ ଅଧିକାରୀ କହିଛନ୍ତି ଯେ ଦିଲ୍ଲୀ ପୋଲିସ ଅନେକ ପୂର୍ବରୁ କେଜରିୱାଲଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦେଇଛି। ଏଣୁ ତାଙ୍କ ସୁରକ୍ଷାରେ ପଞ୍ଜାବ ପୋଲିସ ଜବାନଙ୍କ କୌଣସି ଆବଶ୍ୟକତା ନାହିଁ। ଅଧିକାରୀ କହିଛନ୍ତି ଯେ ଦିଲ୍ଲୀ ପୋଲିସ ପଞ୍ଜାବ ପୋଲିସ ପକ୍ଷରୁ କେଜରିୱାଲଙ୍କୁ ଦିଆଯାଇଥିବା ସ୍ୱତନ୍ତ୍ର ସୁରକ୍ଷାକୁ ହଟାଇ ଦିଆଯାଇଛି। ଏ ନେଇ ପଞ୍ଜାବ ପୋଲିସ ଅଧିକାରୀଙ୍କୁ ସୂଚିତ କରିଦିଆଯାଇଛି। 

ଅଧିକାରୀ କହିଛନ୍ତି ଯେ ଗତ ସପ୍ତାହରେ ପତ୍ର ଲେଖି ପଞ୍ଜାବ ପୋଲିସକୁ ସୂଚନା ଦିଆଯାଇଛି ଯେ ଯଦି ପଞ୍ଜାବରୁ କୌଣସି ଭିଆଇପି ଅଥବା ଏପରି କୌଣସି ବ୍ୟକ୍ତି ଦିଲ୍ଲୀ ଆସୁଛନ୍ତି ଯାହାଙ୍କୁ ସୁରକ୍ଷା ମିଳିଛି ତେବେ ପଞ୍ଜାବ ପୋଲିସ ଏହାର ସୂଚନା ଦିଲ୍ଲୀ ପୋଲିସକୁ ଦେବ। ଏହା ଦ୍ୱାରା ଦିଲ୍ଲୀ ପୋଲିସ ସେହି ଭିଆଇପିଙ୍କୁ ମିଳିଥିବା ଧମକ ଅଥବା ତାଙ୍କ ପଦବୀକୁ ଦେଖି କଡା ସୁରକ୍ଷାର ବ୍ୟବସ୍ଥା କରିବ। 

ଗତ ଦିନରେ ଇଣ୍ଟେଲିଜେନ୍ସୀ ବ୍ୟୁରୋ (ଆଇବି) କେଜରିୱାଲଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଦିଲ୍ଲୀ ପୋଲିସକୁ ଇନପୁଟ୍ ଦେଇଥିଲେ। ଗୁଇନ୍ଦା ରିପୋର୍ଟରେ କୁହାଯାଇଥିଲା ଖାଲିସ୍ତାନୀ ତତ୍ୱ ତାଙ୍କ ଉପରେ ଆକ୍ରମଣ କରିପାରନ୍ତି। ଏଥିପାଇ କେନ୍ଦ୍ର ଗୃହମନ୍ତ୍ରାଳୟ ଗତ ଦିନରେ ଦିଲ୍ଲୀ ପୋଲିସକୁ ଆଲର୍ଟ ମଧ୍ୟ କରିଥିଲା। 

ଏଥିରେ କେଜରିୱାଲ ଦିଲ୍ଲୀ ବିଜେପି ଉପରେ ବଡ଼ ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ଏକ୍ସ ରେ ପୋଷ୍ଟ କରିଥିବା ବେଳେ ଲେଖିଛନ୍ତି ଯେ ଆଜି ହରିନଗରରେ ବିପକ୍ଷ ପ୍ରାର୍ଥୀଙ୍କ ଲୋକଙ୍କୁ ପୋଲିସ ମୋ ଜନସଭାରେ ପଶିବାକୁ ଦେଇଥିଲା ଓ ମୋ ଗାଡି ଉପରେ ଆକ୍ରମଣ କରାଇାଛି। ଏ ସବୁ ଅମିତ ଶାହଙ୍କ ଆଦେଶରେ ହେଉଛି। ଅମିତ ଶାହ ଦିଲ୍ଲୀ ପୋଲିସକୁ ତାଙ୍କ ପ୍ରାଇଭେଟ ଆର୍ମି କରିସାରିଲେଣି। ଏବେ ନିର୍ବାଚନ ଆୟୋଗଙ୍କ ଉପରେ ପ୍ରଶ୍ନ ଉଠୁଛି, ଏକ ଜାତୀୟ ପାର୍ଟିର ଜାତୀୟ ସଭାପତି ଓ ତାଙ୍କ ନେତାଙ୍କ ଉପରେ ଲଗାତାର ଆକ୍ରମଣ ହେଉଛି ଓ ନିର୍ବାଚନ ଆୟୋଗ କୌଣସି ପ୍ରଭାବୀ ପଦକ୍ଷେପ ନେଉ ନାହାନ୍ତି ବୋଲି କେଜରିୱାଲ ଅଭିଯୋଗ କରିଛନ୍ତି।